Below header

ଜେଲ ଫେରନ୍ତା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଏପରି ସ୍ୱାଗତ କଲେ ଦଳୀୟ କର୍ମୀ, ଯାହା ଦେଖିଲେ ଆପଣ ବି ହୋଇଯିବେ ହତବାକ୍‌

ବେଙ୍ଗାଲୁରୁ: ମନି ଲଣ୍ଡ୍ରିଂ ମାମଲାରେ ଜାମିନ ପାଇଥିବା କଂଗ୍ରେସ ନେତା ଡିକେ ଶିବକୁମାର ବେଙ୍ଗାଲୁରୁ ଫେରିଛନ୍ତି। ଏହି ଅବସରରେ କଂଗ୍ରେସ କର୍ମୀମାନେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଶିବ କୁମାରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ସ୍ୱାଗତ ସମାରୋହରେ ସାମିଲ୍ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି.କେ କୁମାରସ୍ୱାମୀ। ସବୁଠୁ ବଡ଼ କଥା ହେଲା, ଶିବ କୁମାରଙ୍କୁ ଫୁଲ୍ ବଦଳରେ ସେଓରେ ତିଆରି ମାଳରେ ସ୍ୱାଗତ କରାଯାଇଥିଲା। ଏହାର ଓଜନ ୨୫୦ କିଲୋରୁ ଅଧିକ ଥିଲା। ଆଉ ଏହି ମାଳକୁ ଏକ କ୍ରେନ୍ ଜରିଆରେ ଟେକି ଶିବକୁମାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

crane

ସେପ୍ଟେମ୍ବର ୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାୱାଲା କାରବାର ଓ ଟିକସ ଫାଙ୍କି ଥିବା ଅଭିଯୋଗରେ ଶିବକୁମାରଙ୍କୁ ଗିରଫ କରିଥିଲା। ତାଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଥିଲା। ଗତ ୨୩ ତାରିଖରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ୨୫ ଲକ୍ଷର ବେଲ୍ ବଣ୍ଡ ବଳରେ ତାଙ୍କୁ କୋର୍ଟ ଜାମିନ ଦେଇଥିଲେ। ସେହିପରି କୋର୍ଟଙ୍କ ବିନା ଅନୁମତିରେ ଶିବକୁମାର ଦେଶ ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.