Below header

ଶରୀରର ଏହି ତିନି ଅଙ୍ଗରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ସାବୁନ୍, ଚାଲିଯାଇପାରେ ଜୀବନ

ଗାଧୋଇବା ସମୟରେ ସାବୁନର ବ୍ୟବହାର ଆମେ ସମସ୍ତେ କରିଥାଉ । ବିନା ସାବୁନରେ ଗାଧୋଇବା ନିହାତି ଅଜବ୍ ଲାଗେ । କାରଣ ଆମ ସମସ୍ତଙ୍କର ଧାରଣା ରହିଛି ଶରୀରରେ ସାବୁନ୍ ଲଗାଇଲେ ସଫା ହୋଇଥାଏ । ଏହା ସହ ଶରୀରରୁ ଜୀବାଣୁ କୀଟାରୁ ଦୂର ହୋଇଥାଏ । କିନ୍ତୁ ଜାଣି ଆଶ୍ଚର‌୍ୟ୍ୟ ହେବେ ଜୀବନ ନେଇପାରେ ସାବୁନ୍ । ତେଣୁ ସାବୁନର ବ୍ୟବହାର ସମୟରେ ସାବଧାନ ରହିବା ନିହାତି ଜରୁରୀ । ଶରୀରର ଏମିତି କିଛି ଅଙ୍ଗ ଅଛି ଯେଉଁଠି ସାବୁନ୍ ଲଗାଇବା ଅନୁଚିତ୍ ।

ଏବେ ଜାଣନ୍ତୁ କେଉଁ ଅଙ୍ଗରେ ସାବୁନ୍ ଲଗାଇବା ଅନୁଚିତ୍ ।

ନାକରେ କେବେ ବି ଭୁଲରେ ସାବୁନ୍ ଲଗାନ୍ତୁ ନାହିଁ । କାରଣ ନାକ ଭିତରକୁ ସାବୁନ୍ ଗଲେ ଶରୀର ପାଇଁ କ୍ଷତିକାରକ ହୋଇପାରେ । ନାକ ଭିତରକୁ ସାବୁନ ଗଲେ ମସ୍ତିସ୍କକୁ ବିପଦ ଆସିପାରେ ।

ଏହା ସହ ସାବୁନ୍ କେବେ ଚେହେରାରେ ଲଗାନ୍ତୁ ନାହିଁ । ଯଦି ଲିମ୍ବ ଏବଂ ଅଂଳା ଭଳି ଖଟ୍ଟା ପଦାର୍ଥରେ ତିଆରି ତେବେ ଏହାକୁ ଚେହେରାରେ ଲଗାଇଲେ ନକରାତ୍ମକ ପ୍ରଭାବ ପଡିଥାଏ ।

ସେହିପରି କେଶରେ କେବେ ବି ସାବୁନ୍ ଲଗାନ୍ତୁ ନାହିଁ । କାରଣ ଏହା କେଶକୁ ରୁକ୍ଷ କରିଦେଇଥାଏ । ଯାହା ଫଳରେ କେଶ ଝଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.