Below header

କମ୍‌ ବୟସରେ ମୃତ୍ୟୁର କାରଣ ସାଜୁଛି ମେଦବହୁଳତା, ରିସର୍ଚ୍ଚରୁ ହେଲା ବଡ ଖୁଲାସା

ଅଧିକ ଓଜନ ପାଲିଟିବ ମୃତ୍ୟୁର କାରଣ । ମୋଟାପଣ ବା ଅଧିକ ଓଜନ ନିଜ ସାଥିରେ ଅନେକ ରୋଗକୁ ନେଇ ଆସିଥାଏ । ଏମିତି ଅନେକ ରୋଗ ଅଛି, ଯାହା ମୋଟାପଣ ବା ମେଦବହୁଳତା ପ୍ରଭାବରେ ଆସି ଶରୀରରେ ସୃଷ୍ଟି ହୋଇଥାଏ । ଏବେ ପୂର୍ବ ଅପେକ୍ଷା ଅଧିକ ଘାତକ ହୋଇଗଲାଣି ମୋଟାପଣ।

ଅଧିକ ଓଜନ ପାଲିଟିବ ମୃତ୍ୟୁର କାରଣ । ମୋଟାପଣ ବା ଅଧିକ ଓଜନ ନିଜ ସାଥିରେ ଅନେକ ରୋଗକୁ ନେଇ ଆସିଥାଏ । ଏମିତି ଅନେକ ରୋଗ ଅଛି, ଯାହା ମୋଟାପଣ ବା ମେଦବହୁଳତା ପ୍ରଭାବରେ ଆସି ଶରୀରରେ ସୃଷ୍ଟି ହୋଇଥାଏ । ଏବେ ପୂର୍ବ ଅପେକ୍ଷା ଅଧିକ ଘାତକ ହୋଇଗଲାଣି ମୋଟାପଣ। ଏକ ନୂଆ ଅଧ୍ୟୟନ ଅନୁଯାୟୀ ମେଦବହୁତଳତା କାଣରୁ କୌଣସି ରୋଗ ସୃଷ୍ଟି କରିବା ଏବଂ ମୃତ୍ୟୁ ହାର ୨୨ ପ୍ରତିଶତରୁ ବୃଦ୍ଧି କରି ୯୧ ପ୍ରତିଶତ କରିଦିଏ । ପପୁଲାର ଷ୍ଟଡିଜ୍‌ ଜର୍ନାଲରେ ପବ୍ଲିସ ଅଧ୍ୟୟନର ରେଜଲ୍ଟ ମୁତାବକ, ହାଇ ବଡି ମାସ୍‌ ଇଣ୍ଡେକ୍ସ (ବିଏମଆଇ) ଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ ଦର ଅଧିକ ରହିଛି । ଏହି ରେଜଲଟ୍‌ ସେହି ଅଧ୍ୟୟନର ରେଜଲ୍ଟ ଅନୁଯାୟୀ ବିଲକୁଲ ଓଲଟା । ଯାହା ଏହା ଦେଖାଇଥାଏ ଯେ ହୃଦ ରୋଗ, ହାଇ ବ୍ଲଡ ପ୍ରେସର ଏବଂ ଡାଇବେଟିସ ରୋଗୀଙ୍କର ମୋଟାପଣ କାରଣରୁ ମୃତ୍ୟୁ ଅଧିକ ହେଉଛି ।

କୋଲୋରାଡୋ ବୋଲଡର ୟୁନିଭର୍ସିଟୀରେ ସୋସିଓଲୋଜିର ଆସୋସିଏଟ ପ୍ରୋଫେସର ଲେଖକ ରେୟାନ ମାଷ୍ଟର୍ସ କହିଛନ୍ତି ଯେ ହାଇ ବିଏମଆଇ ମୃତ୍ୟୁ ଦର ଭୟକୁ ସାଧାରଣ ଭାବେ ସେପର୍ଯ୍ୟନ୍ତ ବଢ଼ାଇନଥାଏ, ଯେତେ ପର୍ଯ୍ୟନ୍ତ ଆପଣଙ୍କ ଲେବଲ ବହୁତ ହାଇ ହୁଏନାହିଁ । ସେ କହିଛନ୍ତି ଯେ ବିଏମଆଇ ଶରୀରର ଓଜନ ଏବଂ ଉଚ୍ଚତା ଉପରେ ଆଧାରିତ ହୋଇଥାଏ । ରିସର୍ଚ୍ଚସ ୪୪୬୮ ମୃତ୍ୟୁ ସହିତ ୧୭,୭୮୪ ଲୋକଙ୍କ ଡାଟାକୁ ନେଇ ଅଧ୍ୟୟନ କରିଥିଲେ ।

ଷ୍ଟଡିରେ ଏହା ଜଣାପଡିଲା ଯେ ହେଲଦି ଓଜନ ଥିବା ମୋଟ ୨୦ ପ୍ରତିଶତ ନମୂନା ୧୦ ବର୍ଷ ପୂର୍ବରୁ ଓଜନ କିମ୍ବା ମୋଟାପଣ କ୍ୟାଟେଗରୀରେ ଥିଲା । ଡାଟା ଅଲଗା କରିବା ପରେ ଦେଖିବାକୁ ମିଳିଲା ଯେ ଏହି ଗ୍ରୁପର ସେହି କ୍ୟାଟେଗରୀର ଲୋକଙ୍କ ତୁଳନାରେ ବହୁତ ଖରାପ ହେଲ୍ଥ ପ୍ରୋଫାଇଲ ଥିଲା, ଯେଉଁମାନଙ୍କ ଓଜନ ଷ୍ଟାବଲ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.