Below header

ଛୁଟି ଦିନରେ ପରିବାର ସହ ମଜା ଉଠାନ୍ତୁ ଏହି ପାଞ୍ଚଟି ସ୍ଥାନରେ

ଭାରତର ଏମିତି କେତେଗୁଡିଏ ପର୍ଯ୍ୟଟନ କ୍ଷେତ୍ର ରହିଛି ଯାହାକି ବିଶ୍ୱ ଐତିହ୍ୟରେ ସ୍ଥାନ ପାଇ ପାରିଛି । ହେଲେବି ଏଗୁଡିକ ଆଜି ପର୍ଯ୍ୟନ୍ତ ଲୋକ ଲୋଚନଙ୍କୁ ସେତେଟା ଆସିପାରିନାହିଁ । ତାଜ ମହଲ ପରି କେତେ ଗୁଡିଏ ଜଣା ଶୁଣା ନାଁକୁ ଛାଡିଦେଲେ ଆମେ ହୁଏତ ଭାରତର ଆଉ କେତେକ ପର୍ଯ୍ୟଟନ କ୍ଷେତ୍ର ବିଷୟରେ ସେତେଟା ଜାଣିପାରିନାହୁଁ । ଭାରତରେ ଏମିତି ୩୬ ଗୋଟି ଜାଗା ଅଛି ଯେଉଁ ଗୁଡିକ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇ ସାରିଛି । ଏଗୁଡିକର ଚମକ କିଛିଟା କମିଯାଇଥିଲେ ମଧ୍ୟ ଏଗୁଡିକ ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ହରାଇ ନାହାନ୍ତି । ନିଜ ଛୁଟି ଦିନରେ ପରିବାର ସହ ଏଗୁଡିକ ସ୍ଥାନକୁ ଯିବାକୁ ଜମା ବି ଭୁଲନ୍ତୁ ନାହିଁ ।

kanchanajangha

କାଞ୍ଚନଜଙ୍ଘା ଜାତୀୟ ଉଦ୍ୟାନ:

ସିକିମ ସ୍ଥିତ କାଞ୍ଚନ ଜଙ୍ଘା ଜାତୀୟ ଉଦ୍ୟାନ ଏକ ବହୁତ ସୁନ୍ଦର ଜାଗା । ପ୍ରକୃତି ଯେପରି ଏହା ଉପରେ ଏକ ପ୍ରକାର ସଦୟ ହୋଇଛି । ପ୍ରକୃତି ପ୍ରେମୀ ମାନଙ୍କ ପାଇଁ ଏହି ଜାଗା ପୁରା ପରଫେକ୍ଟ କହିଲେ ଚଳେ । ଏହି ଜାତୀୟ ଉଦ୍ୟାନର ଚାରି ପଟରେ ବରଫ ଆବୃତ ଉଚ୍ଚ ଉଚ୍ଚ ପାହାଡ ରହିଛି । ଆପଣ ମଧ୍ୟ ଏଠାରେ ବିଚିତ୍ର ଗୁମ୍ଫା, ବହୁଥିବା ନଦୀ ଓ ଘଞ୍ଚ ଜଙ୍ଗଲର ମଜା ନେଇ ପାରିବେ ।

gujurat

ରାଣୀ ବାବ, ଗୁଜୁରାଟ:

ଏହି ସ୍ଥାନର ନିର୍ମାଣ ୧୧୦୦ ଶତାବ୍ଦୀରେ ହୋଇଥିଲା । ଗୁଜୁରାଟର ପାଟଣା ଠାରେ ଏହା ଅବସ୍ଥିତ । ପ୍ରତ୍ନତତ୍ତ୍ୱ ବିଭାଗ ଖନନ ମାଧ୍ୟମରେ ଏହାର ଠାବ କରିଥିଲେ । ନିଜର ସୁନ୍ଦର ସୁନ୍ଦର କଳାକୃତି ପାଇଁ ପୁରା ଦେଶରେ ଏହା କ୍ଷତି ଲାଭ କରିଛି । ଏଗୁଡିକ ଆପଣଙ୍କୁ ଏକ ଭିନ୍ନ ଅନୁଭୂତି ନିଶ୍ଚିତ ରୂପେ ଦେବ ଏଥିରେ କୌଣସି ସନ୍ଦେହ ନାହିଁ ।

agra fort

ଲାଲ କିଲ୍ଲା,ଆଗ୍ରା :

ନିଜର ଅନନ୍ୟ କଳାକୃତି ପାଇଁ ଆଗ୍ରା କିଲ୍ଲା ବେଶ ପ୍ରସିଦ୍ଧି ଲାଭ କରିଛି । ଏହି କିଲ୍ଲାର ନିର୍ମାଣ ମୋଗଲ ସମ୍ରାଟ ଆକବର ୧୬୦୦ ଶତାବ୍ଦୀରେ କରିଥିଲେ । ଏହି କିଲ୍ଲାଟି ସମୁଦାୟ ୯୪ ଏକର ଜାଗାରେ ନିର୍ମାଣ କରାଯାଇଛି । ଆପଣ ହୁଏତ ଜାଣି ନଥିବେ ଏହି କିଲ୍ଲାର ୨ଟି ଦ୍ୱାର ରହିଛି । ଗୋଟିଏ ହେଉଛି ଦିଲ୍ଲୀ ଦ୍ୱାର ଓ ଅନ୍ୟଟି ହେଉଛି ଲାହୋର ଦ୍ୱାର । ବିଶେଷ ଭାବେ ଏହି କାରଣ ଯୋଗୁଁ ହିଁ ଏହାକୁ ବିଶ୍ୱ ଐତିହ୍ୟର ମାନ୍ୟତା ମିଳି ପାରିଛି ।

hampi

ହମ୍ପି:

ଯଦି ଆପଣଙ୍କର ପ୍ରାଚୀନ କଳା କୃତି ପ୍ରତି ବିଶେଷ ଆଗ୍ରହ ଅଛି ତେବେ ଆପଣ ନିଶ୍ଚିତ ରୂପେ ତୁଙ୍ଗଭଦ୍ରା କୂଳରେ ଅବସ୍ଥିତ ହମ୍ପି ଭ୍ରମଣ କରନ୍ତୁ । ଏଠାରେ ଆପଣ କେତେ ଗୁଡିଏ ଭବ୍ୟ ମନ୍ଦିର ଦେଖିପାରିବେ । ବିଶ୍ୱସ୍ଥର ପର୍ଯ୍ୟଟନ କ୍ଷେତ୍ରରେ ହମ୍ପିର ଏକ ବିଶେଷ  ମାନ୍ୟତା ରହିଛି ।

ଏହା ସହ ପଢନ୍ତୁ: ବାପା- ମା ମାନଙ୍କୁ ନିଶ୍ଚିତ ଭ୍ରମଣ କରାନ୍ତୁ ଏହି ସ୍ଥାନ

ଭିମ୍ବେଦକା ରକ ସେଣ୍ଟର, ମଧ୍ୟ ପ୍ରଦେଶ:

ଏହି ରକ ସେଣ୍ଟର ମଧ୍ୟ ଯୁଗରେ ନିର୍ମିତ ହୋଇଥିବା ଏକ ପ୍ରସିଦ୍ଧ କ୍ଷେତ୍ର ମାନଙ୍କ ଭିତରୁ ଗୋଟେ । ଏଠାରେ ଆପଣ ସେହି ସମୟର କେତେ ଗୁଡିଏ ଅଦ୍ଭୁତ କଳାକୃତି ଦେଖି ପାରିବେ । ଏହାର ଆଖପାଖ ସ୍ଥାନ ବି ଏହାର କଳାକୃତି ସହ ବେଶ ମେଳ ଖାଇଥାଏ । ଏହି ସ୍ଥାନର ସଂସ୍କୃତି ମଧ୍ୟ ବେଶ ଅନନ୍ୟ । ତେଣୁ ମଧ୍ୟ ପ୍ରଦେଶ ଗଲେ ଏଠାକୁ ଯିବାକୁ ଜମାବି ଭୁଲିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.