ଥଣ୍ଡା ଥଣ୍ଡା ପାଗରେ ଘରେ ବନେଇ ଖାଆନ୍ତୁ “ରସୁଣ ପରଠା”, ଛୁ ମନ୍ତର ହେବ ସବୁ ଥଣ୍ଡା ରୋଗ

ଶରୀର ପାଇଁ ରସୁଣ ଖୁବ ଉପକାରୀ । ଶୀତ ଦିନେ ତ ପ୍ରତିଦିନ ୨ ରୁ ୩ ପାଖୁଡା ରସୁଣ ନୁହଟି ଖାଇବା ଦରକାର । ଆମେ ତ ପ୍ରତିଦିନ ସକାଳ କିମ୍ବା ସନ୍ଧ୍ୟା ଜଳଖିଆରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଯଦି ଆପଣ ସକାଳ ଜଳଖିଆରେ ରସୁଣ ପରଠା କରି ଖାଇବେ ତେବେ ଆପଣଙ୍କ ଶରୀର ସୁସ୍ଥ ରହିବ । ତେବେ ଆସନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଲେଖିରଖିବା:

– ଅଟା

– ରସୁଣ

– କଞ୍ଚା ଲଙ୍କା

– ଲୁଣ

– ଘିଅ ବା ତେଲ

– ଜୁଆଣି

– ଗୋଲମରିଚ

– ଗରମ ମସଲା

rasuna paratha

ପ୍ରସ୍ତୁତି ପ୍ରଣାଳୀ:

ସର୍ବ ପ୍ରଥମେ ରସୁଣର ଚୋପା ଛଡାଇ ଦିଅନ୍ତୁ । ଏବେ କଞ୍ଚା ଲଙ୍କାକୁ ଟିକ୍ ଟିକ କରି କାଟି ଦିଅନ୍ତୁ । ଏବେ ରସୁଣ ଓ କଞ୍ଚା ଲଙ୍କାକୁ ମିଶାଇ ଦିଅନ୍ତୁ । ଆଉ ସେଥିରେ ଟିକିଏ ଲୁଣ ଓ ଜୁଆଣି ଦେଇ ଭଲଭାବରେ ମିଶାଇ ଦିଅନ୍ତୁ । ଆପଣଙ୍କ ପରଟା ପାଇଁ ସ୍ଟାଫିଙ୍ଗ ପ୍ରସ୍ତୁତ ହୋଇଗଲା ।

ଏବେ ଅଟାକୁ ଚକଟି ଦିଅନ୍ତୁ । ଅଟା ଚକଟିବା ଅସମୟରେ ସେଥିରେ ଲୁଣ, ଲଙ୍କା, ଜୁଆଣି, ଗରମ ମସଲା, ଗୋଲମରିଚ ପାଉଡର ମିଶାନ୍ତୁ । ଏବେ ସେଥିରେ ଟିକେ ଟିକେ ପାଣି ଦେଇ ଚକଟି ଦିଅନ୍ତୁ ।

ଅଟା ଚକଟାକୁ ୧୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ଚକଟାରେ ହାଲୁକା ତେଲ ମାରି ଚିକ୍କଣ କରି ଦିଅନ୍ତୁ ।

ଏବେ ଅଟାର ଛୋଟ ଛୋଟ ଗୁଳା କରି ସେଥିରେ ରସୁଣ ପୁର ଦେଇ ଦିଅନ୍ତୁ ।

ହଁ ପରଠା କରିବା ସମୟରେ ସେଥିରେ ତେଲ କିମ୍ବା ବଟର ଲଗେଇଦେବେ । ଏବେ ତାହାକୁ ହାଲୁକା ଭାବରେ ବେଲି ଦିଅନ୍ତୁ ।

ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ । ଏବେ ପରଠାକୁ ତାୱାରେ ଦେଇ ଘିଅ କିମ୍ବା ତେଲ ଦେଇ ସେକି ଦିଅନ୍ତୁ । ଏବେ ଆପଣଙ୍କ ରସୁଣ ପରଠା ପ୍ରସ୍ତୁତ ହୋଇଗଲା । ଏବେ ଏହାକୁ ଗରମ ଗରମ ଚଟଣି ସହ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.