ଥରେ ଘରେ ବନାଇ ଚାଖନ୍ତୁ କଖାରୁ କେକ, ସ୍ଵାଦ ମଜା ଆସିଯିବ

ଆପଣ ତ ଭିନ୍ନ ଭିନ୍ନ ପ୍ରକାରର କେକ ପ୍ରସ୍ତୁତ କରି ଖାଇଥିବେ । କଦଳୀ କେକ, ଫ୍ରୁଟସ କେକ, ପାଲମ କେକ ଆଦି କେତେ ପ୍ରକାରର । କିନ୍ତୁ କେବେ କଖାରୁ କି ପମ୍ପକିଂନ କେକ ପ୍ରସ୍ତୁତ କରି ଖାଇଛନ୍ତିକି । ଯଦି ଖାଇନାହାନ୍ତି ତେବେ ଚାଖି ଦେଖନ୍ତୁ ।

ଲେଖିରଖନ୍ତୁ ଆବଶ୍ୟକ ହେଉଥିବା ସାମଗ୍ରୀ:

କିଛି କଖାରୁ

କିଛି ଚକୋଲେଟ ଚିପ୍ସ

ଗୋଟେ ଚାମଚ ବଟର

୨ କପ ମଇଦା

ଅଧା ଚାମଚ ବେକିଙ୍ଗ ପାଉଡର

pumpkin cake

ଅଧା ଚାମଚ ଲୁଣ

୨ ଟି ବଡ ଅଣ୍ଡା

ଦେଢ଼ କପ ଗୁଣ୍ଡ ଚିନି

ଗୋଟେ ଚାମଚ ଭାନିଲା

ଗୋଟେ ଚାମଚ ଗୁଜୁରାତି

ଅଧା ଚାମଚ ଗୁଣ୍ଡ ଅଦା ଓ ଲବଙ୍ଗ

ପ୍ରସ୍ତୁତି ପ୍ରଣାଳୀ;

ପ୍ରଥମେ ନିଜ ଓଭାନକୁ ଆଗୁଆ ହିଟ କରନ୍ତୁ । ଏବେ ଡ଼ିସ ଉପରେ କିଛି ମଇଦା ଛିଂଚି ଦିଅନ୍ତୁ । ଏକ ପାତ୍ରରେ ପାଣି ଦେଇ କଖାରୁକୁ ସିଝାଇ ଦିଅନ୍ତୁ ।

ଏବେ ଚକୋଲେଟ ଚିପ୍ସକୁ 3 ଚାମଚ ବଟର ସହିତ ତରଲାନ୍ତୁ । ଏବେ ବାକି ଲହୁଣୀକୁ ଆଉ ଏକ ପ୍ୟାନରେ ଗରମ କରନ୍ତୁ ।

ଏବେ ମଇଦା, ବେକିଙ୍ଗ ପାଉଡର, ଲୁଣକୁ ଏକ ମିଡିୟମ ଆକାରର ବାଉଲରେ ମିଶାନ୍ତୁ । ଆଉ ଏକ ପାତ୍ରରେ ଅଣ୍ଡା, ଚିନି ମିଶାନ୍ତୁ । ଏବେ ସେଥିରେ ଲହୁଣୀ ମିଶାନ୍ତୁ ।

ଏବେ ଘୋଳଟିକୁ ଦୁଇଟି ପାତ୍ରରେ ଭାଗ କରିନିଅନ୍ତୁ । ଏବେ ସେଥିରେ ଚକୋଲେଟ ତରଳ କରି ମିଶାଇ ଦିଅନ୍ତୁ । ଏବେ ସେଥିରେ କଖାରୁ, ଗୁଜୁରାତି, ଅଦା, ଲବଙ୍ଗ ଆଦିକୁ ମିଶାଇ ଦିଅନ୍ତୁ ।

ପୂର୍ବରୁ ହିଟ ହୋଇଥିବା ପାତ୍ରରେରେ ଘୋଳକୁ ଦେଇ ୪୦ ରୁ ୪୫ ମିନିଟ ଯାଏଁ ବଶାଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.