ବିଜନେସ ସାର୍କ ହେବାକୁ ଚାହୁଁଛନ୍ତି ଯଦି ଆଗ ଜାଣି ନିଅନ୍ତୁ ଫ୍ୟାକ୍ଟ୍ରି, ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ଭିତରର ଫରକ୍

କିଛି ଶବ୍ଦ ଆପଣ ଭଲ ଭାବରେ ଜାଣିଥାନ୍ତି । କିନ୍ତୁ ତା’ ବିଷୟରେ ପଚାରିଲେ ହୁଏତ ଗୋଟିଏ ଧାଡ଼ି କହିବା ମୁସ୍କିଲ ହୋଇଥାଏ । ଯେମିତିକି ଆପଣଙ୍କୁ ଯଦି ପଚରା ଯାଏ ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ମଧ୍ୟରେ ଫରକ୍ କ’ଣ । ବହୁତ୍ କମ୍ ଲୋକ ଅଛନ୍ତି ଯିଏ ସହଜରେ ଅନ୍ୟଙ୍କୁ ବୁଝାଇ ପାରିବେ ଏହା ଭିତରେ ଥିବା ତଫାତ୍ ତେବେ ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନି । ଆଜି ଆମେ ଆପଣଙ୍କୁ କହିବୁ, ଫ୍ୟାକ୍ଟ୍ରି, ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ମଧ୍ୟରେ କ’ଣ ଫରକ୍ ଅଛି।

ଫ୍ୟାକ୍ଟ୍ରିର ଅର୍ଥ କ’ଣ

ଫ୍ୟାକ୍ଟ୍ରି କୁ ମାନ୍ୟୁଫାକଚରିଂ ପ୍ଲାଣ୍ଟ ବା ପ୍ରଡକ୍ସନ ପ୍ଲାଣ୍ଟ କୁହାଯାଏ। ଏହା ଏକ ବହୁ ମହଲା ବିଶିଷ୍ଟ କୋଠା ହୋଇଥାଏ । ସେହି କୋଠା ଭିତରେ ଅନେକ ବଡ ବଡ ଘର ଥାଏ ଯାହା ଭିତରେ ବିଭିନ୍ନ ପ୍ରକାରର ମେସିନ ଖଞ୍ଜା ଯାଇଥାଏ। ଏହି ସବୁ ମେସିନ ଦ୍ଵାରା ଅନେକ ଗୁଡ଼ିଏ ଜିନିଷ ତିଆରି କରାଯାଏ । ନୂଆ ନୂଆ ପ୍ରଡକ୍ଟସ୍ ତିଆରି କରିବା ପାଇଁ ଫ୍ୟାକ୍ଟ୍ରି ର ଆବଶ୍ୟକତା ବହୁତ୍। କାରଣ ଫ୍ୟାକ୍ଟ୍ରି ରେ ହିଁ ଭେରାଇଟି ଜିନିଷ ତିଆରି ଏବଂ ବ୍ୟବହାର ଉପଯୋଗୀ କରାଯାଏ। ଫ୍ୟାକ୍ଟ୍ରି ଏଭଳି ଏକ ବିଲଡିଂ, ଯାହା ଭିତରେ ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଇ ଏଭଳି ଜିନିଷ ନିର୍ମାଣ କରାଯାଏ ଯାହା ବଜାରରେ ବିକ୍ରି କରାଯାଇ ପାରିବ । ଫ୍ୟାକ୍ଟ୍ରି ଭିନ୍ନ ଭିନ୍ନ ଜାଗାର ସପ୍ଲାଏ ନିଏ, କୌଣସି ଏକ ମାଟେରିଆଲରୁ ନୂଆ ଜିନିଷ ବା ପ୍ରଡକ୍ଟ ତିଆରି କରିଦିଏ । ନୂଆ ନୂଆ ପ୍ରଡକ୍ଟ ତିଆରି କରିବା ପାଇଁ ଅନେକ ପ୍ରକାରର ଫ୍ୟାକ୍ଟ୍ରି ଅଛି, ଯେମିତି କି…

୧. clothing and Textile

୨. Electronics, computer and Transportation

୩. food product

୪. metal Manufacturing

ଫ୍ୟାକ୍ଟ୍ରି ଆରମ୍ଭ ହେବା ପୂର୍ବରୁ ଏହି ସବୁ କାମ ଘରେ କରାଯାଉଥିଲା। ଯାହା ବହୁତ୍ ସମୟ ନେଉଥିଲା, ତା’ ସହ ଅଳ୍ପ ଜିନିଷ ବାହାରି ପାରୁଥିଲା । ହେଲେ ଫ୍ୟାକ୍ଟ୍ରି ଆରମ୍ଭ ହେବା ପରେ ବହୁତ୍ ପ୍ରଡକ୍ଟ ତିଆରି ପାଇଁ ପାୱାର ମେସିନ ଲାଗିଲା, ବହୁତ୍ ବଡ ଜାଗାରେ ମେସିନ ବସିଲା । ବେକାର ଯୁବକ ଯୁବତୀଙ୍କୁ କାମ ମିଳିଲା। ତେଣୁ ଫ୍ୟାକ୍ଟ୍ରି ର ଫାଇଦା ବି ହେଲା, ଯାହାକୁ ଦେଖି ପଛକୁ ପଛ ନୂଆ ନୂଆ ଫ୍ୟାକ୍ଟ୍ରି ଖୋଲି ଚାଲିଲା।

ଇଣ୍ଡଷ୍ଟ୍ରୀ କ’ଣ ଓ ଏହାର କାମ କ’ଣ

ଇଣ୍ଡଷ୍ଟ୍ରୀ ଅନେକ କମ୍ପାନୀର ଏକ ଗ୍ରୁପ । ଅନେକ କମ୍ପାନୀର ଜିନିଷ ତିଆରି କରିବାଠାରୁ ବିକ୍ରି ପାଇଁ ସମସ୍ତ ସାଧନ ଯୋଗାଇବା କାମ କରେ । ବିଭିନ୍ନ କମ୍ପାନୀର ପ୍ରଥମ ପର୍ଯ୍ୟାୟ କାମ ଗୋଟିଏ ଜଗାରେ କରାଯାଏ, ସେହି ଜାଗାକୁ ଇଣ୍ଡଷ୍ଟ୍ରୀ କୁହାଯାଏ। ଯେମିତି କି…

୧. chemicals and petrochemicals
୨. auto mobile and auto components
୩. construction and engineering
୪. financial services
୫. Food and Beverages
୬. textile Apparels and Accessories
୭. real estate

ଗୋଟିଏ ଇଣ୍ଡଷ୍ଟ୍ରୀରେ ଚାରୋଟି ସେକ୍ଟରର କାମ ଚାଲେ । ସେକ୍ଟର ଏକରେ farming, mining and lodging କାମ ଚାଲେ, ଯେଉଁଠି କଞ୍ଚା ମାଲର ପ୍ରଡକ୍ସନ ହୁଏ। ଦ୍ୱିତୀୟ ସେକ୍ଟରରେ factories ଆସୁଛି। ଯାହା ପ୍ରଡକ୍ଟସକୁ ପ୍ରୋସେସ କରେ । ତୃତୀୟ ସେକ୍ଟର ହେଉଛି tertiary ସେକ୍ଟର । ଏହି ସେକ୍ଟରରେ ସର୍ଭିସ୍ ଯୋଗାଇବା ଲୋକ ସାମିଲ ହୁଅନ୍ତି । ଯେମିତି କି, ଡାକ୍ତର, ଓକିଲ, ଶିକ୍ଷକ, ବୈଜ୍ଞାନିକ ଏଭଳି ଭିନ୍ନ ଭିନ୍ନ ସେବା ଯୋଗାଉଥିବା ବ୍ୟକ୍ତି।

ତେବେ ଆପଣ ଏ ଯାଏ ଇଣ୍ଡଷ୍ଟ୍ରୀ ଏବଂ ଫ୍ୟାକ୍ଟ୍ରି ବିଷୟରେ ବୁଝି ସାରିବେଣି । ଫ୍ୟାକ୍ଟ୍ରିରେ ବିଭିନ୍ନ ପ୍ରକାରର କାମ ଆରମ୍ଭ ହୁଏ ଇଣ୍ଡଷ୍ଟ୍ରୀରେ ସେହି ଜିନିଷ ଏବଂ ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଏ ।  ଫ୍ୟାକ୍ଟ୍ରି ଛୋଟିଆ ସ୍ଥାନରେ ହେଲେ ଇଣ୍ଡଷ୍ଟ୍ରୀ ବହୁତ ବଡ ଜାଗାରେ ଗଢି ଉଠିଥାଏ । ଫ୍ୟାକ୍ଟ୍ରି କୁ ବ୍ୟବହାର କରି ଇଣ୍ଡଷ୍ଟ୍ରୀ ବିଜନେସ କରେ ପଇସା କମାଏ। ଲୋକଙ୍କ ପାଖରେ ନୂଆ ନୂଆ ଜିନିଷ ପହଞ୍ଚାଇ ଜୀବନ ଶୈଳୀ ବଦଳାଇବାରେ ସାହାଯ୍ୟ କରେ।

କମ୍ପାନୀ କ’ଣ

କମ୍ପାନୀ ବହୁତ ପ୍ରକାରର ଥାଏ corporation, partnership, association, private limited ଓ public limited company । କମ୍ପାନୀ ଏହି ସବୁ ଆଧାରରେ ରେଜିଷ୍ଟ୍ରେସନ୍ ହୋଇଥାଏ। ଆଇନ୍ ଅନୁଯାୟୀ କମ୍ପାନୀକୁ ଇଣ୍ଡିଭିଜୁଆଲ କୁହାଯାଏ। କମ୍ପାନୀ ଇଣ୍ଡଷ୍ଟ୍ରୀର ଏକ ଭାଗ। ଗୋଟିଏ ଇଣ୍ଡଷ୍ଟ୍ରୀରେ ଅନେକ କମ୍ପାନୀ ମିଶି କାମ କରନ୍ତି। ଅନେକ ଜିନିଷ ତିଆରି ହୁଏ ଗୋଟିଏ ଜାଗାରେ, ହେଲେ ସେଠାରୁ ବାହାରେ ଭିନ୍ନ ଭିନ୍ନ ନାଁ ନେଇ ରଙ୍ଗ ବେରଙ୍ଗ ପ୍ୟାକେଟରେ। ଇଣ୍ଡଷ୍ଟ୍ରୀ କମ୍ପାନୀଠାରୁ ବହୁତ ବଡ। କମ୍ପାନୀ ଜଣଙ୍କ ଦ୍ଵାରା ଚାଲେ । ଇଣ୍ଡଷ୍ଟ୍ରୀ ଅନେକ କମ୍ପାନୀକୁ ନେଇ ଚାଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.