ପିଲା ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ ବ୍ରେଡ ସାଣ୍ଡଓ୍ଵିଚ୍‌, ଏପରି କରନ୍ତୁ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

  • ୨ଟି ବ୍ରେଡ
  • ୨ ଚାମଚ ପିଜ୍ଜା ସସ୍‌
  • ୩ଟି ସ୍ଲାଇସ୍‌ ପିଆଜ
  • ୩ଟି ସ୍ଲାଇସ ଟମାଟୋ
  • ୪ ଅଲିଭ୍ସ (ଗୋଲ ହୋଇ କଟା ହୋଇଥିବା)
  • ୩ ଜଲାପିନୋ (ଗୋଲ ହୋଇ କଟା ହୋଇଥିବା)
  • ଅଧା ଚାମଚ ରେଡ ଚିଲ୍ଲି ଫ୍ଲେକ୍ସ
  • ଅଧା ଚାମଚ ମିକ୍ସ ହର୍ବ
  • ଅଧା କପ୍‌ ଚିଜ (କଦ୍ଦୁକସ୍‌ କରାଯାଇଥିବା)
  • ୧ ଚାମଚ ବଟର
  • ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ବ୍ରେଡର ଦୁଇଟି ସ୍ଲାଇସ ଉପରେ ପିଜ୍ଜା ସସ୍‌ ଲଗାନ୍ତୁ।
  2. ଗୋଟେ ବ୍ରେଡ ଉପରେ ଟମାଟୋ, ଅଲିଭ୍ସ, ପିଆଜ ଏବଂ ଜଳାପିନୋ ସ୍ଲାଇସ୍‌ ରଖନ୍ତୁ।
  3. ଏହା ଉପରେ ଚିଲ୍ଲି ଫ୍ଲେକ୍ସ, ମିକ୍ସ ହର୍ବ ଏବଂ ଚିଜ୍‌ ପକାଇ ଆଉ ଗୋଟେ ବ୍ରେଡ ସ୍ଲାଇସକୁ ତା ଉପରେ କଭର କରିଦିଅନ୍ତୁ।
  4. ଏବେ ସାଣ୍ଡଓ୍ଵିଚକୁ ଦୁଇ ସାଇଡରୁ ବଟର ଲଗାଇ ଗରମ ତାଓ୍ଵାରେ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ସେକି ଦିଅନ୍ତୁ।
  5. ଏବେ ବ୍ରେଡ ସାଣ୍ଡଓ୍ଵିଚକୁ ମଝିରୁ କାଟି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.