କଣ ଆପଣ ଜାଣନ୍ତି ସାଧାରଣ ଲୋକଙ୍କ ଠାରୁ ଅଧିକ ବର୍ଷ ଜୀବିତ ରୁହନ୍ତି କିନ୍ନର। ଏହା ଆମେ କହୁନୁ ବରଂ ରିସର୍ଚ୍ଚ କହୁଛି। ଆଉ ଆପଣ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯିବେ ଯେତେବେଳେ ଆପଣ ଜାଣିବେ ଯେ କିନ୍ନର ଜଣେ ସାଧାରଣ ଲୋକଙ୍କ ଠାରୁ କେତେ ଗୁଣା ଅଧିକ ଜୀବନ ଜିଅଁନ୍ତି। କିଛି ସମୟ ପୂର୍ବରୁ ଦକ୍ଷିଣ କୋରିୟାରେ ଏକ ରିସର୍ଚ୍ଚ ହୋଇଥିଲା। ଯାହାଦ୍ୱାରା ଜଣାପଡିଲା ଯେ କିନ୍ନର ସାମାନ୍ୟ ଲୋକଙ୍କ ତୁଳନାରେ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରୁହନ୍ତି। ସାଧାରଣତଃ କିନ୍ନରଙ୍କ ଜୀବନୀ ଜୀବିକାକୁ ନେଇ ଲୋକମାନଙ୍କର ନଜର ରହିନଥାଏ କିନ୍ତୁ ଏହି ଉତ୍ସୁକତାର ପ୍ରଶ୍ନ ସବୁବେଳେ ମନରେ ଆସେ ଯେ ବାସ୍ତବାରେ କିନ୍ନରଙ୍କ ଜୀବନ କେମିତି ରହିଥାଏ। ସେମାନେ କେଉଁଭଳି ଭାବେ ନିଜର ବୋଣ୍ଡିଙ୍ଗ ବନାନ୍ତି ଏବଂ ସେମାନଙ୍କ ଖୁସିର ରାଜ କଣ ହୋଇଥାଏ।
ରିସର୍ଚ୍ଚରମାନେ କୋରିୟା ପ୍ରାଦୀପରେ ଶହଶହ ବର୍ଷ ଧରି ରହୁଥିବା କିନ୍ନରଙ୍କ ଜୀବନ ସହ ଜଡିତ ଦସ୍ତାବିଜର ଅଧ୍ୟୟନ କରିଥିଲେ। ଯେଉଁଥିରେ ସେମାନଙ୍କୁ ଏହି ସିଦ୍ଧାନ୍ତ ମିଳିଲା ଯେ ବନ୍ଧ୍ୟାକରଣ କାରଣରୁ କିନ୍ନର ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରୁଛନ୍ତି। ଏହି ରିସର୍ଚ୍ଚ ଏହା ମଧ୍ୟ ଜଣାଇଛି ଯେ ଅନ୍ୟ ଲୋକଙ୍କ ତୁଳନାରେ କିନ୍ନର ପ୍ରାୟ ୨୦ ବର୍ଷ ଅଧିକ ଜୀବିତ ରହନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପୁରୁଷଙ୍କ ହର୍ମୋନ ତାଙ୍କ ବୟସକୁ କମ୍ କରିଦେଇଥାଏ।
ସବୁ ସଂସ୍କୃତି ଏବଂ ସଭ୍ୟତାରେ କିନ୍ନରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ସେମାନେ କିଛି ବିଶେଷ କାମ କରନ୍ତି ଯାହାଦ୍ୱାରା ହରମ କିମ୍ବା ଜନାନଖାନେର ରକ୍ଷଣାବେକ୍ଷଣା କିନ୍ନରଙ୍କର ଖାସ୍ ଦାୟିତ୍ୱ ହୋଇଥାଏ। ହରମ ଅର୍ଥାତ ସେହି ଜାଗା ଯେଉଁଠି ରାଜକୀୟ ଘରର ମହିଳା ରୁହନ୍ତି। ବୈଜ୍ଞାନିକମାନଙ୍କ କହିବା କଥା ଯେ ଯଦି ପିଲାବେଳ ଆରମ୍ଭରୁ ହିଁ ବାଳକଙ୍କର ଅଣ୍ଡକୋଷକୁ କାଟି ଦିଆଯାଏ ତାହେଲେ ତାଙ୍କ ବିକାଶରେ ବାଧା ଉପୁଜିଥାଏ ଏବଂ ବାଳକ କେବେବି ସମ୍ପୂର୍ଣ୍ଣ ଭାବେ ପୁରୁଷ ହୋଇପାରନ୍ତିନାହିଁ।
ଏହି ରିସର୍ଚ୍ଚରେ ସାମିଲ ଥିବା ଜଣେ ଡାକ୍ତର କହିଛନ୍ତି ଯେ ‘କୋରିୟାରେ ରହୁଥିବା କିନ୍ନରଙ୍କ ବିଷୟରେ ରିସର୍ଚ୍ଚରୁ ଜଣାପଡିଲା ଯେ ସେମାନଙ୍କ ଠାରେ ମହିଳାଙ୍କ ଭଳି କିଛି ଲକ୍ଷଣ ଜଣାପଡୁଥିଲା, ଯେମିତିକି ସେମାନଙ୍କ ଠାରେ ନିଶ ଦାଢ଼ି ନଥିଲା, ସେମାନଙ୍କ ନିତମ୍ବ ଆଉ ଛାତି ବଡ ଥିଲା ଏବଂ ତାଙ୍କ ସ୍ୱର ବହୁତ ଭାରି ଲାଗୁଥିଲା। କୋରିୟାରେ ମଧ୍ୟ ରାଜକୀୟ ଦରବାରରେ କିନ୍ନର କାମ କରୁଥିଲେ। ଆମ ଦେଶର ମୋଗଲ ଶାସନ କାଳରେ କିନ୍ନରଙ୍କ ଦରବାର ଠାରୁ ନେଇ ରନିବାସ ପର୍ଯ୍ୟନ୍ତ ଚାକିରି ଦିଆଯାଉଥିଲା। ସେମାନଙ୍କ ଭୂମିକା ଖାସ୍ ରହୁଥିଲା।
କୋରିୟାରେ କିନ୍ନରଙ୍କ ଜନ୍ମ ବର୍ଷ ୧୫୫୬ ଠାରୁ ନେଇ ବର୍ଷ ୧୮୬୧ ମଧ୍ୟରେ ହୋଇଥିଲା ସେହି କିନ୍ନରଙ୍କ ବୟସ ୭୦ ବର୍ଷ ଥିଲା ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣ ୧୦୦ ବର୍ଷରୁ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିରହିଥିଲେ। ଭାରତରେ କିନ୍ନରଙ୍କ ବୟସକୁ ନେଇ ଅନେକ ଅଧ୍ୟୟନ ଉପଲବ୍ଧ ନାହିଁ କିନ୍ତୁ ୨୦୧୧ ମସିହା ଜନଗଣନାରୁ ସେମାନଙ୍କୁ ସାମିଲ କରିବା ଆରମ୍ଭ କରାଯାଇଛି। ସାରାଦେଶରେ ସେମାନଙ୍କ ଜନସଂଖ୍ୟା ୫ ଲକ୍ଷ ପାଖାପାଖି ରହିଛି।