ଘରେ ଅସରପା ଯୋଗୁଁ ଚିନ୍ତାରେ ଅଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ, ମିଳିବ ତୁରନ୍ତ ମୁକ୍ତି

ବର୍ଷା ହେଉ ଅବା ଗରମ ଦିନରେ ଘରେ ଅସରପା ହେବା ସାଧାରଣ କଥା। ଅସରପା ଅଧିକାଂଶ ରୋଷେଇ ଘର, ଷ୍ଟୋର ରୁମ ଏବଂ ବାଥରୁମରେ ଦେଖିବାକୁ ମିଳନ୍ତି। ଘରେ ଅସରପା ହେବା ଦ୍ବାରା ଅନେକ ପ୍ରକାର ରୋଗ ମଧ୍ୟ ହୋଇଥାଏ। ଅସରପା ଖାଇବା ପିଇବା ଜିନିଷରେ ପସିବା ଦ୍ବାରା ରୋଗ ବ୍ଯାପିଥାଏ। ତେବେ ଘରୁ ଅସରପା ତଡିବା ପାଇଁ ବଜାରରେ ଅନେକ ପ୍ରକାର ଔଷଧ କିମ୍ବା କେମିକାଲ ମିଳୁଛି। କିନ୍ତୁ ଏହା ବହୁତ ହାନିକାରକ। ଏଥିରେ ଆମେ ଆପଣଙ୍କୁ ଜଣାଇବୁ, ଅସରପା କେମିତି ଘରୁ ତଡିବେ।

କିରୋସିନି ଗନ୍ଧ ବହୁତ କଟୁ ହୋଇଥାଏ। ତେଣୁ ଅସରପା ଏହି ଗନ୍ଧ ଶୁଙ୍ଘିବା ମାତ୍ରେ ଜଲଦି ପଳାନ୍ତି। ଅସରପାରୁ ମୁକ୍ତି ପାଇବା ପାଇଁ ପାଣିରେ କିରୋସିନି ଢାଳି ଘରେ ପୋଛା ମାରିଦିଅନ୍ତୁ। ଏହାଛଡା କିରୋସିନି ତେଲ ମଧ୍ୟ ସ୍ପ୍ରେ କରିପାରିବେ।

ଅସରପା ତଡିବା ପାଇଁ ଲବଙ୍ଗ ମଧ୍ୟ ବ୍ଯବହାର କରିପାରିବେ। ଲବଙ୍ଗ ଗନ୍ଧ ଅସରପାକୁ ପସନ୍ଦ ନୁହେଁ। ତେଣୁ ରୋଷେଇ ଘର ୫/୬ଟି ଲବଙ୍ଗ ରଖିଦେଲେ ଅସରପା ଘରୁ ପଳାଇବେ।

ଅସରପା କଫି ଦାନା ଖାଇବା ମାତ୍ରେ ମଧ୍ୟ ମରିଯାଆନ୍ତି। ଘରର କୌଣସି କୋଣରେ ଅସରପା ହେଉଥିଲେ, ସେଠାରେ କଫି ଅଳ୍ପ ରଖିଦିଅନ୍ତୁ। ଏହି ଉପାୟ ଆପଣାଇଲେ ଘରୁ ଅସରପା ଦୂର ହୋଇପାରିବ।

ଘରୁ ଅସରପା ତଡିବା ପାଇଁ ବୋରିକ ପାଉଡର ଛିଞ୍ଚନ୍ତୁ। ଯେଉଁ ରୁମରେ ବୋରିକ ପାଉଡର ପକାଇବେ, ସେହି ରୁମର କ୍ଯାମେରା ବନ୍ଦ କରିଦିଅନ୍ତୁ। ପିଲାଙ୍କୁ ଏହି ରୁମ୍ ଠାରୁ ଦୂରେଇ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.