Below header

ଜାଣନ୍ତି କି ଦେବୀ ଲକ୍ଷ୍ମୀ କଣ କହିଥିଲେ ଇନ୍ଦ୍ରଦେବଙ୍କୁ? ଜାଣିଲେ ପାଇବେ ଧନବାନ୍ ହେବାର ଉପାୟ

ମାଆ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ଆମେ ସମସ୍ତେ ମାନିଥାଉ । ଦେବୀ ଲକ୍ଷ୍ମୀଙ୍କର ପୂଜା-ଆରାଧନା ତ ସମସ୍ତେ କରନ୍ତି, ଏବଂ ସମସ୍ତେ ଧନବାନ୍ ହେବାକୁ ଚାହିଁଥାନ୍ତି । କିନ୍ତୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ ମାଆ ଲକ୍ଷ୍ମୀ ଏବଂ ଦେବରାଜ ଇନ୍ଦ୍ରଙ୍କ ମଧ୍ଯରେ ହୋଇଥିବା ବର୍ତ୍ତାଳାପ ବିଷୟରେ କହିବୁ । ଯେଉଁଥିରେ ଧନଲକ୍ଷ୍ମୀ ନିଜର ଭକ୍ତଙ୍କ ଉପରେ ଆଶିର୍ବାଦର କାରଣ ବିଷୟରେ କହିଥିଲେ । ମହାଲକ୍ଷ୍ମୀଙ୍କର ଆଶିର୍ବାଦ ପାଇବା ପାଇଁ ପୂଜାର୍ଚ୍ଚନା ବ୍ଯତିତ ମଧ୍ଯ ଅନ୍ଯ କିଛି କଥା ଉପରେ ନଜର ରଖିବା ଅନିର୍ବାର୍ଯ୍ଯ । ଆଜି ମଧ୍ଯ ଯେଉଁ ପରିବାର ଲକ୍ଷ୍ମୀଙ୍କର କହିଥିବା କଥାକୁ ପାଳନ କରିଥାନ୍ତି, ସେମାନଙ୍କର କେବେ ବି ଧନ-ସମ୍ପତ୍ତିର ଅଭାବ ରହିନଥାଏ ।

bଏହି ପ୍ରସଙ୍ଗ ମହାଭାରତ ସହିତ ଯୋଡିହୋଇଛି । ଯେବେ ଦେବୀ ଲକ୍ଷ୍ମୀ , ଅସୁର ମାନଙ୍କ ଘର ଛାଡି ଦେବରାଜ ଇନ୍ଦ୍ରଙ୍କ ପାଖକୁ ଯାଇଥିଲେ, ସେତେବେଳେ ଇନ୍ଦ୍ର ଲକ୍ଷ୍ମୀଙ୍କୁ ଅସୁରଙ୍କୁ ଛାଡିକି କାହିଁକି ଆସିଲେ ତାହାର କାରଣ ପଚାରିଥିଲେ । ସେତେବେଳ ଇନ୍ଦ୍ରଙ୍କ ପ୍ରଶ୍ନର ଉତ୍ତରରେ ମାଆ ଲକ୍ଷ୍ମୀ ଦେବତାଙ୍କ ଠାରୁ ଅସୁର ମାନଙ୍କର ଶକ୍ତି ଏବଂ କମଯୋର ହେବା ପଛର କାରଣ କହିଥିଲେ । ଏହାସହ ଦେବୀ ଲକ୍ଷ୍ମୀ କହିଥିଲେ କି ଯେଉଁ ଘରେ କିଛି ନିୟମର ପାଳନ କରାଯାଥାଏ ସେହି ଘରେ ସେ ରହିବାକୁ ପସନ୍ଦ କରିଥାନ୍ତି । ଯେମିତିକି ଦିନରେ ନ ଶୋଇବା, ରାତିରେ ଶୋଇବା ସମୟରେ ଦହି କିମ୍ବା ଛତୁର ସେବନ ନ କରିବା, ସୂର୍ଯ୍ଯ ଉଦୟ ପୂର୍ବରୁ ହିଁ ସେଜ ତ୍ଯାଗ କରିବା ଏବଂ ବ୍ରତ ଉପବାସ କରିବା ।

cଏହା ଛଡା ସକାଳୁ ଉଠିକି ଘିଅ କିମ୍ବା ଅନ୍ଯ କୌଣସି ବସ୍ତୁର ଦର୍ଶନ କରିବା ଆଦି ପ୍ରମୁଖ କାରଣ ଧନର ଦେବୀ ଲକ୍ଷ୍ମୀଙ୍କୁ ସ୍ଥାୟୀଭାବେ ରହିବା ପାଇଁ ପ୍ରେରିତ କରିଥାଏ । ଦେବୀ ଲକ୍ଷ୍ମୀ ଇନ୍ଦ୍ରଦେବଙ୍କୁ ଏହା ମଧ୍ଯ କହିଥିଲେକି, ପୂର୍ବ କାଳରେ ଦାନବ ମାନେ ମଧ୍ଯ ଏହିସବୁ ନିୟମର ପାଳନ କରୁଥିଲେ । କିନ୍ତୁ ଏବେ ସେମାନେ ଅଧର୍ମ ମାର୍ଗରେ ପଳେଇଲେଣି । ଏହି କାରଣ ଯୋଗୁଁ ଦେବୀ ଲକ୍ଷ୍ମୀ ପୂର୍ବରୁ ସେମାନଙ୍କ ପାଖରେ ଥିଲେ କିନ୍ତୁ ଅଧର୍ମ ଯୋଗୁଁ ସେ ସେହି ସ୍ଥାନ ଛାଡି ଆସିଥିବା କହିଥିଲେ ।

ଏହି ସବୁ ନିୟମକୁ ପାଳନ କରିବା ଛଡା ଧନଲକ୍ଷ୍ମୀ ଇନ୍ଦ୍ରଙ୍କୁ କହିଥିଲେ କି ଯେଉଁ ପୁରୁଷ ବୌଦ୍ଧିକ, ବୁଦ୍ଧିମାନ ଏବଂ ଧାନଶୀଳ ଓ ସତ୍ଯ ବାକ୍ଯ କହୁଥିବ, ସେ ସେହି ଘରେ ବାସ କରିଥାନ୍ତି । ଏହାଛଡା ସେ କୌଣସି ସ୍ଥାନରେ ବାସ କରିବାକୁ ପସନ୍ଦ କରନଥାନ୍ତି ବୋଲି କହିଥିଲେ ।

aଦେବୀ ଲକ୍ଷ୍ମୀ ଇନ୍ଦ୍ରଦେବଙ୍କୁ ଏହା ମଧ୍ଯ କହିଥିଲେ କି, ଯେଉଁ ଘରେ ଶାଶୁ ପୁତ୍ରବଧୂ ଉପରେ ହୁକୁମ ଚଲାନ୍ତି,ଅନାଦାର କରନ୍ତି ଏବଂ ପ୍ରତାଡିତ କରନ୍ତି ସେହି ଘରେ ମାଆ ନିବାସ କରିବା ଠିକ୍ ଭାବିନଥାନ୍ତି । ଏହାବ୍ଯତିତ ଯେଉଁ ଘରେ ସ୍ତ୍ରୀ, ନିଜ ସ୍ବାମୀର କଥା ପାଳନ କରିନଥାନ୍ତି, ରୋଷେଇ କରିବା ସମୟରେ ସଫା ସୁତୁରା ନରଖିଥାନ୍ତି , ଅତିଥି ମାନଙ୍କୁ ଆଦର ନ କରିଥାନ୍ତି , ସବୁବେଳେ ପର ଚର୍ଚ୍ଚା ଏବଂ ପରର ହାନି ଚିନ୍ତା କରିଥାନ୍ତି ସେହି ଘରେ ମାଆ ଲକ୍ଷ୍ମୀ ବାସ କରିନଥାନ୍ତି ବୋଲି ଇନ୍ଦ୍ରଙ୍କୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.