ଜାଣନ୍ତୁ କେମିତି ହେଲା ପେଟିଏମ୍ ବ୍ଲାକମେଲିଂ ମାମଲାର ଖୁଲାସା

ଇସ୍ରାଇଲର ଏକ ଗୋଇନ୍ଦା ସଂସ୍ଥାର ସାହାର୍ଯ୍ଯରେ ଧରାପଡ଼ିଛନ୍ତି ପେଟିଏମ୍ ଡ଼ାଟା ଚୋର। ମୋବାଇଲ ଏବଂ ଲ୍ଯାପଟପ ଜରୀଆରେ ସିକ୍ରେଟ ଡ଼ାଟା ଚୋରି କରି ବ୍ଳାକମେଲ କରିବା ମାମଲାର ହୋଇଛି ପର୍ଦ୍ଦାଫାର୍ଶ। ଏଥିରେ ସାମିଲ ଥିଲେ କମ୍ପାନିର ଭାଇସ ପ୍ରେସିଡ଼େଣ୍ଟ ସାନିଆ ଧବନ ତେବେ ଏବେ ତାଙ୍କର  ଚାଲାକି ଆସିଛି ସାମ୍ନାରେ। ଦେଶର ବଡ଼ ମୋବାଇଲ ୱାଲେଟ କମ୍ପାନି ପେଟିଏମର ଏମଡ଼ି ବିଜୟ ଶେଖରଙ୍କ ପାଖକୁ ଯେତେବେଳେ ତାଙ୍କୁ ଅଭିଯୋଗପୂର୍ଣ୍ଣ ହ୍ବାଟ୍ସଆପ ଭରଚୁଆଲ କଲ ଆସିବା ଆରମ୍ଭ ହେଲା ସେତେବେଳେ ସେ ଇସ୍ରାଇଲର କିଛି ଗ୍ରାହକଙ୍କର ସାହାଯ୍ଯ ଲୋଡ଼ିଥିଲେ।

paytm 5

 ତିନି ଅଭିଯୁକ୍ତଙ୍କୁ କୋର୍ଟରେ ୧୪ ଦିନପରେ ନ୍ଯାୟ ପାଇଁ ପଠାଯିବ

ଇସ୍ରାଇଲରେ ଥିବା ଗ୍ରାହକ ଗୋଇନ୍ଦା ସଂସ୍ଥାର ଅଧିକାରୀଙ୍କୁ ସେହି ଭଚ୍ଯୁଆଲ ନମ୍ବର ଦେବାପରେ ସେ ସମସ୍ତ ବିଷୟରେ ସୂଚନା ଦେଇଥିଲେ। ସେହି କଲ କୋଲକାତାର ରୋହିତ ଚୋମଲଙ୍କର ଜଣାପଡ଼ିଥିଲା। ଯାହାପରେ ନୋଏଡ଼ା ପୋଲିସ ରୋହିତ ଏବଂ ତାଙ୍କ ମୋବାଇଲ ନେଟୱର୍କର ଜାଞ୍ଚ କରିଥିଲେ। ଯାହାପରେ ସାମ୍ନାକୁ ଆସିଥିଲେ ଅପରାଧ ପଛର ଅସଲ ଅପରାଧି। ଏଥିରେ ପୋଲିସ ସୋନିଆ ଧବନ,ତାଙ୍କ ସ୍ବାମୀ ରୁପକ ଜେନ୍ ଏବଂ ପେଟିଏମର କର୍ମଚାରୀ ଦେବେନ୍ଦ୍ରଙ୍କୁ ଗିରଫ କରାଗଲା। ତିନିଜଣ ଅଭିଯୁକ୍ତଙ୍କୁ ୧୪ ଦିନ ପରେ କୋଟ ଚାଳନ କରାଯିବା ପରେ ଜେଲ ପଠାଯିବା ନେଇ ସୂଚନା ରହିଛି। ସେହିପରି ପୋଲିସ ଟିମ୍ ମାମଲାରେ ନିୟୋଜିତ ଥିବା ଚତୁର୍ଥ ଅଭିଯୁକ୍ତ ରୋହିତଙ୍କର ଖୋଜ କରୁଛି।

paytm 2

ପୋଲିସ ତଦନ୍ତ ସମୟରେ ଜଣାପଡ଼ିଛି, ସୋନିଆ ପେଟିଏମ୍ କମ୍ପାନିରେ ଦୁଇ ନମ୍ବର ସ୍ଥାନର ଅଧିକାରୀ ଥିଲେ। କମ୍ପାନିରେ ଦେବେନ୍ଦ୍ର ସୋନିଆଙ୍କର ବହୁତ ଖାସ ରହିଥିଲେ। ସେ ଆଡ଼ମିନ୍ ଭାବେ କାମ କରୁଥିଲେ। ଦେବେନ୍ଦ୍ରଙ୍କର ଖୁସି ୨୦୧୪ ମସିହାରେ କୋଲକତାର ଜଣେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା। ସେ ମହିଳା କୋଲକତାରେ ଏକ ପ୍ରସିଦ୍ଧ ମସାଜ ସେଣ୍ଟର ଚଲାଉଥିଲେ। ସେଠାକୁ ରୋହିତଙ୍କ ମାଙ୍କ ଯିବା ଆସିବା ରହିଥିଲା। ଯାହାପରେ ରୋହିତ ଏବଂ ଦେବେନ୍ଦ୍ରଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା। ଏହାପରେ ସୋନିଆ, ରୁପକ ଜେନ୍, ରୋହିତ୍ ଚୋମଲ, ଦେବେନ୍ଦ୍ରଙ୍କ ଜରୀଆରେ ଏକାଠି ହେଲେ।

paytm

କୋତବାଲି ସେକ୍ଟର-୨୦ ପୋଲିସ ମଙ୍ଗବାରଦିନ ଦେବେନ୍ଦ୍ରଙ୍କ ଘରୁ ଏକ ହାର୍ଡ଼ଡ଼ିକ୍ସ ଜବତ କରିଥିଲେ। ଏସଏଚଓ ମନୋଜ ପଂତ କହିଲେ, ଏହି ହାର୍ଡ଼ଡ଼ିକ୍ସରେ ସୋନିଆଙ୍କ ଦ୍ବାରା ଦିଆଯାଇଥିବା ସିକ୍ରେଟ୍ ଡ଼ାଟା ରହିଥିଲା। ଏହାକୁ ସୋନିଆ ତାଙ୍କର ଆଇଫୋନ ୭ ଏବଂ ଲାପଟପରୁ ପଠାଇଥିଲେ। ଯାହାର ପାସୱାଡ଼ କମ୍ପାନିର ମୁଖ୍ଯା ବିଜୟ ଶେଖର ଏବଂ ସୋନିଆଙ୍କ ପାଖରେ ରହଥିଲା। ସୋନିଆ ଦୀର୍ଘ ୨ବର୍ଷ ହେଲା ଡ଼ାଟା ଏକାଠି କରିବାରେ ଲାଗିଥିଲେ। ଅର୍ଥାତ ତାଙ୍କ ମନରେ ବହୁ ପୂର୍ବରୁ ବ୍ଳାକମେଲ କରିବାର ଭାବନା ରହିଥିଲା। ପୋଲିସ ଏବେ ଏହି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଚେଷ୍ଟା କରୁଛି।

paytm 3

ପୋଟିଏମ ମାଲିକ ବିଜୟ ଶେଖରଙ୍କ ଭାଇ ଅଜୟ ଶେଖର ସେକ୍ଟର-୨୦ ପୋଲିସ ଷ୍ଟେସନରେ ୨୦ ସେପ୍ଟେମ୍ବର ଦିନ ଭଚ୍ଯୁଆଲ ନମ୍ବରରୁ ଫୋନ ଆସିବାର ଅଭିଯୋଗ କରିଥିଲେ। କମ୍ପାନିର ଡ଼ାଟାକୁ ସାବର୍ଜନୀକ କରିବା ପାଇଁ ତାଙ୍କୁ ଧମକ ଦିଆଯାଉଥିଲା। ଏହାପରେ ବିଜୟଙ୍କ ପାଖକୁ ମଧ୍ୟ କଲ ଆସିବା ସହ ତାଙ୍କୁ ମଧ୍ୟ ସମାନ ଧମକ ଦିଆଯାଇଥିଲା। ଏହା ବଦଳରେ ତାଙ୍କୁ ୨୦କୋଟି ଟଙ୍କାର ମଗାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.