ଫାଇଦା ନୁହେଁ ଶରୀରର କ୍ଷତି ବି କରିଥାଏ ବିଟ୍, ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟ

ପ୍ରଚୁର ପୋଷକ ତତ୍ତ୍ୱରେ ଭରପୂର ବିଟ୍ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। କିନ୍ତୁ ଏହା ସମସ୍ତଙ୍କ ପାଇଁ ଫାଇଦାଯୁକ୍ତ ହୋଇନଥାଏ। ବିଟରେ ଅକ୍ସଲେଟର ପରିମାଣ ଅଧିକ ଥାଏ, ଯାହା ଶରୀରର ବିଭିନ୍ନ କ୍ଷତି କରିଥାଏ। ସୀମିତ ପରିମାଣରେ ବିଟ୍ ସେବନ ଶରୀରର ଲାଭ କରୁଥିବା ବେଳେ ମାତ୍ରାଧିକ ବିଟ୍ ଯୋଗୁଁ କେତେକ ସାଇଡ ଇଫେକ୍ଟ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ବିଟର ସାଇଡ ଇଫେକ୍ଟ…

ମଳ ଓ ମୂତ୍ରର ରଙ୍ଗ ପରିବର୍ତ୍ତନ:

ଅଧିକ ପରିମାଣରେ ବିଟ୍ ଖାଇଲେ ମଳ ଓ ମୂତ୍ରର ରଙ୍ଗ ପରିବର୍ତ୍ତନ ହୋଇଯାଏ। ମୂତ୍ରର ରଙ୍ଗ ହଳଦିଆ ବଦଳରେ ପିଙ୍କ କିମ୍ବା ନାଲି ହେଉଥିବା ବେଳେ ମଳର ରଙ୍ଗ କଳା କିମ୍ବା ଲାଲ ହୋଇଯାଏ। ଏହା ଏତେ ବଡ଼ ଅସୁବିଧା ନୁହେଁ ଓ ଆପେ ଠିକ ହୋଇଯାଏ।

କିଡନୀ ଷ୍ଟୋନର ଆଶଙ୍କା:

ବିଟରେ ଅକ୍ସଲେଟର ପରିମାଣ ଅଧିକ ଥାଏ। ଫଳରେ ଏହାକୁ ଅଧିକ ସେବନ କଲେ କିଡନୀ ଷ୍ଟୋନର ଆଶଙ୍କା ରହିଛି। ଏଣୁ ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ଅଛି ତେବେ ବିଟ ଖାଆନ୍ତୁ ନାହିଁ କିମ୍ବା ଅଳ୍ପ ଖାଆନ୍ତୁ। ଡାକ୍ତରଙ୍କ ପରାମର୍ଶ ନେଲେ ଭଲ।

ପେଟ ଖରାପ ହୋଇପାରେ:

ବିଟରେ ନାଇଟ୍ରେଟ ରହିଛି। ଏହାକୁ ଅଧିକ ପରିମାଣରେ ସେବନ କଲେ ପେଟ ରୋଗ ହେବା ଆଶଙ୍କା ରହିଛି। ଏଥିସହ ପାଚନ ସମ୍ବନ୍ଧୀୟ ସମସ୍ୟା ବି ଦେଖାଦିଏ। ନାଇଟ୍ରେଟ ଥିବା ଯୋଗୁ ଗର୍ଭବତୀ ମହିଳାଙ୍କୁ ବିଟ ଖାଇବାକୁ ବାରଣ କରାଯାଏ।

ଯକୃତ ପାଇଁ କ୍ଷତିକାରକ:

ରିସର୍ଚ୍ଚ ମୁତାବକ, ଅଧିକ ପରିମାଣରେ ବିଟ୍ ଖାଇଲେ ଯକୃତ ବା ଲିଭର ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ। ବିଟରେ କପର, ଆଇରନ, ଫସଫରସ ଓ ମ୍ୟାଗନେସିୟମ ରହିଥାଏ। ଏସବୁ ତତ୍ତ୍ୱ ଅଧିକ ଖାଇଲେ ଲିଭରରେ ଜମା ହୋଇଥାନ୍ତି। ଫଳରେ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.