ହାଇଦ୍ରାବାଦରେ ହେଲା ଭାରତର ପ୍ରଥମ ଅତ୍ୟାଧୁନିକ ବ୍ରିଦିଂ ଲଙ୍ଗସ ଟ୍ରାନ୍ସପ୍ଲାଣ୍ଟ, ଲଙ୍ଗସ ବି ବଦଳି ପାରିବ ଭାରତରେ

ହାଇଦ୍ରାବାଦ : ହାଇଦ୍ରାବାଦର କୃଷ୍ଣା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ରେ ଭାରତର ପ୍ରଥମ ବ୍ରିଦିଂ ଲଙ୍ଗ୍‌ ଟ୍ରାନ୍ସପ୍ଲାଣ୍ଟ(ଅତ୍ୟାଧୁନିକ ଫୁସଫୁସ ପ୍ରତିରୋପଣ) ସମ୍ଭବ ହୋଇଛି । ଏହା ପୂର୍ବରୁ ଏପରି ଟ୍ରାନ୍ସପ୍ଲାଣ୍ଟ କେବଳ ଆମେରିକା, କାନଡ଼ା ଓ ଅଷ୍ଟ୍ରିଆର କିଛି ସ୍ଥାନରେ ସମ୍ଭବ ହୋଇପାରିଥିଲା । ଏବେ ଭାରତ ମଧ୍ୟ ଏହି ତାଲିକାରେ ସଂଯୁକ୍ତ ହୋଇଛି । ହାଇଦ୍ରାବାଦର କୃଷ୍ଣା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ ହସପିଟାଲରେ ଭାରତର ପ୍ରାୟ ୮୦ ପ୍ରତିଶତ ଫୁସଫୁସ ପ୍ରତ୍ୟାରୋପଣ ହୋଇଥାଏ ।

ସବୁଠୁ ବଡ଼ କଥା ହେଲା ଯେତେବେଳେ ଫୁସଫୁସ ପ୍ରତ୍ୟାରୋପଣ କରାଯାଏ ସେତେବେଳେ ଫୁସଫୁସକୁ ଡୋନର ହସପିଟାଲରୁ ପ୍ରତ୍ୟାରୋପଣ ହେବା ଯାଏ ବରଫ ବ୍ୟାଗ ମଧ୍ୟରେ ରଖାଯାଇଥାଏ । ସଂକ୍ରମଣ ନହେବା ପାଇଁ ଫୁସଫୁସରେ ଏକ ସ୍ପେଶାଲ ସଲ୍ୟୁସନ ଲଗାଯାଇଥାଏ । ଯାହାକି ଫୁସଫୁସକୁ ୬ ରୁ ୮ ଘଣ୍ଟାଯାଏ ସଂରକ୍ଷିତ ରଖିଥାଏ । ତେବେ ଅଧିକାଂଶ ଫୁସଫୁସ ଭଲ ନଥିବାରୁ ଏହାର ସଂକ୍ରମଣ ନଷ୍ଟ କରିବା ପାଇଁ ଏଥିରେ ଆଣ୍ଟିବାୟୋଟିକ ଓ ଅନ୍ୟ ତରଳ ପଦାର୍ଥ ଦ୍ୱାରା ସଂକ୍ରମଣ ମୁକ୍ତ କରାଯାଇଥାଏ । ଏହାପରେ ଏହାକୁ କୁତ୍ର୍ତ୍ରିମ ଉପାୟରେ କାର୍ଯ୍ୟକ୍ଷମ କରିବା ପାଇଁ ଭେଣ୍ଟିଲେଟରର ସହାୟତା ନିଆଯାଇଥାଏ ।

ଭେଣ୍ଟିଲେଟର ସହାୟତାରେ ଶିଥିଳ ହୋଇଥିବା ଅଂଶକୁ ସତେଜ କରାଯାଇଥାଏ । ଯାହାଫଳରେ ବନ୍ଦ ହୋଇଥିବା ପବନ ଛିଦ୍ରକୁ ସଫା କରାଯାଏ । ଏହି ମଧ୍ୟରେ ଫୁସଫୁସର ବିଭିନ୍ନ ପରୀକ୍ଷା ନୀରିକ୍ଷା କରାଯାଇଥାଏ । ଫୁସଫୁସ ଯେତେବେଳେ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହେବାକୁ ସକ୍ଷମ ହୋଇଯାଏ ଓ ବ୍ୟକ୍ତିର ଶରୀର ସହ ମ୍ୟାଚ ହୋଇଯାଏ । ସେତେବେଳେ ଏହାକୁ ବ୍ୟକ୍ତିର ଶରୀର ସହ ଲଗାଇ ଦିଆଯାଇଥାଏ । ଯାହାଫଳରେ ଶରୀରରେ ଏହା ସୁଚାରୁ ଭାବେ କାର୍ଯ୍ୟକ୍ଷମ କରିଥାଏ ।

ଏହି ପ୍ରୋସେସ ଦ୍ୱାରା ଫୁସଫୁସ ଅଧିକ ୩୦ ପ୍ରତିଶତ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିଥାଏ ବୋଲି ଏଥିରେ କାମ କରୁଥିବା ୫୦ ଜଣିଆ ଡାକ୍ତରୀ ଦଳ ପ୍ରକାଶ କରିଛନ୍ତି । ‘ବ୍ରିଦିଂ ଲଙ୍ଗସ’ ଅର୍ଥାତ ଏକ ଯନ୍ତ୍ର ସାହାଯ୍ୟରେ ଫୁସଫୁସକୁ କାର୍ଯ୍ୟକ୍ଷମ କରାଇବା ପରେ ଏହାକୁ ଶରୀରରେ ପ୍ରତ୍ୟାରୋପଣ କରାଯାଇଥାଏ । ଯାହାକି ଶତ ପ୍ରତିଶତ ଶରୀରରେ କାର୍ଯ୍ୟକ୍ଷମ କରିପାରିବ ।

ଏଭଳି ଫୁସଫୁସ ପ୍ରତ୍ୟାରୋପଣ କେବଳ ଆମେରିକା, କାନଡ଼ା ଓ ଅଷ୍ଟ୍ରିଆ ଆଦି ଦେଶର କିଛି ମେଡିକାଲରେ ସମ୍ଭବ ହୋଇପାରୁଥିଲା । ଯାହାକି ଏବେ ଭାରତର ହାଇଦ୍ରାବାଦରେ ସମ୍ଭବ ହୋଇ ପାରିଛି । ହାଇଦ୍ରାବାଦ ଏବେ ଦେଶର ଫୁସଫୁସ ପ୍ରତ୍ୟାରୋପଣ ରାଜଧାନୀ ମାନ୍ୟତା ପାଇଛି ।

ପ୍ରକାଶଯୋଗ୍ୟ ଯେ କରୋନା ପରେ ଅଧିକାଂଶ କ୍ଷେତ୍ରର ଲଙ୍ଗସ(ଫୁସଫୁସ) ନଷ୍ଟ ହୋଇଯିବାର ଦେଖିବାକୁ ମିଳୁଛି । ପୂର୍ବରୁ ଫୁସଫୁସ ପ୍ରତିରୋପଣ କେବଳ ଆମେରିକା, କାନଡ଼ା ଓ ଅଷ୍ଟ୍ରିଆରେ ସମ୍ଭବ ହେଉଥିଲା । ଏବେ ଭାରତର ହାଇଦ୍ରାବାଦରେ ଫୁସଫୁସ ସଫଳ ଭାବେ ପ୍ରତିରୋପଣ ହେବା ପରେ ଫୁସଫୁସ ଜନିତ ଅସୁବିଧାକୁ ଏଡାଇ ଦେଇହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.