ମାତ୍ରାଧିକ ଚେରୀ ଖାଇବା ଶରୀର ପାଇଁ ହୋଇପାରେ ବିପଦଜ୍ଜନକ, ଦେଖାଦେଇପାରେ ଏସବୁ ସମସ୍ୟା

ଖରାଦିନେ ବଜାରରେ ପ୍ରଚୁର ପରିମାଣରେ ଚେରୀ ମିଳେ। ଲାଲ ଟକଟକ ଚେରୀ କୋଳି ଦେଖିଲେ ଯାହାର ବି ଲୋଭ ହେବ। ଏହି ଛୋଟ ଫଳରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଭରି ରହିଛି। ଚେରୀରେ ଭିଟାମିନ ଏ, ଥାୟାମିନ, ଭିଟାମିନ ବି୬, ଭିଟାମିନ ସି ଆଦି ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରେ। ମାତ୍ର ଏହାର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା ଅଧିକ ମାତ୍ରାରେ ଚେରୀ ଖାଇଲେ କି କି ସମସ୍ୟା ଦେଖାଯାଏ…

କିଛି ଲୋକଙ୍କୁ ଚେରୀ ଖାଇଲେ ଆଲର୍ଜି ହୋଇଥାଏ। ଏଣୁ ଯଦି ଆପଣଙ୍କର ଫଳ ଖାଇଲେ କିଛି ଆଲର୍ଜି ହେଉଛି, ତେବେ ଟିକେ ଧ୍ୟାନ ରଖନ୍ତୁ।

ଚେରୀରେ ପ୍ରଚୁର ଫାଇଭର ରହିଛି। ଯଦି ଆପଣ ମାତ୍ରାଧିକ ଚେରୀ ଖାଉଛନ୍ତି ତେବେ ପାଚନତନ୍ତ୍ର ଉପରେ ପ୍ରଭାବ ପଡ଼ିପାରେ।

କିଛି ମହିଳାଙ୍କର ଗର୍ଭାବସ୍ଥାରେ ଚେରୀ ଖାଇଲେ ଆଲର୍ଜି ହୁଏ। ଏଣୁ ଡାକ୍ତରଙ୍କ ପରାମର୍ଶ ନେଇ ଚେରୀ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.