ଚମକଦାର ତ୍ୱଚା ପାଇଁ ମୁହଁରେ ଲଗାନ୍ତୁ ସୋରିଷ ଫେସ୍‌ପ୍ୟାକ୍‌, ଲିଭିଯିବ ପୁରୁଣାରୁ ପୁରୁଣା ଦାଗ

ସୁନ୍ଦର ଓ ଚମକଦାର ତ୍ୱଚା ପାଇବା ପାଇଁ ଯୁବତୀ ଓ ମହିଳାମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହା ପରେ ବି ସେମାନଙ୍କୁ ଉଜ୍ଜଳ ତ୍ୱଚା ମିଳିନଥାଏ। ପ୍ରଖର ସୂର୍ଯ୍ୟ କିରଣ ଓ ସନବର୍ଣ୍ଣ ଯୋଗୁ ତ୍ୱଚା ନିଜ ଚମକ ହରାଇଥାଏ। ଏଭଳି ସ୍ଥିତିରେ ଆପଣ ଘର ତିଆରି ଫେସ୍‌ ପ୍ୟାକ୍‌ ବ୍ୟବହାର କରି ନିଜ ତ୍ୱଚାକୁ ଚମକାଇ ପାରିବେ।

ସୋରିଷ ପାଉଡର ଓ ଦହି:

ସୋରିଷ ପାଉଡରକୁ ଦହି ସହ ମିଶାଇ ଆପଣ ଭଲ ସ୍କ୍ରବ୍‌ ତିଆରି କରିପାରିବେ। ଏଥିପାଇଁ ୨ ଚାମଚ ଦହିରେ ଦେଢ଼ ଚାମଚ ସୋରିଷ ଗୁଣ୍ଡ ମିଶାନ୍ତୁ। ଏହାକୁ ଆପଣ ସ୍କ୍ରବ୍‌ ଭାବେ ବ୍ୟବହାର କରିପାରିବେ। ଏହା ଦ୍ୱାରା ତ୍ୱଚାରେ ଚମକ ଆସିବ।

ସୋରିଷ ପାଉଡର ଓ ଆଲୋଭେରା ଜେଲ:

ସୋରିଷ ପାଉଡର ସହ ଆଲୋଭେରା ଜେଲ ମିଶାଇ ପେଷ୍ଟ ତିଆରି କରି ୧୫ରୁ ୨୦ ମିନିଟ୍‌ ଯାଏଁ ମୁହଁରେ ଲଗାନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚାରେ ଚମକ ଆସିବ।

ସୋରିଷ ପାଉଡର ଓ ଲେମ୍ବୁ ରସ:

ସୋରିଷ ପାଉଡରରେ ଲେମ୍ବୁ ରସ ମିଶାଇ ୧୦ ମିନିଟ୍‌ ଯାଏଁ ଶୁଖିବାକୁ ଛାଡ଼ି ଦିଅନ୍ତୁ। ପରେ ଏହାକୁ ପାଣି ଧୋଇ ଦିଅନ୍ତୁ। ଏହା ତ୍ୱଚାର ଟ୍ୟାନିଂ ସମସ୍ୟା ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.