ରାତିରେ ଲାଇଟ ଜଳାଇ ଶୋଇବା ଦ୍ୱାରା ଏହି ସ୍ୱାସ୍ଥ୍ୟ ସମସ୍ୟାରେ ହୋଇପାରନ୍ତି ଶିକାର,ଜାଣନ୍ତୁ କ’ଣ

ସୁସ୍ଥ ଶରୀର ପାଇଁ ପ୍ରାୟ ୭ ରୁ ୮ ଘଣ୍ଟା ଶୋଇବା ଜରୁରୀ । ହେଲ୍ଥ ଏକ୍ସପର୍ଟ ଆପଣଙ୍କ ରୋଗ ଓ ଶରୀରର ସମସ୍ୟାକୁ ଦେଖି ଅଲଗା ଅଲଗା ଶୋଇବା ପାର୍ଟନ ବତାଇଥାନ୍ତି । ଶରୀରର ଥକାପଣ ଓ ଦୁର୍ବଳତା ଦୂର କରିବା ପାଇଁ ଶୋଇବା ବହୁତ ଜରୁରୀ । ଏହାଦ୍ୱାରା ମସ୍ତିସ୍କ ଭଲ କାମ କରିଥାଏ । ଶୋଇବା ଖରାପ ହେଲେ ଶରୀରରେ ବିଭିନ୍ନ ରୋଗ ସଷ୍ଟି ହୋଇଥାଏ ।

ଲାଇଟ ଜଳାଇ ଶୋଇବା ସ୍ୱାସ୍ଥ୍ୟ ପାଇଁ ଆଣିଥାଏ ବଡ଼ ସମସ୍ୟା

କିଛି ଲୋକ ରାତିରେ ଶୋଇବା ବେଳେ ଲାଇଟ ବନ୍ଦ କରି ଶୋଇଥାନ୍ତି । ଏହା ଏକ ଭଲ ଆଦତ ହୋଇଥାଏ । ଏହାଦ୍ୱାରା ଆପଣଙ୍କୁ ଗଭୀର ଓ ଭଲ ନିଦ ଆସିଥାଏ । ହେଲେ ଯଦି ଆପଣ ରାତିରେ ଲାଇଟ ଜଳାଇ ଶୁଅନ୍ତି,ତେବେ ଆପଣଙ୍କୁ ଗଭୀର ନିଦ ଆସିନଥାଏ । ଏହା ସ୍ୱାସ୍ଥ୍ୟ ଉପରେ ବଡ଼ କୁପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ରାତିରେ ଲାଇଟ ଜଳାଇ ଶୋଇବା ଦ୍ୱାରା ଶରୀରର କି କ୍ଷତି ହୋଇଥାଏ ।

ଡିପ୍ରେସନର ହୋଇ ପାରନ୍ତି ଶିକାର

ଲାଇଟ ଆମ ଶରୀର ପାଇଁ ଯେତେ ଜରୁରୀ ହୋଇଥାଏ, ଅନ୍ଧାର ବି ସେତେ ଜରୁରୀ ହୋଇଥାଏ । ଆପଣ ଜାଣିଥିବେ ସ୍ୱେଡେନ ଓ ନରେଓ୍ଵ ଆଦି ଦେଶରେ ୬ ମାସ ଯାଏ ସୂର୍ଯ୍ୟ ଉଦୟ ହୋଇ ନଥାନ୍ତି । ଏହି କାରଣରୁ ସେଠାକାର ଲୋକେ ଡିପ୍ରେସନର ଶିକାର ହୋଇଥାନ୍ତି । ଠିକ ଆପଣ ଯଦି ଦୀର୍ଘ ସମୟ ଯାଏ ଆଲୋକରେ ରୁହନ୍ତି ଆପଣଙ୍କୁ ମଧ୍ୟ ବହୁତ ଡିପ୍ରେସନ ଓ ଚିଡଚିଡା ଆସିଥାଏ । ତେଣୁ ଚେଷ୍ଟା କରନ୍ତୁ କିଛି ସମୟ ପାଇଁ ବିନା ଲାଇଟରେ ରହିବା ପାଇଁ ।

ଶରୀରରେ ଦୁର୍ବଳତା ଅନୁଭବ କରିପାରନ୍ତି

ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇଟ ଜଳାଇ ଶୋଇବା ଦ୍ୱାରା ଆପଣଙ୍କୁ ଶାନ୍ତିରେ ନିଦ ଆସିନଥାଏ । ଯେଉଁଥିପାଇଁ ଶରୀରରେ ଧକ୍କାପଣ ଆସିଥାଏ ।

ଅନେକ ରୋଗ ହେବାର ରହିଥାଏ ଆଶଙ୍କା

ଲାଇଟ ଜଳାଇ ଶୋଇବା ଆଦତ ଯୋଗୁ ଆପଣଙ୍କୁ ଭଲ ନିଦ ଆସିନଥାଏ । ଯେଉଁଥିପାଇଁ ଆପଣଙ୍କୁ ହାଇ ବ୍ଲଡ ପ୍ରେସର, ମୋଟାପଣ ଓ ହୃଦରୋଗର ଆଶଙ୍କା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.