ଘୁଙ୍ଗୁଡି ଯୋଗୁଁ ହେଉଛନ୍ତି ଲଜ୍ଜିତ ? ଆପଣାନ୍ତୁ ଏହି ଉପାୟ

କିଛି ଲୋକଙ୍କର ଶୋଇବା ସମୟରେ ନିଶ୍ବାସ ନେବାବେଳେ ଘୁଙ୍ଗୁଡି ମାରିବାର ସମସ୍ୟା ଥାଏ। ଘୁଙ୍ଗୁଡି ମାରିବା ଏକ ସାଧାରଣ ସମସ୍ୟା ହେଲେ ମଧ୍ୟ ପାଖରେ ଶୋଇଥିବା ବ୍ୟକ୍ତିଙ୍କୁ ଶୋଇବାରେ ଅସୁବିଧା ହୋଇଥାଏ। ବୟସ ବଢ଼ିବା ସହିତ ଘୁଙ୍ଗୁଡି ମାରିବାର ସମସ୍ୟା ମଧ୍ୟ ବଢ଼ିଯାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ଘରୋଇ ଉପଚାର ବିଷୟରେ ଜଣାଇବାକୁ ଯାଉଛୁ ଯାହାଦ୍ବାରା ଆପଣ ଘୁଙ୍ଗୁଡି ମାରିବା ସମସ୍ୟାରୁ ମୁକ୍ତି ପାଇ ପାରିବେ।

– ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଚାମଚ ହଳଦୀରେ ମହୁ ମିଶାଇ ଖାଆନ୍ତୁ। ରାତିରେ ଶୋଇବା ପୁର୍ବରୁ ଏହି ମିଶ୍ରଣକୁ ସେବନ କରିବା ଦ୍ବାରା ଘୁଙ୍ଗୁଡିର ସମସ୍ୟା ଦୂର ହୋଇଥାଏ।

honey

– ଶରୀରରେ ଜଳୀୟ ଅଂଶ କମ୍ ହେବା କାରଣରୁ ମଧ୍ୟ ଘୁଙ୍ଗୁଡିର ସମସ୍ୟା ଦେଖା ଦେଇଥାଏ। ଯେତେବେଳେ ଶରୀରରେ ପାଣିର ମାତ୍ରା କମ ହୋଇଯାଏ ସେତେବେଳେ ନାକର ଦ୍ବାରର ଆଦ୍ରତା କମିଯାଏ ଯେଉଁ କାରଣରୁ ପବନର ବେଗ ଶ୍ବାସ ତନ୍ତ୍ରରେ ପହଞ୍ଚି ଯୋଗଦାନ ହୋଇ ପାରିନଥାଏ। ଏହି କାରଣରୁ ଘୁଙ୍ଗୁଡି ଭଳି ସମସ୍ୟା ହୋଇଥାଏ।

ଏହା ସହ ପଢ଼ନ୍ତୁ : ଏହି ଅକ୍ଷର ମହିଳା ଦିଅନ୍ତି ନାହିଁ ଧୋକା, ଦେଖନ୍ତୁ ଆପଣଙ୍କ ନାଁ ଏଥିରେ ଅଛିକି ସାମିଲ

– ରାତିରେ ଶୋଇବା ପୁର୍ବରୁ ପୋଦିନା ତେଲକୁ ନାକରେ ଏକ ଦୁଇ ବୁନ୍ଦା ପକାନ୍ତୁ। ଏହିଭଳି କରିବା ଦ୍ବାରା ନାକର ଛିଦ୍ର ଫୁଲିବା ଦୂର ହୋଇଯାଏ ଏବଂ ଘୁଙ୍ଗୁଡି ହୋଇ ନଥାଏ।

ilaichi

– ଗୁଜୁରାତି ସେବନ କରିବା ଦ୍ବାରା ମଧ୍ୟ ଘୁଙ୍ଗୁଡିର ସମସ୍ୟା ଦୂର ହୋଇଥାଏ। ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣିରେ ଗୁଜୁରାତି ପାଉଡର ମିଶାଇ ପିଅନ୍ତୁ। ଏହି ଭଳି କରିବା ଦ୍ବାରା ଘୁଙ୍ଗୁଡିର ସମସ୍ୟା ଦୂର ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.