Below header

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ୨.୦ର ଟିଜର, ହଲିଉଡକୁ ମାତ୍ ଦେବ ୫୪୪କୋଟି ଟଙ୍କାରେ ପ୍ରସ୍ତୁତ VFX

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦ର ଟିଜର୍ । ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ସୁପରଷ୍ଟାର୍ ରଜନୀକାନ୍ତ ଏବଂ ଅକ୍ଷୟ କୁମାର । ୧.୩୦ ମିନିଟର ଏହି ଟିଜରର ପ୍ରତ୍ଯେକ ଟି ସିନ୍ ପ୍ରଶଂସାଯୋଗ୍ଯ । ଫିଲ୍ମଟିକୁ ଭାରତର ସବୁଠାରୁ ଦାମୀ ମୁଭି ବୋଲି କୁହାଯାଉଛି । ୨.୦ ଜରିଆରେ ଅକ୍ଷୟ କୁମାର ସାଉଥରେ ଡେବ୍ଯୁ କରୁଛନ୍ତି । ତେବେ ଏଥିରେ ନକରାତ୍ମକ ଚରିତ୍ରରେ ନଜର ଆସିଥିବା ଅକ୍ଷୟ । ଡକ୍ଟର ରିଚାର୍ଡ ଅର୍ଥାତ୍ କ୍ରାଉ ମ୍ୟାନ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ରୋବଟ ଚିଟ୍ଟିର ୨.୦ ଜରିଆରେ କମ୍ ବ୍ଯାକ୍ ହୋଇଛି । ଫିଲ୍ମଟି ୨୯ ନଭେମ୍ବରରେ ରିଲିଜ୍ ହେବ ।

ଏହା ସହ ପଢନ୍ତୁ ମୁମ୍ବାଇରେ ଅଳିଆ ଉଠାଉଛନ୍ତି ବଲିଉଡର ଏହି ଅଭିନେତା, ୯ ବର୍ଷ ହେବ ଗୋଟିଏ ବି ଫିଲ୍ମ ହୋଇନି ହିଟ୍

Akshay Kumarଫିଲ୍ମର ଟିଜରକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଂଟରେ ରିଲିଜ୍ କରି ଅକ୍ଷୟ ଲେଖିଛନ୍ତି – ଗଣେଶ ଚତୁର୍ଥୀ ଉପଲକ୍ଷେ ଭାରତର ସବୁଠାରୁ ବଡ଼ ଫିଲ୍ମର ଶ୍ରୀ ଗଣେଶ କରୁଛି । ଭଲ ଏବଂ ଖରାପ ମଧ୍ୟରେ ସବୁଠାରୁ ବଡ଼ ଯୁଦ୍ଧ – କିଏ କରିବା ନିଷ୍ପତ୍ତି

ତେବେ ଫିଲ୍ମର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହାର VFX । ଯାହା ହୋଇଛି ଜବରଦସ୍ତ । ଏପରିକି ହଲିଉଡକୁ ଦେବ ଟକ୍କର । ଏହି  VFX ପାଇଁ ଫିଲ୍ମର ରିଲଜ୍ ତାରିଖରେ ଅନେକ ଥର ପରିବର୍ତ୍ତନ କରାଯାଇଛି । ଫିଲ୍ମକୁ ୩ଡି ଏବଂ ୨ଡିରେ ରିଲିଜ୍ କରାଯିବ ।

ଅକ୍ଷୟ କୁମାର ଖୁଲାସା କରିଛନ୍ତି କେବଳ VFX ପାଇଁ ୫୪୪ କୋଟି ଖର୍ଚ୍ଚ ହୋଇଛି । ଏହା ପୂର୍ବରୁ ଦେଶର କୌଣସି ସିନେମାରେ VFX  ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇନଥିଲା । ୨୦୧୦ରେ ଆସିଥିବା ସିନେମା ଏନ୍ଥିରନ(ରୋବୋଟ)ର ସିକ୍ବେଲ୍ ହେଉଛି ୨.୦ । ରୋବୋଟରେ ଐଶ୍ବର୍ଯ୍ଯା ରାୟ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ । କିନ୍ତୁ ୨.୦ରେ ଆମି ଜାକସନଙ୍କୁ ସୁଯୋଗ ମିଳିଛି ।

ଦେଖନ୍ତୁ ଏହି ଜବରଦସ୍ତ ଟିଜର  :

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.