ଆଜି ସ୍ନାକ୍ସରେ ଟ୍ରାଏ କରନ୍ତୁ ଚାଇନିଜ୍‌, ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲର ସୋୟା ଚିଲ୍ଲୀ

ଜଳଖିଆରେ ସେଇ ଚିରାଚରିତ ସୁଜି, ଉପମା, ଚକୁଳି, ଇଡଲି ଆଦି ଖାଇ ଖାଇ ଯଦି ଆପଣ ବୋର୍‌ ହୋଇଗଲେଣି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏକ ସହଜରେ ପ୍ରସ୍ତୁତ ହୋଇପାରୁଥିବା ଚାଇନିଜ୍‌ ଡିସ୍‌ ବିଷୟରେ କହିବୁ, ଯାହା ପାଟିକୁ ଟେଷ୍ଟି ଲାଗିବା ସହ କମ୍‌ ସମୟରେ ବି ପ୍ରସ୍ତୁତ ହୋଇପାରିବ। ଆଜି ଆସନ୍ତୁ ଜାଣିବା ସୋୟା ଚିଲ୍ଲୀର ସହଜ ରେସିପି…

ଆବଶ୍ୟକୀୟ ସାମଗ୍ରୀ:

ସୋୟାବିନ୍‌ ବଡ଼ି-୧୦୦ ଗ୍ରାମ୍‌
ରସୁଣ ପେଷ୍ଟ-୧/୨ ଚାମଚ
ତେଲ-୨ ଚାମଚ
କଟା ପିଆଜ- ୧ କପ୍‌
କଟା ଲଙ୍କା-୨ ଚାମଚ
ସୋୟା ସସ୍‌- ୨ ଚାମଚ
ଭିନେଗାର- ୨ ଚାମଚ
ଲୁଣ ସ୍ୱାଦ ଅନୁସାରେ

ସୋୟା ଚିଲ୍ଲୀର ପ୍ରସ୍ତୁତୀ ପ୍ରଣାଳୀ:

ପ୍ରଥମେ ସୋୟା ବଡ଼ିକୁ ଗରମ ପାଣିରେ ପକାଇ ସିଝାଇ ଦିଅନ୍ତୁ। ଏକ ପାତ୍ରରେ ସୋୟାବିନ୍‌, ଲୁଣ ଓ ରସୁଣ ପେଷ୍ଟ ନେଇ ଗୋଳାଇ ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ ଓ ସେଥିରେ ପିଆଜକୁ ସୁନେଲି ରଙ୍ଗର ହେବା ଯାଏଁ ଭାଜନ୍ତୁ। ଏହା ପରେ ଏଥିରେ କଟା ଲଙ୍କା, ସୋୟାସସ୍‌, ଭିନେଗାର ଓ ସୋୟାବିନ୍‌ ବଡ଼ିକୁ ପକାନ୍ତୁ। ଆଞ୍ଚ ବଢ଼ାଇ ଏହାକୁ ଭାଜନ୍ତୁ। ଏବେ ପ୍ଲେଟ୍‌କୁ କାଢ଼ି ଗରମ ଗରମ ପରଷନ୍ତୁ ସୋୟା ଚିଲ୍ଲୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.