ଆଜି ରେସ୍ତୋରାଁ ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ ମଟର ପନୀର, ବାସ୍ନା ଏପରି ପାଟିରୁ ଗଡିବ ଲାଳ

ଆବଶ୍ୟକ ସାମଗ୍ରୀ

  • ପନୀର : ୨୫୦ ଗ୍ରାମ
  • ମଟର : ୨ କପ୍‌
  • ଲହୁଣୀ : ୨ ଚାମଚ
  • ଜିରା : ୧ ଚାମଚ
  • ଅଦା : ୧ ଚାମଚ
  • ଟମାଟୋ ପ୍ୟୁରି : ୧ କପ୍‌
  • ହଳଦି : ୧/୪ ଚାମଚ
  • ଧନିଆ ପାଉଡର : ୨ ଟେବୁଲ ଚାମଚ
  • ଲୁଣ : ସ୍ୱାଦାନୁସାରେ
  • ଲାଲ ଲଙ୍କା ପାଉଡର : ୧ ଚାମଚ
  • କଞ୍ଚା ଲଙ୍କା : ୩ଟି
  • ପାଣି : ଆବଶ୍ୟକ ଅନୁସାରେ
  • ଧନିଆ ପାଉଡର : ୨ ଟେବୁଲ ଚାମଚ
  • ଖୁଆ : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

  • ମଟର ପନୀର ବନାଇବା ପାଇଁ ଏକ ପ୍ୟାନରେ ଘିଅ ଗରମ କରନ୍ତୁ। ଏହାଧ୍ୟାନ ରଖନ୍ତୁ ଯେ ଏହା ଯେପରି ଜଳିନଯାଏ।
  • ଏଥିରେ ଜିରା ପକାଇ ଦିଅନ୍ତୁ। ଯେତେବେଳେ ଏହା ଫୁଟିଯିବ ଏଥିରେ ଅଦା ପକାଇ କିଛି ସମୟ ଚଲାନ୍ତୁ।
  • ଟମାଟୋ ପ୍ୟୁରି ପକାଇ ଦିଅନ୍ତୁ ଏବଂ ଧୀମା ଆଞ୍ଚରେ ରାନ୍ଧିବାକୁ ଦିଅନ୍ତୁ। ଏଥିରେ ହଳଦି, ଧନିଆ, ଲୁଣ, ଲଙ୍କା ପାଉଡର ଏବଂ କଞ୍ଚା ଲଙ୍କା ପକାଇ ଦିଅନ୍ତୁ।
  • ଏଥିରେ ଅଳ୍ପ ମଟର ଏବଂ ପାଣି ଦିଅନ୍ତୁ। ଏହାପରେ ଏହାକୁ ଫୁଟିବାକୁ ଛାଡନ୍ତୁ।
  • ପାଣି ଦେବା ସମୟରେ ଏହାକୁ ମଧ୍ୟମ ଆଞ୍ଚରେ ରାନ୍ଧିବାକୁ ଦିଅନ୍ତୁ। ଏଥିରେ କାଟି ରଖିଥିବା ପନୀରକୁ ପକାଇ ଗ୍ରେଭୀକୁ ଭଲଭାବେ ଢ଼ାଙ୍କି ଦିଅନ୍ତୁ।
  • ଏହାପରେ ଏହାକୁ ଏକ ମିନିଟ ଆହୁରି ରାନ୍ଧି ହେବାକୁ ଦିଅନ୍ତୁ। ଲହୁଣୀ ଏବଂ ଧନିଆ ପକାଇ ଗାର୍ନିସ କରି ସର୍ଭ କରନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଲାଜବାବ ମଟର ପନୀର। ଏହାକୁ ଆପଣ ଆଜି ବଡଦିନ ଷ୍ପେଶାଲରେ ନାନ କିମ୍ବା ରୁଟି ସହିତ ଖାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.