ହାଡ଼କୁ ମଜବୁତ କରିବା ସହିତ ସମସ୍ତ ରୋଗକୁ ମାତ୍‌ ଦିଏ ଆଖୁରସ, ପ୍ରତିଦିନ ପିଅନ୍ତୁ

ସୁସ୍ଥ ଶରୀର ପାଇଁ ଜୁସ ଖୁବ ଲାଭକାରୀ । ଖାଲି ପନିପରିବା ନୁହେଁ ଫଳ ଜୁସ ବି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ । ଋତୁ ଅନୁସାରେ ମିଳୁଥିବା ଫଳ ଜୁସ ପିଇଲେ ଶରୀରକୁ ଆବଶ୍ୟକ ମୁତାବକ ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ କିଛି ଫଳ ଏମିତି ଅଛି ଯାହାର ଜୁସ ବର୍ଷର ଯେକୌଣସି ସମୟରେ ବି ପିଇଲେ ଆପଣଙ୍କ ଶରୀରକୁ ଫାଇଦା ମିଳିଥାଏ ।ଆଖୁରେ ବିଭିନ୍ନ ପୋଷକ ତତ୍ତ୍ୱ ମିଳିଥାଏ । ଆଖୁ ଶରୀରକୁ ଥଣ୍ଡା କରିଥାଏ । କେବଳ ଏତିକି ନୁହେଁ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ଏହା ପ୍ରଭାବଶାଳୀ ହୋଇଥାଏ । ଆଖୁ ରସରେ ଫ୍ୟାଟ୍ ବହୁତ କମ୍ ରହିଥାଏ ।

ଆପଣମାନେ ଆଖୁ ଖାଇଥିବେ ଆଉ ଏହାର ଜୁସ ବି ପିଇଥିବେ । ଶୀତଋତୁରେ ଏହାର ରସ ଶରୀରକୁ ପୋଷକ ଯୋଗାଇଥିବା ବେଳେ ଗରମ ଦିନରେ ଏହା ଥଣ୍ଡା ରଖିଥାଏ । ଖାଲି ସେତିକି ନୁହେଁ ଶରୀରର ଇମ୍ୟୁନିଟିକୁ ବଢ଼ାଇଥାଏ । ଆଉ ସବୁଠୁ ବଡ କଥା ହେଉଛି ଆଖୁରସରେ ଫ୍ୟାଟ ଖୁବ କମ ପରିମାଣରେ ଥାଏ । ତେବେ ଆସନ୍ତୁ ଆଖୁର ଆଉ କିଛି ଉପକାରୀ ଗୁଣ ବିଷୟରେ ଜାଣିବା:-

– ଆଖୁରେ ଗ୍ଲୁକୋଜ ପ୍ରଚୁର ଥିବାରୁ ଏହା ଶରୀରର ଗ୍ଲୁକୋଜକୁ ବାଲାନ୍ସ କରିଥାଏ । ତେଣୁ ଏହାକୁ ଡାଇବେଟିସ ରୋଗୀ ମାନେ ବି ପିଇପାରନ୍ତି । ଆଉ ଏଥିରେ କୌଣସି ପ୍ରକାର କେମିକାଲ ନଥାଏ । ପ୍ରାକୃତିକ ମିଠାରେ ପରିପୂର୍ଣ୍ଣ ।

– ଆଖୁରସରେ କିଛି ଲେମ୍ବୁରସ ସହ ଲୁଣ ମିଶାଇ ପିଇଲେ ଶରୀରକୁ ଏନର୍ଜି ମିଳିଥାଏ | ଆଉ ମଧ୍ୟ ଆଖୁରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହା ସହ ଫ୍ରେସ ଆଖୁ ରସ ପିଇଲେ ଜଣ୍ଡିସ, ଆନିମିଆ, ଏସିଡ଼ିଟି ପରି ରୋଗ ପାଇଁ ଉପଚାର ମିଳିଥାଏ । ଖରା ଦିନେ ପେଟ ସମ୍ବନ୍ଧୀୟ ରୋଗ ପାଇଁ ବି ଏହା ଲାଭକାରୀ ।

– ଅନେକ ରୋଗ ପାଇଁ ବି ଆଖୁରସ ଗୁଣକାରୀ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଜଣ୍ଡିସ ରୋଗୀ ମାନେ ନିୟମିତ ଭାବରେ ଏହାର ରସ ପିଇଲେ ଲିଭର ସୁସ୍ଥ ରହିଥାଏ ।

– ଆଖୁ ରସ ଇମ୍ୟୁନିଟି ବୃଦ୍ଧି କରିବା ସହ ଓଜନ କମ କରିବାରେ ଲାଭକାରି ହୋଇଥାଏ ।

– ଗରମ ଦିନରେ ସାଧାରଣତଃ ତ୍ୱଚା ନିଜ ଚମକ ହରାଇଥାଏ । ଖୁବ କମ ଲୋକ ଜାଣନ୍ତି ଆଖୁ ରସ ତ୍ୱଚାରେ ଚମକ ଆଣିପାରେ । ଆଉ ଆଖୁ ରସ ପିଇଲେ ବ୍ରଣ ଆଦିରୁ ମଧ୍ୟ ମୁକ୍ତି ମିଳିଥାଏ ।

– ଆଖୁରସ ରକ୍ତ ସଫା କରିବା ସହ ଏଥିରେ ଥିବା କ୍ୟାଲସିୟମ, ମ୍ୟାଗନେସିୟମ, ଫସରଫରସ, ଆଇରନ, ପୋଟାସିୟମ ଆମ ହାଡ ମଜବୁତ କରିଥାଏ ।
-ଆଖୁରେ ଫାଇବରର ପରିମାଣ ବହୁତ ଅଧିକ ମିଳିଥାଏ, ଏହା ସହିତ ଆମ ଶରୀରରେ ଗ୍ଲୁକୋଜର ପରିମାଣକୁ ସନ୍ତୁଳିତ କରିଥାଏ, ଯେଉଁ କାରଣରୁ ଏହା ମଧୁମେହ ରୋଗରେ ମଧ୍ୟ ପିଆଯାଇଥାଏ, ଯେଉଁଥିରେ ରୋଗୀକୁ ଆରାମ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.