ଶୀତଋତୁରେ ଏହି ଭଳି ନିଅନ୍ତୁ ତ୍ୱଚାର ଯତ୍ନ, ଦୂର କରିବ ଶୁଷ୍କତା

ଯଦି ଆପଣ ଥଣ୍ଡାରେ ହେଉଥିବା ତ୍ୱଚା ସମ୍ବଦ୍ଧିତ ସମସ୍ୟା ଯଥା ତ୍ୱଚା ରୁକ୍ଷତା ଭଳି ସମସ୍ୟାକୁ ଭାବି ଭାବି ଚିନ୍ତିତ ହେଉଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଆଜି ଆମେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବୁ । ଏଥିପାଇଁ ଆପଣଙ୍କୁ କେବଳ ଏହି ସବୁ ଜିନିଷର ବ୍ୟବହାର କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହି ଋତୁରେ ତ୍ୱଚା ଅଧିକ ଶୁଷ୍କ ହେବା ସହ ଏହାର ଚମକ ହ୍ରାସ ପାଇଥାଏ । ଶୀତ ଦିନରେ ସବୁଠୁ ବଡ ସମସ୍ୟା ହେଉଛି ଡ୍ରାଏ ସ୍କିନ । ଯଦି ଆପଣ ଥଣ୍ଡାରେ ହେଉଥିବା ତ୍ୱଚା ସମ୍ବଦ୍ଧିତ ସମସ୍ୟା ଯଥା ତ୍ୱଚା ରୁକ୍ଷତା ଭଳି ସମସ୍ୟାକୁ ଭାବି ଭାବି ଚିନ୍ତିତ ହେଉଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଆଜି ଆମେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବୁ । ଏଥିପାଇଁ ଆପଣଙ୍କୁ କେବଳ ଏହି ସବୁ ଜିନିଷର ବ୍ୟବହାର କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଆଲୋଭେରା ଜେଲ୍ : ଆଲୋଭେରା ଜେଲ ଶୀତ ଦିନରେ ତ୍ୱଚା ଚମକାଇବାରେ ସାହାଯ୍ୟ କରିବ । ଏଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ଆଲୋଭେରା ଜେଲ ଲଗାଇବା ଉଚିତ୍ ।

ଅଧିକ ପାଣି ପିଅନ୍ତୁ : ଯେହେତୁ ଶୀତଦିନେ ଚର୍ମରେ ଶୁଷ୍କତା ଅଧିକ ଦେଖାଯାଏ, ତେଣୁ ଅଧିକ ପାଣି ପିଇବା ଆରମ୍ଭ କରିବା ଉଚିତ, ଯାହା ଆପଣଙ୍କ ତ୍ୱଚାକୁ ଶୁଷ୍କ ହେବାକୁ ରୋକିବ ।

କଦଳୀ ଏବଂ ମଲାଇ: ଶୀତଦିନେ ଗ୍ଲୋଇଙ୍ଗ୍ ସ୍କିନ ପାଇଁ କଦଳୀରେ ମଲାଇ ମିଶାଇ ଲଗାନ୍ତୁ ଏହାଦ୍ୱାରା ଆପଣଙ୍କ ତ୍ୱଚା ନରମ ଏବଂ ସୁନ୍ଦର ରହିବ ।

ଆଭୋକାଡୋ: ଶୀତଦିନେ ଆଭୋକାଡୋ ଫଳ ଖାଉଛନ୍ତି, ତେବେ ଏହା ଶରୀରରେ ଭିଟାମିନ୍ Eର ପରିମାଣ ବୃଦ୍ଧି କରିଥାଏ । ଯାହା ଆପଣଙ୍କ ତ୍ୱଚାକୁ ମଣ୍ଟରାଇଜ୍ କରିବାରେ ସାହାଯ୍ୟ କରିବ ଏବଂ ଶୁଷ୍କ ଚର୍ମର ସମସ୍ୟା ଦୂର ହେବ ।

ନଡ଼ିଆ ତେଲ: ଶୀତଦିନେ ଶୁଷ୍କ ତ୍ୱଚାକୁ ଏଡ଼ାଇବା ପାଇଁ, ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲରେ ତ୍ୱଚାକୁ ଭଲ ଭାବରେ ମାଲିସ୍ କରନ୍ତୁ । ଏହା ତ୍ୱଚାକୁ ମଶ୍ଚରାଇଜ୍ କରିବ ଏବଂ ଶୁଷ୍କ ହେବାକୁ ଦେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.