Below header

ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରି ୨ ମାସ ଧରି ନାବାଳିକାକୁ ଦୁଷ୍କର୍ମ କଲା ମୁସଲମାନ୍‌ ଯୁବକ

ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରିବା ପଡ଼ିଲା ମହଙ୍ଗା । ୧୪ ବର୍ଷୀୟ ନାବାଳିକାକୁ ଅପହରଣ କରି ୨ ମାସ ଧରି ଦୁଷ୍କର୍ମ କଲା ଜଣେ ମୁସଲମାନ୍‌ ଯୁବକ । ଏଭଳି ଘଟଣା ଉତ୍ତରପ୍ରଦେଶ କାନ୍‌ପୁରରୁ ଆସିଛି ।

ନୂଆଦିଲ୍ଲୀ : ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରିବା ପଡ଼ିଲା ମହଙ୍ଗା । ୧୪ ବର୍ଷୀୟ ନାବାଳିକାକୁ ଅପହରଣ କରି ୨ ମାସ ଧରି ଦୁଷ୍କର୍ମ କଲା ଜଣେ ମୁସଲମାନ୍‌ ଯୁବକ । ଏଭଳି ଘଟଣା ଉତ୍ତରପ୍ରଦେଶ କାନ୍‌ପୁରରୁ ଆସିଛି । ଇନ୍‌ଷ୍ଟାଗ୍ରାମ୍‌’ଦ୍ବାରା ହୋଇଥିଲା ବନ୍ଧୁତା । ଜଣେ ୧୪ ବର୍ଷୀୟ ବାଳିକା ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ମୁସଲମାନ୍‌ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ଏହି ବନ୍ଧୁତା ପରବର୍ତ୍ତି ସମୟରେ ମହଙ୍ଗା ପଡ଼ିଛି । ମୁସଲମାନ୍‌ ଯୁବକ ଜଣକ ନାବାଳିକାକୁ ଅପହରଣ କରି ନେଇ ତା’ ସହିତ ୨ ମାସ ଧରି ଦୁଷ୍କର୍ମ କରିଥିବା ପୋଲିସ କହିଛି । ପୋଲିସ ଆହୁରି ମଧ୍ୟ କହିଛନ୍ତି ନାବାଳିକାକୁ ଆମିଷ ଖୁଆଇବା ସହ ନମାଜ ପାଠ କରାଇଛି ଅଭିଯୁକ୍ତ ।

ସୁଚନା ମୁତାବିକ୍‌, କିଛି ମାସ ତଳେ ଅଭିଯୁକ୍ତ ଜଣକ ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରି ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଆସୁଥିଲା । ଦାମୀ ଦାମୀ କାର୍‌ ଏବଂ ବଙ୍ଗଳାର ଫଟୋ ଉଠାଇ ଏସବୁ ନିଜର ବୋଲି କହି ନାବାଳିକାକୁ ପ୍ରଲୋଭିତ କରାଇ ନିଜ ଜାଲରେ ଫସାଉଥିଲା । ଆଉ ଘରୁ ପଳାଇ ଆସିବାକୁ ସବୁବେଳେ ପ୍ରବର୍ତ୍ତାଉଥିଲା । ହେଲେ ଏହି କଥାରେ ନାବାଳିକା ରାଜି ନହେବାରୁ ସେ ତାକୁ ଅପହରଣ କରି ନେଇ ଆସିଥିଲା । କିଛି ଦିନ ପରେ ତା ସହ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ।
ଡିସେମ୍ବର ୩୦ ତାରିଖ ଦିନ ନାବାଳିକାର ବାହାଘର ସ୍ଥିର କରିଥିଲା। ତାକୁ ଗୋଟାଏ ମସ୍‌ଜିଦ୍‌କୁ ନେଇ ତା’ର ନାଁ ବଦଳାଇ ମୁସ୍କାନ୍‌ ଖାଁ ରଖିଥିଲା । ପରେ ତାକୁ ଆମିଷ ଖାଇବାକୁ ଦେବା ସହ ନମାଜ ପାଠ କରିବାକୁ ବାଧ୍ୟ କରିଥିଲା । ନାବାଳିକା ଜଣକ ମନା କରିବାରୁ ଅଭିଯୁକ୍ତ ଏବଂ ତା ପରିବାର ଲୋକେ ତାକୁ ମାର୍‌ଧର୍‌ କରୁଥିଲେ । ତେବେ ବିଶେଷ ସୂତ୍ରରୁ ଖବର ପାଇ ହିନ୍ଦୁ ସଙ୍ଗଠନର ସଦସ୍ୟମାନେ ନାବାଳିକାକୁ ଉଦ୍ଧାର କରିଥିଲେ । ଏନେଇ ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.