ସାବଧାନ୍ ! ଫ୍ରିଜର ଥଣ୍ଡା ପାଣି ନେଇପାରେ ଆପଣଙ୍କ ଜୀବନ

ଅତ୍ୟଧିକ ଗରମରୁ ରକ୍ଷା କରିପରିବ କେବଳ ଥଣ୍ଡା ପାଣି । ଶୋଷ ମେଣ୍ଟାଇବା ପାଇଁ ଥଣ୍ଡା ପାଣି ପିଇବାକୁ ଆମେ ବାଧ୍ୟ ହୋଇଥାଉ । ଘରେ ଥିଲେବି ପିଇଥାଉ ଏବଂ ବାହାରେ ଥିଲେ ଦୋକାନରୁ କିନି ପିଇଥାଉ । ଯାହାବି ହେଉ ପଛେ ଥଣ୍ଡା ପାଣି ହିଁ ପିଇଥାଉ ।

କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ଥଣ୍ଡା ପାଣି ପିଇବା ଦ୍ବାରା ମଧ୍ୟ ଆପଣଙ୍କ ଶରୀରର କ୍ଷତି ହୋଇଥାଏ । ଯଦି ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ୫ଟି ବଡ କ୍ଷତି ବିଷୟରେ ଯାହା ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ବାରା ହୋଇଥାଏ ।

ପ୍ରତ୍ୟେକ ଦିନ ଥଣ୍ଡା ପାଣି ପିଇବା ଦ୍ବାରା ଟଂନସିଲର ସମସ୍ୟା ଦେଖା ଦେଇଥାଏ । ଏହା ସହିତ ପାଚନ ପକ୍ରିୟା ସହିତ ଜଡିତ ଅନେକ ପ୍ରକାରର ରୋଗ ହୋଇଥାଏ । ତେଣୁ ଫ୍ରିଜ୍ ପାଣି ନପିଇ ସାଧାରଣ ପାଣି ପିଅନ୍ତୁ ।

girls

ଥଣ୍ଡା ପାଣି ଶରୀରର ପାଇଁ କ୍ଷତି କାରକ ହୋଇଥାଏ । ବାରମ୍ବାର ଯଦି ଏହି ସମସ୍ୟା ଦେଖାଯାଏ ତେବେ ଏହା ହାର୍ଟ ବିଟ୍ ଉପରେ ପ୍ରଭାବ ପକାଇଥାଏ ।

ଫ୍ରିଜ୍ ପାଣିକୁ କୃତିମ ଆକାରରେ ଥଣ୍ଡା କରାଯାଏ । ତାପମାତ୍ରା ନିର୍ଧାରିତ ନରହିବା କାରଣରୁ ବାରମ୍ବାର ଫ୍ରିଜରେ ଥିବା ପାଣି ଥଣ୍ଡା ହୋଇଥାଏ ଏବଂ ଗରମ ମଧ୍ୟ ହୋଇଥାଏ । ସାଧାରଣତଃ ଫ୍ରିଜରେ ଥିବା ପାଣିର ତାପମାତ୍ରା ସାମାନ୍ୟ ଠାରୁ ଅଧିକ ହୋଇଥାଏ ଯେଉଁ କାରଣରୁ ଥଣ୍ଡା-କାଶର ସମସ୍ୟା ହୋଇଥାଏ ।

ଆହୁରି ପଢନ୍ତୁ : ବର୍ଷାଋତୁରେ ଏହି ସବୁ ଖାଆନ୍ତୁ, ରହିବେ ସୁସ୍ଥ

ଶରୀର ଶିଘ୍ର ଥଣ୍ଡା ପାଣି ପାଇଁ ଅଭ୍ଯସ୍ଥ ହୋଇପାରେ ନାହିଁ ତେଣୁ ଅନେକ ସମୟରେ ଥଣ୍ଡା ପାଣି ପିଇବା ଦ୍ବାରା ଗଳା ଖରାପ ହୋଇଯାଇଥାଏ ।

ଖରାପ ଗଳା ଯୋଗୁଁ ନା ଖାଲି କଥା କହିବାରେ ଅସୁବିଧା ହୋଇଥାଏ ଏହା ସହିତ ଗଳାରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଯେଉଁ କାରଣ ପାଇଁ ବିରକ୍ତି ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.