ଫେଙ୍ଗ ସୁଇ ବିଲେଇ ଘରେ ରଖିଲେ ହୋଇଥାଏ ବହୁତ ଲାଭ, ଏହି ପ୍ରକାର ବିଲେଇ ଆଣିଥାଏ ଆର୍ଥିକ ସ୍ଥିତିରେ ସୁଧାର

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି ।

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆଣିଥାଏ । ଏହି ଉପାୟ ମଧ୍ୟରୁ ଗୋଟିଏ ହେଉଛି ଘରେ ରଂଗୀନ ବିଲେଇ ରଖିବା ।

ବାସ୍ତୁ ଶାସ୍ତ ନିୟମ ଅନୁସାରେ ଯଦି ଏହି ବିଲେଇକୁ ଘରେ ଶୋ ପିସ ଭାବେ ରଖାଯାଏ, ତେବେ ଜୀବନରେ ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ । ଘରେ ଫେଙ୍ଗ ସୁଇର ବିଲେଇ ରଖିବା ଅତ୍ୟନ୍ତ ଶୁଭ ମନାଯାଇଥାଏ । ମାର୍କେଟରେ ବହୁ ରଂଗର ଫେଙ୍ଗସୁଇ ବିଲେଇ ଆପଣଙ୍କୁ ମିଳିବେ ।

ଜାଣନ୍ତୁ କେଉଁ ରଂଗର ଫେଙ୍ଗସୁଇ ବିଲେଇ ଘରେ ରଖିବା ଶୁଭ ହୋଇଥାଏ । ଏହାକୁ ଘରେ ରଖିବା ବହୁତ ଶୁଭ ହୋଇଥାଏ । ଆପଣ ଭାବି ପାରନ୍ତି କେଉଁ ରଂଗର ବିଲେଇ ଘରେ ରଖିବା ଅଧିକ ଶୁଭ ହୋଇଥାଏ ।

କେଉଁ ରଂଗର ବିଲେଇ କେଉଁଠି ରଖିଲେ କ’ଣ ମିଳେ ଲାଭ :

ଯଦି ଆପଣ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଚାହୁଁଛନ୍ତି,ତେବେ ଘରେ ବା ଦୋକାନରେ ସୁନେଲି ରଂଗର ବିଲେଇ ରଖନ୍ତୁ । ଏହାଦ୍ୱାରା ଧନ ଧାନ୍ୟରେ ବୃଦ୍ଧି ହେବାକୁ ଲାଗିଥାଏ ।

ସେହିପରି ସୌଭାଗ୍ୟରେ ବୃଦ୍ଧି ପାଇଁ ସବୁଜ ରଂଗର ବିଲେଇ ଘରର ଉତ୍ତର ପୂର୍ବ ଦିଗରେ ରଖିବା ଦରକାର ।

ପ୍ରେମ ଜୀବନକୁ ଭଲ କରିବା ପାଇଁ ଲାଲ ରଂଗର ବିଲେଇକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.