ପିଲାଙ୍କ ହାଡ଼ ମଜଭୁତ୍‌ କରିବାରେ ସାହାଯ୍ୟ କରେ ଏହି ୫ଟି ଜିନିଷ

ଛୋଟପିଲାଙ୍କ ଶରୀରର ବିକାଶ ପାଇଁ ଉତ୍ତମ ଖାଦ୍ୟପାନୀୟ ଜରୁରୀ। ପିଲାବେଳେ ଠିକ୍‌ ଭାବେ ପୋଷକ ତତ୍ତ୍ୱ ନ ମିଳିଲେ ବଡ଼ ହେବା ପରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଖାସ୍‌ କରି ହାଡ଼କୁ ମଜଭୁତ୍‌ କରିବା ପାଇଁ ସଠିକ୍‌ ପୋଷଣର ଆବଶ୍ୟକତା ରହିଛି। ହାଡ଼ ଦୁର୍ବଳ ହେଲେ ପରିଣତ ବୟସରେ ବିଭିନ୍ନ ସମସ୍ୟା ଦେଖାଦେବା ସମ୍ଭାବନା ରହିଛି। ପିଲାଙ୍କୁ ଛୋଟବେଳୁ ହିଁ ପୋଷକ ତତ୍ତ୍ୱରେ ଭରା ଖାଦ୍ୟ ପାନୀୟ ଦେଲେ ସେମାନଙ୍କ ହାଡ଼ ଓ ଦାନ୍ତ ସୁଦୃଢ଼ ହେବ। ଆସନ୍ତୁ ଜାଣିବା ହାଡ଼କୁ ମଜଭୁତ୍‌ କରିବାରେ ସାହାଯ୍ୟ କରୁଥିବା ଖାଦ୍ୟ ସମ୍ପର୍କରେ…

୧.ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଖାଦ୍ୟ:

ପିଲାଙ୍କୁ ସମ୍ପୂର୍ଣ୍ଣ ପୋଷଣ ପାଇଁ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ତଥା:ଦହି, ଛେନା, ଲହୁଣୀ, ପନିର ଆଦି ଖାଇବାକୁ ଦିଅନ୍ତୁ। ଏଥିରେ କ୍ୟାଲସିୟମ୍‌ ଭରପୂର ମାତ୍ରାରେ ରହିଥାଏ। ଯାହା ପିଲାଙ୍କ ହାଡ଼ ସହ ଦାନ୍ତକୁ ମଧ୍ୟ ମଜଭୁତ୍‌ କରିବାରେ ସାହାଯ୍ୟ କରେ।

୨.ଡାଏଟ୍‌ରେ ସାମିଲ କରନ୍ତୁ କନ୍ଦମୂଳ:

ଛୋଟ ପିଲାଙ୍କ ଡାଏଟ୍‌ରେ କନ୍ଦମୂଳ ସାମିଲ କରନ୍ତୁ। କନ୍ଦମୂଳରେ ଭରପୂର ମାତ୍ରାରେ କ୍ୟାଲସିୟମ୍‌ ରହିଥାଏ। ପିଲାଙ୍କୁ କନ୍ଦମୂଳର ସାଲାଡ୍‌, ସୁପ୍‌ କିମ୍ବା ସିଝାଇ ମଧ୍ୟ ଖାଇବାକୁ ଦେଇପାରିବେ।

୩.ସୋୟା ମିଲ୍କ ଖାଆନ୍ତୁ:

ପିଲାଙ୍କୁ ପ୍ରୋଟିନ୍‌ ଓ କ୍ୟାଲସିୟମ୍‌ ଯୁକ୍ତ ଖାଦ୍ୟ ଦେବାକୁ ଚାହୁଁଥିଲେ ସୋୟା ମିଲ୍କ ହେଉଛି ସବୁଠୁ ଭଲ ବିକଳ୍ପ। ଶିଶୁଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଏହା ସାହାଯ୍ୟ କରେ।

ଏହାସହ ପଢନ୍ତୁ: ଅଫିସ୍‌ ପାଇଁ ଆପଣାନ୍ତୁ ଏହି ୫ଟି ମେକ୍‌ଅପ୍‌ ଟିପ୍ସ, ସାରାଦିନ ଲାଗିବେ ଫ୍ରେସ୍‌ ଓ ସୁନ୍ଦର

୪.ପ୍ରତିଦିନ ଦିଅନ୍ତୁ ମଟର:

ଛୋଟ ପିଲାଙ୍କୁ ମଟର ବହୁତ ପସନ୍ଦ ହୋଇଥାଏ। ମଟରରେ ବହୁ ପୋଷକ ତତ୍ତ୍ୱ ମଧ୍ୟ ରହିଛି ଯାହା ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ। ଏଣୁ ପ୍ରତିଦିନ ମଟରରେ ପ୍ରସ୍ତୁତ ଭିନ୍ନ ଭିନ୍ନ ଆଇଟମ୍‌ ପ୍ରସ୍ତୁତ କରି ପିଲାଙ୍କୁ ଖୁଆନ୍ତୁ।

୫.କମଳା ଦିଅନ୍ତୁ :

କମଳାକୁ ଭିଟାମିନ୍‌ ସି’ର ସ୍ରୋତ କୁହାଯାଏ। ପିଲାଙ୍କ ହାଡ଼କୁ ମଜଭୁତ କରିବାରେ ଏହା ସାହାଯ୍ୟ କରେ। ଏଥିସହ ଇନ୍‌ଫେକ୍ସନ୍‌ ଦୂର କରିବାରେ ମଧ୍ୟ ଏହା ସହାୟତା କରିଥାଏ। କମଳା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ।