ଲେମ୍ବୁ ପାଣି ସେବନଠୁ ଦୂରେଇ ରହିବା ଉଚିତ ଏହି ୫ ପ୍ରକାର ଲୋକ, ଜାଣନ୍ତୁ କାହିଁକି

ଅନେକ ଲୋକ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। ଏହାଦ୍ୱାରା ଶରୀରକୁ ଭିଟାମିନ ସି, ପୋଟାସିୟମ ଏବଂ ଫାଇବର ମିଳିଥାଏ। କିନ୍ତୁ ଏହା ନୁହେଁ ଯେ ଲେମ୍ବୁ ପାଣି ସବୁ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରିବ। ଏହା କିଛି ଲୋକଙ୍କ ପାଇଁ ହାନିକାରକ ମଧ୍ୟ ହୋଇପାରେ। ଏହାଛଡ଼ା ଏହାକୁ ଅଧିକ ମାତ୍ରାରେ ସେବନ କଲେ ଆମ ଶରୀରକୁ କ୍ଷତି ପହଞ୍ଚିପାରେ। ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କହିବୁ, ଯେଉଁମାନେ ଲେମ୍ବୁ ପାଣି ସେବନ କରିବା ଉଚିତ ନୁହେଁ।

teeth

୧. ଦାନ୍ତ ସମସ୍ୟା: ଯଦି ଆପଣଙ୍କ ଦାନ୍ତରେ କୌଣସି ବି ପ୍ରକାର ସମସ୍ୟା ରହିଛି, ତା’ହେଲେ ଲେମ୍ବୁ ପାଣି ସେବନ କରନ୍ତୁ ନାହିଁ। ଏହାଦ୍ୱାରା ସେନସିଟିଭିଟି ସମସ୍ୟା ବଢ଼ିଯାଇଥାଏ। ଫଳରେ ଦାନ୍ତ ଭାଙ୍ଗି ଯାଇପାରେ।

୨. ପେଟରେ ଅଲସର: ପେଟରେ ଅଲସର ହୋଇଥିବା ପୀଡ଼ିତ ବ୍ୟକ୍ତିଙ୍କୁ ଲେମ୍ବୁ ପାଣି ପିଇବା ମନା। ଏହାଦ୍ୱାରା ଜ୍ବଳନ, ଯନ୍ତ୍ରଣା ବଢ଼ିଯାଇପାରେ।

urine

୩. ୟୁରିନ ସମସ୍ୟା: ଯଦି ଆପଣଙ୍କର ୟୁରିନ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତା’ହେଲେ ଲେମ୍ବୁ ପାଣି ପିଅନ୍ତୁ ନାହିଁ। ନଚେତ ସଂକ୍ରମଣ ବଢିଯାଇପାରେ।

୪. ଏସିଡିଟି: ଲେମ୍ବୁରେ ଅଧିକ ମାତ୍ରାରେ ଏସିଡ ମିଳିଥାଏ। ଯଦି ଆପଣଙ୍କୁ ଏସିଡିଟି ସମସ୍ୟା ଅଛି, ତା’ହେଲେ ଏହାକୁ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ସମସ୍ୟା ବଢ଼ିଯାଇଥାଏ।

belly

୫. ୟୁରିକ ଏସିଡ: ୟୁରିକ ଏସିଡରେ ପୀଡ଼ିତ ଲୋକଙ୍କ ପାଇଁ ଲେମ୍ବୁ ପାଣି ସେବନ ହାନିକାରକ ହୋଇଥାଏ। ଏହାଦ୍ୱାରା ଶରୀରରେ ଯନ୍ତ୍ରଣା ଏବଂ ଫୁଲା ସମସ୍ୟା ବଢିଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.