ଶୀଘ୍ର ଘରେ ପିଲାର ଖିଲି ଖିଲି ହସ ଶୁଣିବାକୁ ଚାହୁଁଛନ୍ତି ? ତେବେ ନିଜ ଡାଏଟରେ ସାମିଲ କରାନ୍ତୁ ଏହି ଖାସ୍‌ ଫୁଡ୍‌

ମା ହେବା ସବୁଠାରୁ ସୁଖର ମୁହୂର୍ତ୍ତ ମଧ୍ୟରୁ ଗୋଟିଏ । ମା ହେବାକୁ ଚାହୁଁଥିବା ମହିଳା ସେହି ମୁହୁର୍ତ୍ତକୁ ଅପେକ୍ଷା କରିଥାନ୍ତି ଯେତେବେଳେ ଘରେ ପିଲାଙ୍କର ଖିଲି ଖିଲି ହସ ସୁଭିଥାଏ । ଏକ ଅଧୟନରୁଏହା ପ୍ରମାଣିତ ହୋଇଛି ଯେ ସିଫୁଡ ନିଜ ଡାଏଟରେ ସାମିଲ କରିବା ଦ୍ୱାରା ପ୍ରେଗନାନ୍ସି ସମ୍ଭାବନା ବଢି ଯାଇଥାଏ ।

ଏକ ଷ୍ଟଡିରୁ ଏହା ଜଣାପଡିଛି ଯେ ଦମ୍ପତି ସିଫୁଡ ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବନାଇବାର ଇଚ୍ଛା ଅନ୍ୟ ଦମ୍ପତି ମାନଙ୍କ ତୁଳନାରେ ଅଧିକ ହୋଇଥାଏ । ସମ୍ପର୍କ ରଖିବା ସମୟରେ ମହିଳାଙ୍କର ପ୍ରେଗନାଣ୍ଟ ହେବାର ସମ୍ଭାବନା ମଧ୍ୟ ଅନ୍ୟ ମହିଳାଙ୍କ ତୁଳନାରେ ବଢ଼ିଯାଇଥାଏ ।

pregnantଯେଉଁ ମହିଳା ଜଲଦି ମା ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସିଫୁଡ ପ୍ରୋଟିନ ଏବଂ ଅନ୍ୟ ପୋଷକ ତତ୍ୱର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅବଶ୍ୟ ଏଥିରେ ଥିବା ଅନ୍ୟ ତତ୍ତ୍ୱ ପାଇଁ କିଛି ମହିଳାଙ୍କୁ ଏହାକୁ ଅଧିକ ନଖାଇବାକୁ ପରାମର୍ଶ କରାଯାଇଛି । ଏହି ଷ୍ଟଡିରେ କୁହାଯାଇଛି ଯେ ମହିଳାଙ୍କୁ ସପ୍ତାହରେ ଦୁଇ ରୁ ତିନି ଥର ହିଁ ମାଛ ଖାଇବା ଆବଶ୍ୟକ ।

ଏହା ସହ ପଢନ୍ତୁ : ଗର୍ଭବତୀ ସମୟରେ କର୍ମଜୀବୀ ମହିଳା ନେଇଥାନ୍ତି ଅଧିକ ଟେନସନ୍, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହି ଷ୍ଟଡିରେ ମୁଖ୍ୟ ଅନୁସନ୍ଧାନକାରୀଙ୍କ କହିବା ଅନୁଯାଇ ସମୁଦ୍ର ଭୋଜନ ଖାଇବା ଦ୍ୱାରା ଗର୍ଭବତୀ ମହିଳାଙ୍କର ବହୁତ କିଛି ଫାଇଦା ହୋଇଥାଏ । ଏହାଦ୍ୱାରା ଜଲଦି ଗର୍ଭବତୀ ହେବ ସହିତ ସେକ୍ସସୁଆଲ ଆକ୍ଟିଭ ରହିବ ମଧ୍ୟ ସାମିଲ ଅଛି । ଏହି ଷ୍ଟଡିରୁ ଜଣାପଡିଛି ଯେଉଁ ବିବାହିତ ଦମ୍ପତି ଶୀଘ୍ର ପିଲା ଚାଉଁଛନ୍ତି ସେମାନେ ସପ୍ତାହରେ ୨ରୁ ଅଧିକ ଥର ସିଫୁଡ ଖାଇବା ଉଚିତ । ଏହି କାରଣରୁ ସେମାଙ୍କର ଶାରୀରିକ ସମ୍ପର୍କର ଇଚ୍ଛା ଅଧିକ ହୋଇଥାଏ ଏବଂ ଏହା ସହିତ ମହିଳାଙ୍କର ଗର୍ଭବତୀ ହେବାର ସମ୍ଭାବନା ବଢିଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.