ଆସ୍ଥମା ରୋଗୀ ପ୍ରତିଦିନ ଖାଆନ୍ତୁ ଏହି ଫଳ, ଇନହେଲର ନେବାର ପଡ଼ିବନି ଆବଶ୍ୟକତା

ଆସ୍ଥମା ଏପରି ଏକ ରୋଗ, ଯେଉଁଥିରୁ ବର୍ତ୍ତିବା ଏତେ ସହଜ ନୁହେଁ । କିନ୍ତୁ କିଛି ସତର୍କତା ଅବଲମ୍ବନ କରି ଆଜମାକୁ ନିୟନ୍ତ୍ରଣ କରାଯାଇପାରିବ । ଏପରି ପରିସ୍ଥିତିରେ ଆପଣ ଡାଏଟରେ କିଛି ଫଳ ସାମିଲ କରି ଆସ୍ଥମାକୁ ନିୟନ୍ତ୍ରଣ କରିପାରିବେ ।

ଆସ୍ଥମା ଫୁସଫୁସ ଜନିତ ଏକ ରୋଗ ଅଟେ। ଏହି ରୋଗରେ ପିଡିତ ରୋଗୀଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ। ଆସ୍ଥମାରେ ଶ୍ବାସନଳୀ ଫୁଲି ଯାଇଥାଏ ଏବଂ ଶ୍ବାସନଳୀ ସଂକୁଚିତ ହୋଇଯାଇଥାଏ। ଆଉ ବର୍ତ୍ତମାନ ତ ଏହି ରୋଗ ବହୁଳ ଭାବରେ ବଢ଼ିବାରେ ଲାଗିଛି । ଆସ୍ଥମା ଏପରି ଏକ ରୋଗ, ଯେଉଁଥିରୁ ବର୍ତ୍ତିବା ଏତେ ସହଜ ନୁହେଁ । କିନ୍ତୁ କିଛି ସତର୍କତା ଅବଲମ୍ବନ କରି ଆଜମାକୁ ନିୟନ୍ତ୍ରଣ କରାଯାଇପାରିବ । ଏପରି ପରିସ୍ଥିତିରେ ଆପଣ ଡାଏଟରେ କିଛି ଫଳ ସାମିଲ କରି ଆସ୍ଥମାକୁ ନିୟନ୍ତ୍ରଣ କରିପାରିବେ । ଆସନ୍ତୁ ଆପଣଙ୍କୁ କେଉଁ ଫଳ ଖାଇବା ଦ୍ୱାରା ଆପଣ ଆଜମାକୁ ନିୟନ୍ତ୍ରଣ କରିପାରିବେ ।

ଯଦି ଆପଣ ଆଜମା ରୋଗର ଲକ୍ଷଣକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଲ୍ ଆପଣଙ୍କ ପାଇଁ ସବୁଠାରୁ ଭଲ ବୋଲି ପ୍ରମାଣିତ ହୋଇପାରେ । କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ଇ ଅଧିକ ମାତ୍ରାରେ ଥାଏ, ଯାହା ଫୁସଫୁସର ଜ୍ୱଳନକୁ କମ୍ କରିବାକୁ ସାହାଯ୍ୟ କରିଥାଏ ଓ ଆସ୍ଥମାକୁ ନିୟନ୍ତ୍ରଣ କରିଥାଏ ।

ଆସ୍ଥମାରେ କମଳା ହେଉଛି ଏକ ସୁସ୍ଥ ଫଳ । ଏଥିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଯଦି ଆପଣ ପ୍ରତିଦିନ କମଳା ଖାଇବେ, ତେବେ ଆଜମା ନିୟନ୍ତ୍ରଣରେ ରହିବ ।

ଯଦି ଆପଣ ଆସ୍ଥମା ରୋଗୀ ତେବେ ଷ୍ଟ୍ରବେରି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହାର କାରଣ ଏଥିରେ ଭିଟାମିନ୍ ସି ରହିଛି, ଯାହା ଫୁସଫୁସକୁ ସୁରକ୍ଷା ଦେଇଥାଏ । ଅନ୍ୟ ପଟେ, ଯଦି ଆପଣ ଜଣେ ଆସ୍ଥମା ରୋଗୀ ଏବଂ ଆସ୍ଥମା ସମସ୍ୟାକୁ ଦୂର କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଖାଦ୍ୟରେ ଷ୍ଟ୍ରବେରି ସାମିଲ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଆପଣ ଆସ୍ଥମାକୁ ନିୟନ୍ତ୍ରଣ କରିପାରିବେ । ଆସ୍ଥମା ବ୍ୟତୀତ ଆପଣ ନିଜ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିପାରିବେ, କିନ୍ତୁ ଆପଣ ଏହାକୁ ସକାଳେ ଜଳଖିଆରେ ଖାଇବା ଉଚିତ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.