ଜାଣନ୍ତିକି ଆପଣଙ୍କ ସୌଭାଗ୍ୟ ବଢ଼ାଇପାରିବ ଏହି ୫ଟି ପତ୍ର

କୁହାଯାଏ ‘ବୃକ୍ଷ ହିଁ ଜୀବନ’ । ଗଛ ବିନା ପୃଥିବୀରେ ଦଣ୍ଡେ ବଞ୍ଚିବା ହୁଏତ ଏକ ପ୍ରକାର ଅସମ୍ଭବ ହୋଇପଡିବ । ଶୁଦ୍ଧବାୟୁ ସହ ଏହା ଜୀବ ଜଗତକୁ ଖାଦ୍ୟ ମଧ୍ୟ ଯୋଗାଇଥାଏ । ଅଧିକାଂଶ ସମ୍ପ୍ରଦାୟ ବୃକ୍ଷକୁ ନିଜ ଭଗବାନ ଭାବେ ପୂଜା ମଧ୍ୟ କରିଥାନ୍ତି । ବିଶେଷ ଭାବେ ହିନ୍ଦୁ ଧର୍ମରେ ବହୁ ପ୍ରକାର ଗଛ ତଥା ଏଗୁଡିକର ପତ୍ରର ଏକ ବିଶେଷ ମହତ୍ତ୍ୱ ଅଛି । ଆଜି ଆମେ ଆପଣଙ୍କୁ ଏହିପରି କିଛି ପତ୍ର ବିଷୟରେ ଏକ ବିବରଣୀ ଦେବାକୁ ଯାଉଛୁ:

ତୁଳସୀ ପତ୍ର:

ତୁଳସୀ ପତ୍ର ଭଗବାନ ନାରାୟଣଙ୍କର ଅତିପ୍ରିୟ ହୋଇଥାଏ । ନାରାୟଣଙ୍କୁ ଯେବେ ଭୋଗ ଲଗାଯାଏ କି ପାଣି ଅର୍ପଣ କରାଯାଏ ସେଥିରେ ନିଶ୍ଚିତ ରୂପେ ଏକ ତୁଳସୀ ପତ୍ର ପକାଯାଏ । ଯଦି ଆପଣ ନିୟମିତ ଭାବେ କିଛି ତୁଳସୀ ପତ୍ର ଖାଆନ୍ତି ତେବେ ଆପଣଙ୍କୁ କୌଣସି ପ୍ରକାର ରୋଗ ପାଖ ମାଡି ପାରିବ ନାହିଁ । ଏହି ପତ୍ରକୁ ସନ୍ଧ୍ୟା ସମୟରେ ତୋଳାଯିବାକୁ ନିଷେଧ କରାଯାଇଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ ପାଣିରେ କିଛି ତୁଳସୀ ପତ୍ର ପକାଇ କିଛି ସମୟ ରଖିଲେ ପାଣି ବିଶୁଦ୍ଧ ହୋଇଯାଏ । ଯଦି ଏକ ତମ୍ବା ପାତ୍ରରେ କିଛି ତୁଳସୀ ପତ୍ର ପକାଇ ରଖନ୍ତି । ତେବେ ତମ୍ବା ଓ ତୁଳସୀ ଉଭୟ ପାଣି ଶୁଦ୍ଧି କରଣରେ ସହାୟତା କରିଥାଏ ।

tulasi

ବେଲପତ୍ର:

ଏହି ପତ୍ରକୁ ବିଶେଷ ଭାବେ ଭଗବାନ ଶିବଙ୍କ ଆରାଧନା ପାଇଁ ହିଁ ବ୍ୟବହାର କରାଯାଇଥାଏ । କୁହାଯାଏ ମହାଦେବଙ୍କୁ ବେଲପତ୍ର ଅର୍ପଣ କଲେ ଘରେ ଧନ ବୃଦ୍ଧି ହୋଇଥାଏ । ଆଉ ଘରେ କେବେ ମଧ୍ୟ ଅଭାବ ହୋଇନଥାଏ । ବିଶେଷ ଭାବେ ମାସର ଚତୁର୍ଥୀ, ଅଷ୍ଟମୀ, ନବମୀ, ଚତୁର୍ଦ୍ଦଶୀ ତଥା ଅମାବାସ୍ୟା ତିଥି ମାନଙ୍କରେ ଗଛରୁ ବେଲ ପତ୍ର ତୋଳିବାକୁ ବାରଣ କରାଯାଇଥାଏ । କୁହାଯାଏ କି ବେଲ ପତ୍ରର ସେବନ ଦ୍ୱାରା ଶରୀରରୁ ବାତ, ପିତ୍ତ, କଫ ଭଳି ସମସ୍ୟା ମାନ ଦୂରେଇ ଯାଇଥାଏ । ଏହା ସହ ଏହା ବିଭିନ୍ନ ପ୍ରକାର ତ୍ୱଚା ସଂକ୍ରମଣ ଓ ଡାଇବେଟିସ ପରି ଘାତକ ରୋଗ ମାନଙ୍କରୁ ମଧ୍ୟ ରକ୍ଷା କରିଥାଏ । ଶରୀର ସହ ଏହା ମନକୁ ମଧ୍ୟ ପ୍ରଫୁଲ୍ଲିତ ରଖିବାରେ ବିଶେଷ ସହାୟକ ହୋଇଥାଏ ।

bela patra

ପାନ ପତ୍ର:

ପାନ ପତ୍ରକୁ ସଂସ୍କୃତରେ ତାମ୍ବୁଳ କୁହାଯାଇଥାଏ । ଦକ୍ଷିଣ ଭାରତରେ ବିଶେଷ ଭାବେ ଏହି ପତ୍ରରେ ପୂଜା କରାଯିବାର ପ୍ରଥା ପ୍ରଚଳିତ ହୋଇ ଆସୁଛି । ଦୁଇଟି ପାନ ପତ୍ର ମଧ୍ୟରେ ଗୋଟେ ଗୁଆ ଓ ଏକ କଏନ ରଖି ଭଗବାନଙ୍କ ନିକଟରେ ଅର୍ପଣ କରାଯାଇଥାଏ । ଭାରତର ପ୍ରାୟ ସବୁ ସ୍ଥାନରେ ପୂଜା ସମୟରେ କଳସ ବସାଯିବା ସମୟରେ ଆମ୍ବପତ୍ର ଓ ପାନ ପତ୍ରର ବ୍ୟବହାର କରାଯାଇଥାଏ । ବଙ୍ଗାଳି ସମ୍ପ୍ରଦାୟରେ ତ ବାହାଘର ସମୟରେ ପାନ ପତ୍ରକୁ ବିଶେଷ ଉପଯୋଗ କରାଯାଇଥାଏ ।

betel leaf

ସୋମ ଗଛର ପତ୍ର:

ପ୍ରାଚୀନ କାଳରେ ସୋମ ଗଛର ପତ୍ରକୁ ସବୁ ଦେବାଦେବୀଙ୍କ ଆରାଧନାରେ ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହା ଦୁର୍ଲଭ ହୋଇଯାଇଥିବାରୁ ଏହାର ପ୍ରଚଳନ ପ୍ରାୟତଃ ବନ୍ଦ ହୋଇଯାଇଛି । ସୋମ ଲତାରୁ ବାହାରୁଥିବା ରସକୁ ସୋମ ରସ କୁହାଯାଇଥାଏ । ଯାହାକୁ ପୂର୍ବରୁ ରାଜା ମହାରାଜା ମାନେ ସେମାନଙ୍କର ଏକ ବିଶେଷ ପାନୀୟ ଭାବେ ବ୍ୟବହାର କରୁଥିଲେ ।

ସମି ଗଛର ପତ୍ର:

ଦଶହରା ଅବସରରେ ଏହି ଗଛ ପତ୍ରର ଏକ ବିଶେଷ ମହତ୍ତ୍ୱ ରହିଛି । ଆୟୁର୍ବେଦରେ ମଧ୍ୟ ସମି ପତ୍ରର ଏକ ବିଶେଷ ଉପଯୋଗ ରହିଛି । ବିଶ୍ୱାସ ରହିଛି ଯେ ବୁଧବାର ଦିନ ବିଦ୍ୟାଦାତା ଗଣେଶଙ୍କୁ ସମି ପତ୍ର ଅର୍ପଣ କରିବା ଦ୍ୱାରା ବିଦ୍ୟା ପ୍ରାପ୍ତି ହେବା ସହ ଘରୁ କଳହ ମଧ୍ୟ ଦୂର ହୋଇଥାଏ ।

Leave A Reply

Your email address will not be published.