ବନ୍ଧରେ ଫସି ରହିଥିବା ଶତାଧିକ ମାଙ୍କଡ଼ଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା, ବାଉଁଶରେ ନିର୍ମାଣ କରାଗଲା ପୋଲ

ମାଙ୍କଡ଼ଙ୍କ ପାଇଁ ପୋଲ ନିର୍ମାଣ । ମାଙ୍କଡ଼ଙ୍କୁ ଖାଇବାକୁ ଦିଆଯାଉଛି ଫଳମୂଳ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ଦୁଧ୍‌ବାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଦିନ ହେଲା ଦୁଧବା ବନ୍ଧ ନିକଟ ପାହାଡ଼ରେ ଫସି ରହିଛନ୍ତି ଶତାଧିକ ମାଙ୍କଡ଼ । ବନ୍ଧରେ ପାଣି ନ କମିବାରୁ ସେମାନେ ଆସିପାରୁନାହାନ୍ତି । ଖାଇବାକୁ ନପାଇ ଋଗଣ ହୋଇ ପଡିଛନ୍ତି। ଏହା ସ୍ଥାନୀୟ ବାସିନ୍ଦାଙ୍କ ନଜରକୁ ଆସିବା ପରେ ସେମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଆଉ ମାଙ୍କଡ଼ଙ୍କ ଉଦ୍ଧାର ପାଇଁ ଆଗେଇ ଆସିଥିଲା ଜିଲ୍ଲା ପ୍ରଶାସନ । ମାଙ୍କଡ଼ଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବନ୍ଧରେ ବାଉଁଶ ପକାଇ ପୋଲ ନିର୍ମାଣ କରାଯାଇଛି । କାଙ୍କେର ଜିଲ୍ଲା ପ୍ରଶାସନ ଡଙ୍ଗା ସହାୟତାରେ ଫଳମୂଳ ନେଇ ମାଙ୍କଡ଼ଙ୍କ ନିକଟରେ ପହଞ୍ଚାଇଥିଲା। ବନବିଭାଗ ମଧ୍ୟ ସହାୟତାର ହାତ ବଢ଼ାଇଛି । ଆଉ ଫଳମୂଳ ଖାଇବା ପରେ ମାଙ୍କଡ଼ମାନେ ଏବେ ସୁସ୍ଥ ଅଛନ୍ତି । ପ୍ରଶାସନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.