ଏହି ୭ଟି କାରଣ ଯୋଗୁଁ ଆପଣଙ୍କ ପିଛା କରିଥାଏ ଦୁର୍ଭାଗ୍ୟ, ଜୀବନରେ କେବେ ହୋଇପାରନ୍ତି ନାହିଁ ସଫଳ
ଯେତେବେଳେ ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ବ୍ୟକ୍ତିଙ୍କୁ ସଫଳତା ମିଳେ ନାହିଁ ତାହେଲେ ଏହାର କାରଣ ହେଉଛି ନିଜ ଘରେ ରହିଥାଇ ପାରେ କିଛି ବାସ୍ତୁଦୋଷ । ଯଦି ଗୃହରେ କୌଣସି ବାସ୍ତୁ ଦୋଷ ଥାଏ ତାହେଲେ ବାଧା, ବେମାରୀ ଏବଂ ଦୁର୍ଭାଗ୍ୟ ବ୍ୟକ୍ତିର ପିଛା ଛାଡ଼ିନଥାଏ ।
ଘର ଭିତରେ ଯଦି କୌଣସି ସପ୍ତଫେଣି କିମ୍ବା କଣ୍ଟାଜାତୀୟ ବୃକ୍ଷ ରହିଥାଏ ତାହେଲେ ଏହାଦ୍ୱାରା ଘରର ବାସ୍ତୁ ବିଗିଡି ଯାଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।
ଘରର ଉତ୍ତର ପୂର୍ବ ଭାଗରେ କେବେ ବି ଭାରି ମୂର୍ତ୍ତୀ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।
ବେଡ଼ ତଳେ ଜୋତା କିମ୍ବା ଚପଲ ରଖିବା ବହୁତ ଅଶୁଭ ହୋଇଥାଏ । ଏହାଦ୍ୱାରା ରୋଗ ଏବଂ ମାନସିକ ଦୁଶ୍ଚିନ୍ତା ବଢିଥାଏ ।
ଘରେ କେବେବି ଦେବଦେବୀଙ୍କର ଭଙ୍ଗା ମୂର୍ତ୍ତି ରଖନ୍ତୁ ନାହିଁ ।
ଏହାସହ ପଢନ୍ତୁ ଘରୋଇ ଉପାୟ ଆପଣାନ୍ତୁ, ‘ବ୍ଲଡ଼ ପ୍ରେସର’ କୁ ନିଜ ଠାରୁ ଦୁରେଇ ରଖନ୍ତୁ
ଘରେ ଭଙ୍ଗା ଘଣ୍ଟା ରଖିବା ଦ୍ୱାରା ସକାରାତ୍ମକ ଶକ୍ତିର ପ୍ରଭାବ କମ ହେବା ସହିତ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।
ଘରର ଉତ୍ତର ପଶ୍ଚିମ ଦିଗକୁ କେବେବି ଅନ୍ଧାର ରଖନ୍ତୁ ନାହିଁ । କାରଣ ପଇସା ଏବଂ ସଫଳତା ସିଧାସଳଖ ଭାବେ ଏହି ଦିଗ ସହ ଯୋଡି ହୋଇ ରହିଥାଏ ।
ପୂଜା ଏବଂ ଦାନ ପାଇଁ ଘରକୁ ଆଣିଥିବା ବସ୍ତୁ କେବେବି ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖନ୍ତୁ ନାହିଁ ।