କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ

କରଞ୍ଜିଆ(କେନ୍ୟୁଜ୍):  ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ । ପର୍ଯ୍ୟଟକଙ୍କ ବୁଲିବା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଲଗାଣ ବର୍ଷାରେ କିଛି ସ୍ଥାନରେ ରାସ୍ତା ଧୋଇ ଯାଇଥିଲେ ମଧ୍ୟ ୧ ତାରିଖ ସୁଦ୍ଧା ମରାମତି କରିବା ପାଇଁ ଡେଡ୍‌ଲାଇନ୍‌ ରଖିଛନ୍ତି ବନବିଭାଗ । ଅନ୍ୟପଟେ ଶିମିଳିପାଳ ଜାତୀୟ ଉଦ୍ୟାନରେ ରାତିରେ ରହିବା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି । ସକାଳ ୬ଟାରୁ ଅପରାହ୍ନ  ୪ ଟା ପର୍ଯ୍ୟନ୍ତ ଶିମିଳିପାଳ ବୁଲିପାରିବେ ପର୍ଯ୍ୟଟକ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.