Below header

ଭୁଲରେ ବି’ ସେୟାର୍ କରନ୍ତୁ ନାହିଁ ସ୍ବାମୀଙ୍କ ସହିତ ଜଡିତ ଏହି ସବୁ କଥା !

ଆମ ଜୀବନରେ କେହି ନା କେହି ଏମିତି ସାଙ୍ଗ ଥାନ୍ତି ଯାହାକୁ ଆମେ ଆମ ମନ କଥା ଖୋଲିକି କହିଥାଉ । ଖାସକରି ଝିଅ ମାନେ ସେମାନଙ୍କର ଜୀବନ ସହିତ ଜଡିତ ପ୍ରତ୍ୟେକଟି କଥା ନିଜ ସାଙ୍ଗମାନଙ୍କ ଆଗରେ ନକହି ରହିପାରନ୍ତି ନାହିଁ । ମହିଳାଙ୍କର ସବୁଠାରୁ ପସନ୍ଦ ଟପିକ୍ ହେଉଛି ନିଜ ସ୍ବାମୀଙ୍କ କଥା । ଅନେକ ସମୟରେ ଏହା ଦେଖାଯାଉଛି କି, ଥଟ୍ଟାମଜାରେ ମହିଳାମାନେ ତାଙ୍କ ସ୍ବାମୀଙ୍କର ଏମିତି ଗୁପ୍ତ କଥା ସେୟାର କରିଦିଅନ୍ତି ଯାହା ଦ୍ବାରା ପଛରେ ସେଇ କଥା ପାଇଁ ଅନୁତାପ ଥାନ୍ତି । ଆସନ୍ତୁ ଜାଣିବା ସ୍ବାମୀଙ୍କର କେଉଁ ଗୁପ୍ତ କଥା କାହାରି ଆଗରେ ସେୟାର କରିବା କଥା ନୁହେଁ –

ଭୁଲ ବୁଝାବଣା : ସର୍ବଦା ଦେଖାଯାଏ କି, ଯେତେବେଳେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଛି ସେତେବେଳେ ସ୍ତ୍ରୀ ନିଜର ପରିବାର ପାଖରେ ସମସ୍ତ କଥା ରଖିଥାନ୍ତି । ଯାହା ପାଇଁ ଏହି ସମୟରେ ତାଙ୍କୁ ସଂବେଦନା ମିଳିଯାଇଥାଏ କିନ୍ତୁ ଏହି ସବୁର କାରଣ ବିବାହ ଜୀବନ ଉପରେ ପଡିଥାଏ ।

ଦରମା : କେବେବି ଆପଣଙ୍କର କୌଣସି ସାଙ୍ଗଙ୍କୁ ଆପଣଙ୍କର ସ୍ବାମୀଙ୍କର ଦରମା କଥା ସେୟାରେ କରନ୍ତୁ ନାହିଁ । ଏହା ଏଥିପାଇଁ କାହିଁକି ନା ଆଜି ବି ସମାଜରେ କାହାର ପାରିବାପଣକୁ ଟଙ୍କା ଏବଂ ଧନ ସମ୍ପତିକୁ ହିସାବରେ ପରଖି ଥାଆନ୍ତୁ ।

ଡର ଏବଂ ରୋଗ : ଯଦି ଆପଣଙ୍କର ସ୍ବାମୀଙ୍କୁ କୌଣସିଥିରେ ଡର ଥାଏ ତ, ଏହି ସବୁ କଥା କାହା ସହ ସେୟାର କରନ୍ତୁ ନାହିଁ । ଏମିତି ହୋଇଥାଏ ବେଳେବେଳେ ସାଙ୍ଗ ମାନେ କଥା କଥାରେ ମଜାକ ଉଡାଇଥାନ୍ତି ଯାହା ଫଳରେ ଆପଣଙ୍କ ସ୍ବାମୀଙ୍କୁ ଖରାପ ଅନୁଭବ ହୋଇଥାଏ । ଏହି ସବୁ ସିଧାସଳଖ ଆପଣଙ୍କ ବିବାହ ଜୀବନ ଉପରେ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.