Below header

କରୋନା ସମୟରେ ବେବି ପ୍ଲାନ୍ କରୁଛନ୍ତି କି, ଶୀଘ୍ର ଗର୍ଭଧାରଣ ପାଇଁ ଟ୍ରାଏ କରନ୍ତୁ ଏସବୁ ଟିପସ

କରୋନା ମହାମାରୀ ସମୟରେ ଏବେ ସମସ୍ତେ ଘରୁ କାମ କରୁଛନ୍ତି। ଏଣୁ ଏହି ସମୟରେ କିଛି ମହିଳା ବେବି ପ୍ଲାନ ବି କରୁଛନ୍ତି। କାରଣ ପ୍ରେଗନାନ୍ସି ସମୟରେ ଘରେ ରହି କାମ କରିବାରେ କିଛି ସମସ୍ୟା ନାହିଁ। କିନ୍ତୁ ଏହି କରୋନା ଭାଇରସ ସମୟରେ ଲୋକମାନେ ନିଜେ ଅସୁରକ୍ଷିତ ମନେ କରୁଥିବା ବେଳେ ଏକ ଜୀବନକୁ ଗର୍ଭରେ ପାଳିବା କେତେ ସୁରକ୍ଷିତ। ତେବେ ଆପଣ ବି ଯଦି ଏହି ମହାମାରୀ ସମୟରେ ବେବି ପ୍ଲାନ କରୁଛନ୍ତି ତେବେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ…

ନିଜକୁ ପଚାରନ୍ତୁ କଣ ଆପଣ ଏବେ ମା’ ହେବାକୁ ଚାହୁଁଛନ୍ତି। ଆପଣ ସେଥିପାଇଁ କେତେ ପ୍ରସ୍ତୁତ। କାରଣ କରୋନା ଭାଇରସ ଗର୍ଭବତୀଙ୍କ ପାଇଁ ବି ବିପଦ ସାଜୁଛି।

ଲୋକମାନେ ଏବେ ଘରେ ବସି ବସି ଅଳସୁଆ ହୋଇଗଲେଣି। ଯଦି ଆପଣ ଏବେ ମା’ ହେବାକୁ ଚାହୁଁଛନ୍ତି ତେବେ ଆକ୍ଟିଭ ରୁହନ୍ତୁ।

ଗର୍ଭଧାରଣ କରିବାକୁ ଚିନ୍ତା କରୁଥିଲେ ଷ୍ଟ୍ରେସରୁ ଦୂରେଇ ରୁହନ୍ତୁ। ନିଜକୁ ଖୁସି ରଖନ୍ତୁ।

ଶୀଘ୍ର ଗର୍ଭଧାରଣ ପାଇଁ ୬ ମାସ ପୂର୍ବରୁ ମଦ, ସିଗାରେଟ ଅଭ୍ୟାସ ଥିଲେ ଛାଡ଼ନ୍ତୁ। ଖାଦ୍ୟରେ ଫୋଲିକ ଏସିଡର ମାତ୍ରା ବଢ଼ାନ୍ତୁ। ଏଥିସହ ଡାକ୍ତରଙ୍କ ପରାମର୍ଶରେ ଭିଟାମିନ ଡି ଓ ଅନ୍ୟ ଡାଏଟ୍ ଫଲୋ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.