ପ୍ରେମିକ ସହ ମିଶି ବାପା-ମା’ଙ୍କୁ କାଢ଼ାରେ ନିଶା ଦେଲା ଝିଅ, ପରେ ଟଙ୍କା-ସୁନା ନେଇ ଫେରାର

ବାପା-ମା’ଙ୍କୁ କାଢ଼ାରେ ନିଶା ଦେଇ ନିଜ ଘରୁ ଚୋରି କଲା ଝିଅ। ପ୍ରେମିକ ଓ କିଛି ସାଙ୍ଗଙ୍କ ସହାୟତାରେ ଘରେ ବୁଲେଇ ଦେଲା କଳା କନା। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ। ଅଭିଯୋଗ ପରେ ଘଟଣାର ଖୁଲାସା ହେଲା ପରେ ଏବେ ସମସ୍ତେ ଜେଲର ଚାରି କାନ୍ଥ ଭିତରେ।

ପୋଲିସକୁ ଅଭିଯୁକ୍ତ ଝିଅ ଦେଇଥିବା ବୟାନ ମୁତାବକ, ସେ ନିଜ ବାପା ମନୋଜ କୁମାର ଓ ମା’ଙ୍କ ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲା। ଏଣୁ ନିଜ ପ୍ରେମିକ ବିନୟ ସହ ଅନ୍ୟତ୍ର ରହିବାକୁ ଚାହୁଁଥିଲା। ଏନେଇ ସେ ବିନୟକୁ କହିବା ସହ ଘରେ ଥିବା ଟଙ୍କା ଓ ସୁନା କଥା ବି କହିଥିଲା। ପରେ ବିନୟ ଆଉ ୨ ଜଣ ସାଙ୍ଗ ସହ ମିଶି ଯୋଜନା କରିଥିଲେ।

ଯୋଜନା ମୁତାବକ, ବିନୟ ନିଜ ପ୍ରେମିକାକୁ ଆଣି ନିଶା ଔଷଧ ଦେଇଥିଲା। ସେ ତାହାକୁ କାଢ଼ାରେ ମିଶାଇ ବାପା ମା’ଙ୍କୁ ଦେଇଥିଲା। କାଢ଼ା ପିଇବା ପରେ ସେମାନେ ଶୋଇପଡ଼ିଥିଲେ। ପରେ ବିନୟ ଓ ତା’ସାଂଗ ଶୁଭମ୍ ଓ ରଞ୍ଜିତ ସହ ମିଶି ତାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଓ ୩ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ନିଜ ଘର ଝିଅ ହିଁ ଚୋର ବୋଲି ଜାଣିବାକୁ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.