ମୋଦିଙ୍କ ମନ୍ କି ବାତର ୭୭ତମ ସଂସ୍କରଣ: ବାତ୍ୟା ପ୍ରଭାବିତ ରାଜ୍ୟ‌ର ଲୋକେ ସାହସ, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ସହ ମୁକାବିଲା କରିଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ମୋଦି ସରକାରଙ୍କ ମନ କି ବାତର ୭୭ତମ ସଂସ୍କରଣରେ ଦେଶବାସୀଙ୍କୁ  ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦି କହିଥିଲେ କୋଭିଡ୍-୧୯ ବିପର୍ଯ୍ୟୟ ସମୟରେ ପୂର୍ବ ଉପକୂଳରେ ବାତ୍ୟା ପ୍ରଭାବିତ ରାଜ୍ୟ‌ର ଲୋକେ ଆସାମାନ୍ୟ ସାହସ, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ସହ ପରିସ୍ଥିତିକୁ ମୁକାବିଲା କରିଛନ୍ତି। ମୁଁ ସବିନୟ ତାଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସମସ୍ତଙ୍କୁ ଅଭିବାଦନ ଜଣାଉଛି। ପ୍ରିୟ ପରିଜନଙ୍କୁ ହରାଇଥିବା ଜନତାଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ଆମେ ଦୃଢ଼ଭାବେ ସଙ୍ଗଠିତ ହୋଇ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବା।

କରୋନା ସମ୍ପର୍କିତ ପ୍ରସଙ୍ଗକୁ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରକୃତରେ କହିବାକୁ ଗଲେ କୋଭିଡ଼ ବିରୋଧୀ ସଂଗ୍ରାମ ଏତେ ଭୟାବହ ଯେ, ଆମ ଦେଶ ଜଳ, ସ୍ଥଳ ଓ ଆକାଶ ତିନୋଟି ମାର୍ଗରେ ମୁକାବିଲା କରୁଛି। ଶିଳ୍ପ ସଂସ୍ଥାମାନଙ୍କରେ ଆମର ଅଧିକାଂଶ ବୈଜ୍ଞାନିକ, ବିଶେଷଜ୍ଞ ଏବଂ ଟେକ୍ନିସିଆନ ଯୁଦ୍ଧକାଳୀନ ପରିସ୍ଥିତିରେ କାର୍ଯ୍ୟ କରିବା ପରି କାର୍ଯ୍ୟ କରୁଛନ୍ତି। ଏମାନଙ୍କର କାର୍ଯ୍ୟକଳାପ ବିଷୟରେ ବୁଝିବା ଏବଂ ଜାଣିବା ଲାଗି ସମସ୍ତ ନାଗରିକ ଖୁବ୍‌ ଉତ୍ସୁକତା ହୋଇ ଉଠିଛନ୍ତି।

ବିଦେଶରୁ ଦେଶକୁ ଆକ୍ସିଜେନ୍‌, ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌ ଏବଂ କ୍ରାୟୋଜିନିକ୍ ଟ୍ୟାଙ୍କର୍‌ ଅଣାଯାଉଛି। ତେଣୁ, ଭାରତୀୟ ନୌସେନା, ବାୟୁସେନା, ସେନା, ‘ଡିଆର୍‌ଡିଓ’ ଏବଂ ଆମର ଅନ୍ୟାନ୍ୟ ପ୍ରତିଷ୍ଠାନ ସବୁ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଗୋଟିଏ ପଟେ, ବାୟୁସେନା ବିମାନ ଯୋଗେ ଖାଲି ଟ୍ୟାଙ୍କର୍‌ ସବୁକୁ ଅକ୍ସଜେନ୍‌ କାରଖାନାକୁ ନିଆଯାଉଥିବା ବେଳେ, ଅନ୍ୟ ପଟେ ନୂଆ ଅକ୍ସିଜେନ୍ କାରଖାନ ନିର୍ମାଣ ଶେଷ କରାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.