ଶୀତ ଦିନରେ ଦାନ୍ତ ସେନସିଟିଭିଟି ହେଉଛି କି ? ଜାଣନ୍ତୁ କିପରି ଘରୋଇ ଉପାୟରେ ମୁକ୍ତି ପାଇବେ

ଏହି ସିଜିନ୍‌ରେ ଯେଉଁମାନଙ୍କର ଦାନ୍ତ ଯନ୍ତ୍ରଣା ହେଉଛି, ସେମାନଙ୍କ ପାଇଁ ଗରମ କିମ୍ବା ଥଣ୍ଡା କିଛି ବି ଖାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ସେହି ଲୋକମାନେ ଯେଉଁ ବି ଜିନିଷ ଖାଇଥାନ୍ତି ସେମାନଙ୍କୁ ଦାନ୍ତରେ ଅନେକ ଯନ୍ତ୍ରଣା ହୋଇଥାଏ । ଏହା ସହ ସେହି ଲୋକଙ୍କୁ ବାରମ୍ବାର ଦାନ୍ତରେ କଷ୍ଟ ମଧ୍ୟ ହୋଇଥାଏ ।

ଶୀତ ଦିନ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ, ହେଲେ ଏହା ସହିତ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଆଣିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଦାନ୍ତର ସେନସିଟିଭିଟି । ଏହି ସିଜିନ୍‌ରେ ଯେଉଁମାନଙ୍କର ଦାନ୍ତ ଯନ୍ତ୍ରଣା ହେଉଛି, ସେମାନଙ୍କ ପାଇଁ ଗରମ କିମ୍ବା ଥଣ୍ଡା କିଛି ବି ଖାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ସେହି ଲୋକମାନେ ଯେଉଁ ବି ଜିନିଷ ଖାଇଥାନ୍ତି ସେମାନଙ୍କୁ ଦାନ୍ତରେ ଅନେକ ଯନ୍ତ୍ରଣା ହୋଇଥାଏ । ଏହା ସହ ସେହି ଲୋକଙ୍କୁ ବାରମ୍ବାର ଦାନ୍ତରେ କଷ୍ଟ ମଧ୍ୟ ହୋଇଥାଏ । ଏପରି ହେବାର ଅନେକ କାରଣ ରହିଛି, ଯେପରି କ୍ୟାଲସିୟମ ଅଭାବ, ବ୍ୟାକ୍‌ଟେରିଆଲ ଇନ୍‌ଫେକ୍ସନ୍‌ ଏବଂ ଦାନ୍ତ ମୂଳ ଦୁର୍ବଳ ହେତୁ ଦାନ୍ତ ଯନ୍ତ୍ରଣା ହୋଇପାରେ । ଯଦି ଆପଣ ଦାନ୍ତ ସମସ୍ୟାରେ ପିଡିତ ଅଛନ୍ତି, ତାହେଲେ ଆମେ ଆଜି ଆପଣଙ୍କୁ ଏହି ଯନ୍ତ୍ରଣାରୁ ବଞ୍ଚିବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ । ଯାହାକୁ ବ୍ୟବହାର କରି ଆପଣା ଏହି ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ ।

ଲବଙ୍ଗର ଉପକାରିତା :
ଆପଣଙ୍କ ରୋଷେଇ ଘରେ ମିଳୁଥିବା ଏହି ଛୋଟ ମସଲା ତୁରନ୍ତ ଆପଣଙ୍କୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ । ଦାନ୍ତ ପାଇଁ ଲବଙ୍ଗ ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି, ତାହେଲେ ଏକ ଲବଙ୍ଗ ନେଇ ଦାନ୍ତ ସେହି ପାଟ୍‌ରେ ରଖନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ଲୁଣ ଏବଂ ଗରମ ପାଣିରେ ଗାର୍ଗଲ୍ କରନ୍ତୁ :
ଲୁଣ ଏବଂ ଉଷୁମ ପାଣିରେ ଗାର୍ଗଲ୍ିଂ କରିବା ଦ୍ୱାରା ଦାନ୍ତ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ । ଗୋଟିଏ ଗ୍ଲାସ ପାଣି ଗରମ କରନ୍ତୁ ଏବଂ ସେଥିରେ ଅଧା ଚାମଚ ଲୁଣ ମିଶାନ୍ତୁ । ବର୍ତ୍ତମାନ ଏହି ପାଣିରୁ ଛୋଟ ଛୋଟ ସିପ୍‌ ନିଅନ୍ତୁ ଏବଂ ଏହାକୁ ପାଟିରେ କିଛି ସମୟ ରଖିବେ, ଦେଖିବେ ୧୦ ରୁ ୧୫ ମିନିଟ୍‌ ମଧ୍ୟରେ ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ଲିମ୍ବ ପାଣି ଦାନ୍ତ ଯନ୍ତ୍ରଣା ପାଇଁ ଆରମ ଦାୟକ ହୋଇଥାଏ :
ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆଣ୍ଟିଅକ୍ସିଡାଣ୍ଟ ସମୃଦ୍ଧ ଲିମ୍ବ ପାଣିରେ ଗାର୍ଗଲ୍ କରନ୍ତୁ । ଲିମ୍ବ ପତ୍ରକୁ ପାଣିରେ ମିଶାନ୍ତୁ ଏବଂ ତାପରେ ସେହି ପାଣିକୁ ଭଲ ଭାବରେ ଫୁଟାନ୍ତୁ । ପାଣି ଫୁଟିବା ପରେ ଏହି ପାଣିରେ ପାଟିକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ଏହି ଜିନିଷଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖନ୍ତୁ :
ପ୍ରତି ୬ ମାସରେ ଜଣେ ଦନ୍ତ ଚିକିତ୍ସକଙ୍କୁ ନିଜ ଦାନ୍ତକୁ ଦେଖାଇବା ମଧ୍ୟ ଜରୁରୀ ହୋଇଥାଏ । ଯଦି ଆପଣଙ୍କର ଦାନ୍ତ ଅଧିକ ସେନସିଟିଭିଟି ତେବେ ଆପଣ ଏଥିପାଇଁ ଏକ ଭିନ୍ନ ଟୁଥପେଷ୍ଟ ବ୍ୟବହାର କରନ୍ତୁ । ଏକ ଅତିରିକ୍ତ ନରମ ବ୍ରଶ୍ ମଧ୍ୟ ବ୍ୟବହାର କରନ୍ତୁ, ଏହା ଆପଣଙ୍କ ଦାନ୍ତକୁ ସୁରକ୍ଷିତ ଏବଂ ଶକ୍ତିଶାଳୀ ରଖିବ । ବ୍ରଶକୁ ଦାନ୍ତରେ ଅତ୍ୟଧିକ ଘଷବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.