ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ରହୁଛନ୍ତି କି ? ତାହେଲେ ହୋଇପାରନ୍ତି ସ୍କିନ କ୍ୟାନସରର ଶିକାର

ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଚର୍ମ କର୍କଟ ଭଳି ମାରାତ୍ମକ ରୋଗ ଦେଖିବାକୁ ମିଳୁଛି । ଅଧିକ ସମୟ ପର୍ଯ୍ୟନ୍ତ ଖରାରେ ରହିବା ଦ୍ୱାରା ଏହିଭଳି ସମସ୍ୟା ଦେଖାଯାଇଥାଏ । ଶରୀରର ଯେଉଁ ଅଂଶରେ ସୂର୍ଯ୍ୟଙ୍କର କିରଣ ଶିଶଧାସଳଖ ଭାବେ ପଡିଥାଏ ଯେପରିକି ହାତ, ଆଙ୍ଗୁଳି, ନଖ ଚର୍ମ ଓ ପାଦ ଆଙ୍ଗୁଠି ଭଳି ସ୍ଥାନରେ ଏହି ଚର୍ମ କର୍କଟ ହେବାର ଅଧିକ ସମ୍ଭାବନା ରହିଥାଏ । ତାହେଲେ ଆସନ୍ତୁ ଜାଣିବା ସ୍କିନ କ୍ୟାନସରର କାରଣ ଓ ତାର ପ୍ରତିକାର ।

Image result for skin cancer

ବର୍ନ ସ୍କିନ ମଧ୍ୟ ଚର୍ମ କର୍କଟର କାରଣ ହୋଇପାରେ । ସେହିପରି ଯଦି ଆପଙ୍କ ପରିବାରରେ କାହାକୁ ପୂର୍ବରୁ ଏହି ବେମାରୀ ଅଛି ତାହେଲେ ଆପଣଙ୍କୁ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଛି । ଅଧିକାଂଶ ସମୟ ଖରାରେ ରହିବା ଦ୍ୱାରା ଆପଣଙ୍କ ଠାରେ ଚର୍ମ କର୍କଟ ଦେଖାଯିବାର ସଂଭାବନା ବଢି ଯାଇଥାଏ । ଏହା ସହିତ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଚର୍ମ କର୍କଟର କାରଣ ସାଜିପାରେ ।

ଏହାର ପ୍ରତିକାର

  • ଗବେଷଣା ଅନୁଯାୟୀ ପ୍ରତିଦିନ କଫିର ସେବନ ଦ୍ୱାରା ଆପଣଙ୍କ ତ୍ୱଚାରେ କ୍ୟାନସରର ପ୍ରକ୍ରିୟା ବୃଦ୍ଧି ପାଇପାରେ ନାହିଁ । କାରଣ ପ୍ରତିଦିନ 1 କପ କଫିର ସେବନ କ୍ୟାନସରର ସେଲକୁ ଶରୀରରେ ବଢିବାକୁ ଦିଏନାହିଁ ।
  • ଯଦି ଆପଣ ଏସପିଏଫ ଯୁକ୍ତ ସନସ୍କ୍ରିନ ଲୋସନ କିମ୍ବା କ୍ରିମର ବ୍ୟବହାର କରୁଛନ୍ତି ତାହେଲେ କେବଳ ସେତିକି ଯଥେଷ୍ଟ ନୁହେଁ । ଆପଣଙ୍କୁ ନିଜ ତ୍ୱଚାକୁ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ଖରାପ ପ୍ରଭାବଠାରୁ ଦୁରେଇ ରଖିବାକୁ ପଡିବ ।
  • ମଧ୍ୟାହ୍ନ ସମୟରେ ସୂର୍ଯ୍ୟଙ୍କଠାରୁ ନିର୍ଗତ ହେଉଥିବା ଅଲଟ୍ରାଭାଓଲେଟ ରଶ୍ମି ଶରୀର ପାଇଁ ବହୁତ କ୍ଷତିକାରକ ଏବଂ ପ୍ରଭାବଶାଳୀ ହୋଇଥାଏ । ଯଦି ଆପଣ ଏହି ସମୟରେ ଘରୁ ବାହାରୁଛନ୍ତି ତାହେଲେ ନିଜ ତ୍ୱଚାକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରନ୍ତୁ ।

Image result for skin cancer

  • ଚର୍ମ କର୍କଟ ସାଧାରଣତଃ ଆଖିରୁ ଆରମ୍ଭ ହୋଇଥାଏ । ଏହା ଏକ ପ୍ରକାର କ୍ୟାନସର ଅଟେ । ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଆପଣ ସୂର୍ଯ୍ୟଙ୍କ କିରଣ ଠାରୁ ନିଜ ଆଖିକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରନ୍ତୁ । ସେଥିପାଇଁ ଘରୁ ବାହାରିବା ସମୟରେ ସନଗ୍ଲାସେସ ବ୍ୟବହାର କରନ୍ତୁ ।
  • ଶ୍ୟାମଳ ଓ କଳା ରଙ୍ଗର ଲୋକମାନେ କ୍ୟାନସରର ଶିକାର କମ ହୋଇଥାନ୍ତି କିନ୍ତୁ ଅତ୍ୟଧିକ ଗୋରା ତ୍ୱଚାରେ କ୍ୟାନସରର ସମ୍ଭାବନା ଅଧିକ ହୋଇଥାଏ । ଯଦି ଆପଣଙ୍କ ରଙ୍ଗ ଗୋରା ତାହେଲେ ଆପଣଙ୍କୁ ବିଶେଷ ଭାବେ ନିଜ ତ୍ୱଚାର ଧ୍ୟାନ ରଖିବାକୁ ପଡିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.