ବାଇଗଣ ସହିତ କଦାପି ପିଅନ୍ତୁ ନାହିଁ କ୍ଷୀର, ଏହାର ଭରପୂର ଲାଭ ଉଠାଇବା ପାଇଁ ପିଇବା ସମୟରେ ମନେ ରଖନ୍ତୁ ଏହି ୭ଟି କଥା

ଅଧିକାଂଶ ଲୋକ ନିଜକୁ ବଳବାନ ତଥା ସୁସ୍ଥ ରଖିବା ପାଇଁ ପ୍ରତିଦିନ କ୍ଷୀର ପିଇଥାନ୍ତି। କିନ୍ତୁ କେତେଜଣ କ୍ଷୀର ପିଇବା ସମୟରେ କିଛି ଭୁଲ କରିବସନ୍ତି, ଯଦ୍ଦ୍ୱାରା ଫାଇଦା ହେବା ବଦଳରେ କ୍ଷତି ପହଞ୍ଚିଥାଏ। ଆଜି ଆମେ ଆପଣଙ୍କୁ କ୍ଷୀର ପିଇବା ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ, ତାହା ବିଷୟରେ କହିବୁ।

୧. ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ପିଅନ୍ତୁ ନାହିଁ। କାରଣ, ଏହା ହଜମ ହେବାକୁ ସମୟ ଲାଗିଥାଏ, ଯଦ୍ଦ୍ୱାରା ଆପଣଙ୍କୁ ଭାରିପଣ ଅନୁଭବ ହୋଇଥାଏ।

୨. ଯେତେବେଳେ ବି ଆପଣ ଭୋଜନ ପରେ କ୍ଷୀର ପିଇବାକୁ ଯାଉଛନ୍ତି, ମନେ ରଖିବେ ଭୋଜନ କେବେ ବି ପେଟ ଭରିକି କରିବେ ନାହିଁ। ବିଶେଷ କରି ରାତି ସମୟରେ ଏଥିପ୍ରତି ବିଶେଷ ସଜାଗ ରହିବେ।

milk2

୩. କୌଣସି ଖଟା କିମ୍ବା ଲୁଣି ଜିନିଷର ସେବନ ଆପଣ କ୍ଷୀର ପିଇବାର ଅଧ ଘଣ୍ଟା ନଚେତ ୧ ଘଣ୍ଟା ପୂର୍ବରୁ କରନ୍ତୁ। ଯଦି ଆପଣ ଏମିତି କରିବେନି, ତା’ହେଲେ ହାକୁଟି ହେବାର ସମସ୍ୟା ଆସିପାରେ।

୪. ପିଆଜ ଏବଂ ବାଇଗଣ ସହିତ କେବେ ବି କ୍ଷୀର ସେବନ କରିବେ ନାହିଁ। କାରଣ, ଏହା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ।

୫. ମାଛ କିମ୍ବା ମାଂସ ସହିତ କ୍ଷୀର ସେବନ କରିବେ ନାହିଁ। କାରଣ, ଏହା ତ୍ୱଚାରେ ଧଳା ଦାଗ ସୃଷ୍ଟି କରିପାରେ। ଏହାଛଡ଼ା ଦୁଇଟି ଯାକରେ ପ୍ରୋଟିନ ରହିଥାଏ, ଯଦ୍ଦ୍ୱାରା କି ପାଚନ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ।

milk3

୬. ଯଦି ଆପଣ ଶକ୍ତି ଏବଂ ପୋଷଣ ପାଇଁ କ୍ଷୀର ପିଉଛନ୍ତି, ତା’ହେଲେ ଗାଈ କ୍ଷୀର ପିଅନ୍ତୁ। ଆଉ ଯଦି ଓଜନ ବଢାଇବାକୁ ଚାହୁଁଛନ୍ତି, ତେବେ ମଇଁଷି କ୍ଷୀର ପିଅନ୍ତୁ। କିନ୍ତୁ ମଇଁଷି କ୍ଷୀର କଫ ବଢ଼ାଇଥାଏ, ଏଥିପ୍ରତି ଧ୍ୟାନ ଦେବେ।

୭. କେବେ ବି ଥଣ୍ଡା କ୍ଷୀର ପିଅନ୍ତୁ ନାହିଁ। ଏଥିରେ ଚିନି ବ୍ୟବହାର କରନ୍ତୁ। ଥଣ୍ଡା କ୍ଷୀର ଧୀରେ ହଜମ ହୋଇଥାଏ ଏବଂ ଏହା ପେଟରେ ଗ୍ୟାସ ସୃଷ୍ଟି କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.