ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ଯାହା ଆପଣଙ୍କ ଆଖି ସମସ୍ୟାକୁ କରିବ ଦୂର

ଶରୀରର ପ୍ରତ୍ୟେକ ଅଙ୍ଗ ଖୁବ ମହତ୍ତ୍ୱ ପୂର୍ଣ୍ଣ ହୋଇଥାଏ । ସେହିପରି ଆଖି ମଧ୍ୟ ଶରୀରର ଏକ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହା ବିନା ସବୁ କାମ ଅସମ୍ଭବ । କିନ୍ତୁ ନୀତିଦିନ କାମରେ ଆମେ ଆଖି ଉପରେ ଏତେ ଧ୍ୟାନ ଦେଇନଥାଉ । କଷ୍ଟ ହେଲାପରେ କେତେଜଣ ଚଷମା ବ୍ୟବହାର କରନ୍ତି ତ ଅନ୍ୟ କେତେଜଣଙ୍କର ମୋତିଆବିନ୍ଦୁ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ।

ଆଖିରେ ପାଣି ଆସିବା, ଆଖି ପୋଡିବା , ଲାଲ ପଡିଯିବା ଭଳି ଅନ୍ୟ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ଏଥିପାଇଁ କିଛି ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

– ଅଁଳାରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି । ଏହାର ସେବନ ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ । ଆଖି ସୁସ୍ଥ ରହିଥାଏ । ଜ୍ୱଳନ ସମସ୍ୟା ହେଉଥିଲେ, ଏହି ଫଳକୁ ସେବନ କଲେ ଆରାମ ମିଳିଥାଏ ।

566yh
pc: doctor NDTV

– ବାଦାମ, ମିଶ୍ରି ଓ ପାନମଧୁରୀକୁ ସମାନ ମାତ୍ରାରେ ନେଇ ପେଷ୍ଟ କରନ୍ତୁ । ଏହି ମିଶ୍ରଣକୁ ପ୍ରତିଦିନ ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ଧ୍ୟାନ ରଖିବେ ଏହାର ସେବନ ପରେ ୨ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବେ ନାହିଁ ।

– ଆଖିକୁ ସର୍ବଦା ସଫା ପାଣିରେ ଧୁଅନ୍ତୁ । ଏହାଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ ।

– ଏହାସହ ଆପଣ ଗାଜର, ଭିଟାମିନ ଇ ଆଦି ଖାଦ୍ୟ ଖାଇପାରିବେ । ଏହାଦ୍ୱାରା ଆଖି ଆପଣଙ୍କ ସୁସ୍ଥ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.