ନୂଆ ବର୍ଷ ପୂର୍ବରୁ ମନେ ପକାଇ କରନ୍ତୁ ଏହି ୫ଟି କାମ, ଦୁର୍ଭାଗ୍ୟ ବଦଳିବ ସୌଭାଗ୍ୟରେ

ଆଉ ମାତ୍ର ଦିନ କେଇଟା ପରେ ଆସିବ ନବବର୍ଷ। ଏହାର ଆଗମନର ଆରମ୍ଭ ଏବେ ଠାରୁ ହିଁ ଆପଣ କରିଦିଅନ୍ତୁ। କାରଣ ନୂଆ ବର୍ଷ ଆପଣଙ୍କୁ ନୂଆ ଉର୍ଜା ବା ଶକ୍ତି ନେଇ ଆସିବ। ପ୍ରାୟ ସମସ୍ତେ ଚାହାନ୍ତି ନୂତନ ବର୍ଷ ତାଙ୍କ ପାଇଁ ଶୁଭମୟ ସୁଖମୟ ହେଉ। ଏଥିପାଇଁ ଆପଣଙ୍କୁ ମଧ୍ୟ କିଛି ପରିର୍ତ୍ତନ କରିବା ଆବଶ୍ୟକ। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି କାମ ବିଷୟରେ ଜଣାଇବାକୁ ଚାହିଁବୁ ଯାହାକୁ ଯଦି ଆପଣ ଆପଣେଇବେ ତେବେ ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିବର୍ତ୍ତନ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ଘରର ସଫା ସୁତୁରା

cleanଯେଉଁପରି ଭାବେ କିଛି ପର୍ବପର୍ବାଣୀରେ ଆମେ ଘରକୁ ସଫା ସୁତୁରା କରନ୍ତି ଠିକ ସେହିପରି ନବବର୍ଷରେ ମଧ୍ୟ ଘରେ କିଛି ପରିବର୍ତ୍ତନ କରିବା ଉଚିତ। କେବଳ ଘର ନୁହେଁ ଦୋକନକୁ ମଧ୍ୟ ନୀଳ, ଧଳା କିମ୍ବା ହଳଦିଆ ରଙ୍ଗର ପ୍ରୟୋଗ କରିପାରିବେ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ଅଦରକାରୀ ଜିନିଷକୁ ଘରୁ ବାହାରକୁ କାଢ଼ି ଦିଅନ୍ତୁ। ଉତ୍ତର ଦିଗରେ କେବେବି ଅଦରକାରୀ ଏବଂ ପୁରୁଣା ହୋଇସାରିଥିବା ଜିନିଷକୁ ରଖନ୍ତୁ ନାହିଁ।

ଗୋଟିଏ ଗଛ ନିଶ୍ଚୟ ଲଗାନ୍ତୁ

plantଗଛ ଲତା ଉନ୍ନତି ଏବଂ ସମୃଦ୍ଧିର ପ୍ରତିକ ହୋଇଥାଏ। ଏମିତିରେ ନୂଆ ବର୍ଷ ଆରମ୍ଭ ପୂର୍ବରୁ ନିଜ ଦୋକାନ ଏବଂ ଘରେ ମନି ପ୍ଲାଣ୍ଟ ଏବଂ ତୁଳସୀ ଗଛ ଲଗାନ୍ତୁ। ମନି ପ୍ଲାଣ୍ଟ ଏବଂ ତୁଳସୀ ଗଛକୁ ସଫା ସୁତୁରା ରଖିବା ଜରୁରୀ।

ମନ୍ଦିର ସ୍ଥାନ

ନୂତନ ବର୍ଷରେ ଦୋକାନ ଏବଂ ଘରର ମନ୍ଦିରରେ ବିଶେଷ ଧ୍ୟାନ ଦେବା ଉଚିତ। ବାସ୍ତୁଅନୁଯାୟୀ ମନ୍ଦିର ଏବଂ ଘରର ଐଶାନ୍ୟ ଦିଗରେ ରଖିବା ଶୁଭ ହୋଇଥାଏ।

ଘରକୁ ଆଣନ୍ତୁ ଲାଫିଙ୍ଗ୍‌ ବୁଦ୍ଧ

laughing budhhaଚାଇନିଜ୍‌ ବାସ୍ତୁଶାସ୍ତ୍ରରେ ଲାଫିଙ୍ଗ୍‌ ବୁଦ୍ଧକୁ ବହୁତ ଶୁଭ ଏବଂ ସମୃଦ୍ଧି କାରକ ବୋଲି ଧରାଯାଏ। ଏମିତିରେ ନୂଆ ବର୍ଷରେନିଜ ଭାଗ୍ୟକୁ ଚମକାଇବା ପାଇଁ ଲାଫିଙ୍ଗ୍‌ ବୁଦ୍ଧକୁ ଘରକୁ ଆଣନ୍ତୁ।

ଘର ଏବଂ ଦୋକାନର ମୁଖ୍ୟ ଦ୍ୱାର

ବାସ୍ତୁଶାସ୍ତ୍ରରେ ଘରେ ସୁଖ ଏବଂ ସମ୍ରୁଦ୍ଧିର ପ୍ରବେଶ ସବୁବେଳେ ମୁଖ୍ୟଦ୍ୱାରରେ ହୋଇଥାଏ। ଏମିତିରେ ନୂଆ ବର୍ଷରେ ନିଜ ସୌଭାଗ୍ୟ ବୃଦ୍ଧି ପାଇଁ ଘର ଏବଂ ଦୋକାନରେ ଓଁ, ସ୍ୱସ୍ତିକ ଏବଂ ଭଗବାନ ଗଣେଶଙ୍କ ପ୍ରତିମା ନିଶ୍ଚୟ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.