ମାତ୍ର ୧୦ ଟଙ୍କାରେ କରନ୍ତୁ ଫେସିଆଲ, କିଛି ମିନିଟରେ ଚମକି ଉଠିବ ଆପଣଙ୍କ ତ୍ୱଚା

ସାଧାରଣତଃ ଅଧିକାଂଶ ଲୋକେ ଖାଇବା ପରେ ଗୁଡ଼ ଖାଇବାକୁ ପସନ୍ଦ କରିଥାନ୍ତି । ଏଥିରେ ପ୍ରୋଟିନ, ଫ୍ୟାଟ, ଆଇରନ, ପୋଟାସିୟମ, ଭିଟାମିନ- ବି, କ୍ୟାଲସିୟମ, ଫସଫରସ, ଜିଙ୍କ ପରି ତତ୍ତ୍ୱ ମାନ ଭରପୁର ମାତ୍ରାରେ ଥାଏ । ଯାହାକି ସ୍କିନରେ ଉଜ୍ଜଳତା ଆଣିବାରେ ମଧ୍ୟ ସାହାଯ୍ୟ କରେ । ଶୁଣିବାକୁ ହୁଏତ ଆଶ୍ଚର‌୍ୟ୍ୟ ଲାଗିପାରେ ଏହି ଗୁଡ଼ର ବ୍ୟବହାର କରି ମୁହଁରେ ଫେସିଆଲ ମଧ୍ୟ କରାଯାଇ ପାରିବ । ଆଉ ଖୁବ କମ ଖର୍ଚ୍ଚ ଆଉ କମ ସମୟରେ ଏହି ଫେସିଆଲ ଘରେ କରାଯାଇପାରିବ ।

୧. କ୍ଲିଞ୍ଜିଙ୍ଗ ;

କଞ୍ଚା କ୍ଷୀର- ୨ ଛୋଟ ଚାମଚ

ଏକ ଛୋଟ ପାତ୍ରରେ କିଛି କଞ୍ଚା କ୍ଷୀର ନିଅନ୍ତୁ । ଏକ ତୁଳା ସାହାଯ୍ୟରେ ନିଜ ମୁହଁରେ ଲଗେଇ ଭଲଭାବେ ପୋଛି ଦିଅନ୍ତୁ । ଏହା ଦ୍ୱାରା ଚେହେରାରୁ ଧୂଳି ମଳି ବାହାରିଯାଏ ।

jaggery

୨. ସ୍କ୍ରବିଙ୍ଗ:

ଗୁଡ଼- ୧ ଛୋଟ ଚାମଚ

ଟମାଟୋ ରସ – କିଛି

ଏହି ଦୁଇଟିକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ନିଜ ଚେହେରା ଉପରେ ୪ ରୁ ୫ ମିନିଟ ପାଇଁ ହାଲକା ଭାବେ ମାଲିସ କରନ୍ତୁ । ପରେ ତାଜା ପାଣିରେ ଏହାକୁ ଭଲ ଭାବେ ସଫା କରିଦିଅନ୍ତୁ । ଏହି ସ୍କ୍ରବ କରିବା ପରେ ଚେହେରା ଭଲ ଭାବେ ସଫା ହୋଇ ଗ୍ଲୋ କରିଥାଏ । ଏହା ଦ୍ୱାରା ଚେହେରାରୁ ଡେଡ଼ ସ୍କିନ ବାହାରି ଯାଇ ବ୍ଲାକ ହେଡ଼ସ, ହ୍ୱାଇଟ ହେଡ଼ସ ଦୂର ହୋଇଥାଏ ।

jaggery

୩. ମସାଜ :

ଗୁଡ଼ ପାଉଡର- ଗୋଟେ ଛୋଟ ଚାମଚ

ଏଲୋଭେରା ଜେଲ – ଗୋଟେ ଚାମଚ

ବାଦାମ ତେଲ – ଅଧା ଚାମଚ

ଏସବୁ ଜିନିଷକୁ ଗୋଟେ ପାତ୍ରରେ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ୫ ରୁ ୭ ମିନିଟ ପାଇଁ ଭଲ ଭାବେ ମାଲିସ କରନ୍ତୁ । ଏହା ଦ୍ୱାରା ମୁହଁର ତ୍ୱଚା ନରମ ହେବା ସହ ଚମକ ମଧ୍ୟ ଆସିଥାଏ ।

jaggery

 ୪. ଫେସ ପ୍ୟାକ:

ଗୁଡ଼ ପାଉଡର- ୧ ଛୋଟ ଚାମଚ

ଧନିଆ ପତ୍ର ଜୁସ- ଗୋଟେ ଚାମଚ

ବେସନ- ଗୋଟେ ଚାମଚ

ଏସବୁକୁ ଏକ ପାତ୍ରରେ ଭଲଭାବେ ମିଶାଇ ନିଜ ଚେହେରା, ବେକ ଆଦିରେ ୧୫ ରୁ ୨୦ ମିନିଟ ପାଇଁ ଲଗେଇ ଦିଅନ୍ତୁ । ଶୁଖିଗଲେ ସାଧାପାଣିରେ ଭଲ ଭାବେ ଧୋଇଦିଅନ୍ତୁ । ଏହି ପ୍ୟାକ ଏକ ପ୍ରାକୃତିକ ବ୍ଲିଚ ଭଳି କାମ କରିବା ସହ ତ୍ୱଚାରେ ଚମକ ଆଣିଥାଏ । କିନ୍ତୁ ଧ୍ୟାନ ରଖିବେ ଫେସିଆଲର ତୁରନ୍ତ ପରେ ସାବୁନ କି ଅନ୍ୟ କୌଣସି ଜିନିଷର ବ୍ୟବହାର ଜମା ବି କରିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.