ଗାଧୋଇବା ବେଳେ ଘଷି ହେବାକୁ ବ୍ୟବହାର କରୁଛନ୍ତି କି ପ୍ଲାଷ୍ଟିକ ସ୍କ୍ରବ ବା ଲୋଫା, ଜାଣନ୍ତୁ କ’ଣ କରେ କ୍ଷତି

ଗାଧୋଇବା ବେଳେ ଦେହକୁ ସଫା କରିବା କିମ୍ବା ଘଷିବା ପାଇଁ ପୂର୍ବରୁ ପିତା ତରଡା କିମ୍ବା ଗାମୁଛା ବ୍ୟବହାର କରାଯାଉଥିଲା। ତା’ ପରେ ମାର୍କେଟରେ ଛୋଟ ଛୋଟ ଟାଓ୍ଵଲ ବିକ୍ରି ହେଲା। ଆଉ ଆଧୁନିକ ଯୁଗରେ ଲୋଫା ବା ପ୍ଲାଷ୍ଟିକ ସ୍କ୍ରବ ବ୍ୟବହାର କରାଗଲା। ଯଦି ଆପଣ ମଧ୍ୟ ଗାଧୋଇବା ସମୟରେ ପ୍ଲାଷ୍ଟିକ ସ୍କ୍ରବର ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହାକୁ ବ୍ୟବହାର କଲେ ସ୍କିନ ସହିତ ଜଡିତ ସମସ୍ୟା ବଢିଯାଏ। ତେବେ ଏହାକୁ ବ୍ୟବହାର କଲେ କ’ଣ ହୋଇଥାଏ କ୍ଷତି ଜାଣନ୍ତୁ:

ଅଧିକାଂଶ ଲୋକ ଲୋଫାକୁ ଏଥିପାଇଁ ବ୍ୟବହାର କରନ୍ତି, କାରଣ ଏହା ଫେଣ ଅଧିକ କରିଥାଏ। ଆଉ ଅଧିକ ଫେଣ ଯୋଗୁଁ ଦେହ ଅଧିକ ସଫା ହୁଏ ବୋଲି ଲୋକଙ୍କର ଧାରଣା ରହିଛି। କିନ୍ତୁ ଏହା ବ୍ୟାକ୍ଟେରିଆର ଧାରଣର ପ୍ରମୁଖ ସ୍ରୋତ ହୋଇପାରେ। ପ୍ଲାଷ୍ଟିକ ସ୍କ୍ରବରେ ଥିବା ଇ- କୋଲାଇ, ଷ୍ଟୁଡୋମୋନାସ ଏୁଗିନୋସା, ଷ୍ଟେଫାଇଲୋକୋକସ୍‌ ଭଳି ବ୍ୟାକ୍ଟେରିଆ ସ୍କିନକୁ ସଂକ୍ରମିତ କରିଥାଏ।

ଏହି ପ୍ଲାଷ୍ଟିକ ସ୍କ୍ରବ ବ୍ୟବହାର କରିବା ଦ୍ୱାରା ତ୍ୱଚା ଏକ୍ସଫୋଲିଏଟ ହୋଇଥାଏ। କିନ୍ତୁ ଅନେକ ରୋଗକୁ ମଧ୍ୟ ଡାକିଆଣେ। ବ୍ୟାକ୍ଟେରିଆ ବ୍ୟତୀତ ସ୍କ୍ରବରୁ ଫଙ୍ଗଲ ଇମ୍ଫେକ୍ସନ ମଧ୍ୟ ହୋଇଥାଏ। ଯାହା ଯୋଗୁଁ ସ୍କିନ କୁଣ୍ଡାଇ ହୁଏ।

loofah 1
Photo credit: Womne’s Health

ପ୍ଲାଷ୍ଟିକ ସ୍କ୍ରବରେ ଅନେକ ପ୍ରକାରର କୀଟାଣୁ ରହିଥାଏ, ଯାହା ଆପଣଙ୍କୁ କ୍ଷତି ପହଞ୍ଚାଏ। ଏହାଦ୍ୱାରା ସ୍କିନରେ ଫୁଲିବା ଭଳି ସମସ୍ୟା ଦେଖାଦିଏ।

ଅନେକ ଥର ସ୍କ୍ରିନ ଏହି ପ୍ଲାଷ୍ଟିକ ସ୍କ୍ରବକୁ ସହିପାରେ ନାହିଁ। ଯାହା ପରେ ରେଡନେସର ସମସ୍ୟା ଆଣିଦିଏ।

ସ୍କ୍ରବରେ ତ୍ୱଚାକୁ ଅଧିକ ରଗଡିବା ଦ୍ୱାରା ସ୍କିନରେ ଥିବା ଲିଭିଂ ସେଲ୍ସର ପରସ୍ତ ମଧ୍ୟ ଘଷିହୋଇଥାଏ। ଯାହାଦ୍ୱାରା ସ୍କିନରେ ଘା ମଧ୍ୟ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.