ମାତ୍ର ଚିମୁଟାଏ ଲୁଣ ଆପଣଙ୍କୁ କରିପାରେ ମାଲାମାଲ୍ ! ପଢନ୍ତୁ କଣ କହୁଛି ବାସ୍ତୁ ବିଜ୍ଞାନ

ଲୁଣର ବ୍ୟବହାର ଦ୍ବାର ଯେମିତି ଖାଦ୍ୟର ସ୍ବାଦ ବଢାଇଥାଏ । ଠିକ୍ ସେହି ଭଳି ଆପଣଙ୍କ ଜୀବନକୁ ମଧ୍ୟ ଖୁସିରେ ଭରିଥାଏ ଏହା ବାସ୍ତୁ ବିଜ୍ଞାନ କୁହେ । ବାସ୍ତୁ ବିଜ୍ଞାନ ଅନୁସାରେ ଲୁଣ ପାଖରେ ଅଦ୍ଭୂତ ଶକ୍ତି ରହିଥାଏ ଯାହା କେବଳ ଆପଣଙ୍କୁ ସକରାତ୍ମକ ଉର୍ଜାରୁ ରକ୍ଷା କରିବ ନାହିଁ । ଏହା ସହ ଅପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ବଢାଇବରେ ସହାୟତା କରିଥାଏ । କିନ୍ତୁ ଏଥିପାଇଁ ଆପଣଙ୍କୁ କେବଳ ଖାଇବାରେ ନୁହେଁ କିଛି ଅଲଗା କାମରେ ମଧ୍ୟ ବ୍ୟବହାର କରିବାକୁ ପଡିବ ।

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ କିଛି ଖରାପ ନଜର ଲାଗିଛି ତେବେ ଚିମୁଟାଏ ଲୁଣ ନେଇ ୩ଥର ସେହି ସଦସ୍ୟଙ୍କର ଉପରେ ବୁଲାଇ ଆଣି ବାହାରେ ଫିଙ୍ଗି ଦିଅନ୍ତୁ । କୁହନ୍ତି ଏହା କରିବା ଦ୍ବାରା ନଜର ଦୋଷ କମିଯାଇଥାଏ ।
ବାସ୍ତୁ ବିଜ୍ଞାନ ଅନୁସାରେ, ଲୁଣକୁ ଏକ କାଚରେ ରଖି ଶୌଚାଳୟ ଏବଂ ଗାଧୁଆ ଘରେ ନେଇ ରଖିବା ଉଚିତ୍ ଏହା ଦ୍ବରା ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାର କାରଣ ହେଉଛି, ଲୁଣ ଏବଂ କାଚ ଦୁହେଁ ରାହୁଙ୍କର ବସ୍ତୁ ଅଟେ ଏହା ଦ୍ବାରା ରାହୁଙ୍କର ନାକରାତ୍ମକ ଉର୍ଜାକୁ ଦୂରେଇ ଥାଏ ।

କାଚର ଗିନାରେ ଲୁଣ ଭର୍ତ୍ତି କରି ଘରର କୌଣସି ଏକ କୋଣରେ ରଖିବା ଦ୍ବାରା ଘର ଭିତରେ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ । ରାହୁ ଓ କେତୁଙ୍କର ଦୋଷ ଚାଲି ଥିଲେ କିମ୍ବା ମନରେ ଖରାପ ଚିନ୍ତାଧାରା ଆସୁଥିଲେ ଏହା ନିହାତି ଅପଣାନ୍ତୁ ।

ବଗଡା ଲୁଣକୁ ଲାଲି ରଙ୍ଗର କପଡାରେ ବାନ୍ଧି ଘରର ମୂଖ୍ୟ ଦ୍ବାରରେ ଟାଙ୍ଗିବା ଦ୍ବାରା ଘରେ କୌଣସି ଖରାପ ନଜର ଲାଗିନଥାଏ ।

ରାତିରେ ଶୋଇବା ସମୟରେ ପାଣିରେ ଏକ ଚିମୁଟା ଲୁଣ ମିଶାଇ ହାତ ପାଦ ଧୋଇବା ଦ୍ବାରା ଚିନ୍ତା ବା ଚାପ ଦୂର ହୋଇଥାଏ ଓ ନିଦ ଭଲ ହୋଇଥାଏ । ରାହୁ ଓ କେତୁଙ୍କର ଅଶୁଭ ପ୍ରଭାବ ମଧ୍ୟ ଦୂର ହୋଇଥାଏ ।

ସପ୍ତାହରେ ନିହାତି ଭାବେ ୨ଥର ପିଲା ମାନଙ୍କୁ ଚିମୁଟାଏ ଲୁଣ ପାଣିରେ ମିଶାଇ ଗାଧୋଇ ଦେବା ଉଚିତ୍ ଏହା କରିବା ଦ୍ବାରା ଖରାପ ନଜର ଏବଂ ଅସୁସ୍ଥତା କମିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.