ଏଠାରେ ଦେହଜୀବୀମାନଙ୍କୁ ପେନସନ୍ ସହ ଅନ୍ଯାନ୍ଯ ସୁବିଧା ଦେଇଥାନ୍ତି ସରକାର !

କାହାକୁ ବା ପସନ୍ଦ ଏହି ଅଫେରା ବାଟରେ ପାଦ ଦେବାକୁ । ହେଲେ ଦୁନିଆରେ ବର୍ଷ ବର୍ଷ ଧରି ଚାଲି ଆସୁଛି ବୈଶ୍ୟାବୃତ୍ତି । ଲୋକମାନେ ଲୁଚି ଛପି ଏଥିରେ ସାମିଲ ହୋଇଥାନ୍ତି। କିନ୍ତୁ ଏହି ବିଷୟରେ ଖୋଲା ଖୋଲି ଭାବେ କହି ନଥାନ୍ତି। ସେହିଭଳି କେତେକ ଦେଶରେ ବେଶ୍ଯାବୃତ୍ତିକୁ ଆଇନଗତ ଭାବରେ ବୈଧ କରାଯାଇଛି। ଏଠାରେ ଦେହ ବ୍ୟାପାରୀଙ୍କର ରେଜିଷ୍ଟର କରାଯାଏ। ସେମାନଙ୍କୁ ଟିକସ ଦେବାକୁ ପଡିଥାଏ। କେବଳ ଏତିକି ନୁହେଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବୀମା ଏବଂ ପେନସନର ସୁବିଧା ମଧ୍ୟ ମିଳିଥାଏ।

ନ୍ୟୁଜିଲାଣ୍ଡ :

ଏଠାରେ ୨୦୦୩ ମସିହାରେ ବେଶ୍ଯାବୃତ୍ତିକୁ ଆଇନଗତ ମାନ୍ୟତା ଦିଆଯାଇଛି। ଏହାପାଇଁ ସାର୍ବଜନିକ ସ୍ବାସ୍ଥ୍ୟ ଏବଂ ରୋଜଗାର ଆଇନ ଅନୁଯାୟୀ ବେଶ୍ଯାଳୟ ଗୁଡିକୁ ଲାଇସେନ୍ସ ଜାରି କରାଯାଇଥାଏ। ଅର୍ଥାତ ଦେହ ବ୍ୟାପାରୀଙ୍କୁ ଅନ୍ୟ କର୍ମଚାରୀଙ୍କ ଭଳି ରୋଜଗାର କରି ସାମାଜିକ ଲାଭ ମିଳିଥାଏ।

ଅଷ୍ଟ୍ରେଲିୟା :

ବେଶ୍ଯାବୃତ୍ତି ଏଠାରେ ସମ୍ପୂର୍ଣ୍ଣ ଭାବରେ ବୈଧ ଅଟେ। ଏଠାରେ ବେଶ୍ଯା ମାନଙ୍କର ରେଜିଷ୍ଟ୍ରେସନ କରାଯାଇଥାଏ। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥାଏ। ଏହି କାର୍ୟ୍ୟରେ ସାମିଲ ହେବା ପାଇଁ ସର୍ବନିସ୍ନ ବୟସ ୧୯ ବର୍ଷ ରହିଛି।

ବେଲଜିୟମ :

ଏଠାକାର ଲୋକମାନେ ବେଶ୍ଯାବୃତ୍ତିକୁ ବୈଧତା କରି ଏହାକୁ ଜଡିତ ଥିବା ହିଂସା ଏବଂ ଡରକୁ ଶେଷ କରିବା ପାଇଁ ଚାହାଁନ୍ତି। ଏଠାରେ ଏହି ଟେକନିକକୁ ବହୁତ ଭଲଭାବେ ବ୍ୟବହାର କରିଥାନ୍ତି।

ଜର୍ମାନୀ :

୧୯୨୭ ମସିହାରୁ ଏଠାରେ ବେଶ୍ଯାବୃତ୍ତିକୁ ମାନ୍ୟତା ଦିଆଯାଇଛି। ସେବେଠାରୁ ଏଠାରେ ଏହା ଚାଲୁ ରହିଛି। ଦେହ ବ୍ୟାପାରୀଙ୍କୁ ଟିକସ ପୈଠ କରିବାକୁ ପଡିଥାଏ। ଏତିକି ନୁହେଁ ସେମାନଙ୍କୁ ସ୍ବାସ୍ଥ୍ୟ ବୀମାର ଲାଭ ଏବଂ ପେନସନ ଭଳି ସୁବିଧା ମଧ୍ୟ ମିଳିଥାଏ।

କାନାଡା :

ବେଶ୍ଯାବୃତ୍ତି ଏଠାରେ ବୈଧ ଅଟେ କିନ୍ତୁ ୨୦୧୪ ମସିହା ପର୍ୟ୍ୟନ୍ତ ଏଠାରେ ବେଶ୍ଯାବୃତ୍ତିକୁ ଅବୈଧ ମନାଯାଉଥିଲେ। ଏଠାକାର ଦେହବ୍ୟାପାରୀ ବିପଦସଙ୍କୁଳ ଅବସ୍ଥାରେ ଅଛନ୍ତି।

ବାଂଲାଦେଶ :

କମ ବୟସର ଝିଅ ମାନଙ୍କୁ ଏହି କାର୍ୟ୍ୟରେ ନିୟୋଜିତ କରିବାରେ ବାଂଲାଦେଶ ବଦନାମ ହୋଇଛି। ପଡୋଶୀ ଦେଶରେ ପୁରୁଷ ବେଶ୍ଯାବୃତ୍ତିକୁ ଛାଡି ଅନ୍ୟ ସମସ୍ତ ବୈଧ ଅଟେ।