Below header

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ

ଭୁବନେଶ୍ବର : ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ମାଧ୍ୟମିକ ଶିକ୍ଷା ବୋର୍ଡ ୱେବ୍‌ସାଇଟ୍‌ www.bseodisha.nic.in ରେ ରେଜଲ୍ଟ ଜାଣିହେବ । ସପ୍ଲିମେଣ୍ଟାରୀ ପରୀକ୍ଷାରେ ୪୧ଦଶମିକ ୧୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଛନ୍ତି । ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ ଏହି ସୂଚନା ଦେଇଛନ୍ତି । ରେଗୁଲାର, ଏକ୍ସ ରେଗୁଲାର ଓ ପତ୍ର ବିନିମୟ ପାଠ୍ୟକ୍ରମରେ ମୋଟ୍‌ ୨୫ ହଜାର ୧୯୮ ଜଣ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ସେଥିରୁ ୧୦ ହଜାର ୩୩୩ ଜଣ ପାସ କରିଛନ୍ତି । ଏମାନଙ୍କ ମଧ୍ୟରେ ୫ହଜାର ୨୧୮ ଜଣ ଛାତ୍ର ଓ ୫ ହଜାର ୧୧୫ ଜଣ ଛାତ୍ରୀ ଅଛନ୍ତି ।

ଏ- ୱାନରେ କେହି ପାସ କରିନଥିବା ବେଳେ ଏ-ଟୁରେ ୨,ବି- ୱାନରେ ୨୨ଜଣ, ବି- ଟୁରେ ୧୦୬ଜଣ, ସି ଗ୍ରେଡରେ ୮୪୩ଜଣ, ଡି ଗ୍ରେଡରେ ୨ ହଜାର ୩୭୪ଜଣ ଓ ଇ ଗ୍ରେଡରେ ୫୦୧୨ ଜଣ ପାସ କରିଛନ୍ତି । ଆସନ୍ତା ୨୯ ତାରିଖରୁ ବୋର୍ଡର ବିଭିନ୍ନ ଜୋନ କାର୍ୟ୍ୟାଳୟରେ ମାର୍କସିଟ ଓ ସାର୍ଟିଫିକେଟ ମିଳିପାରିବ । ଯେଉଁମାନେ ରି ଚେକିଂ ପାଇଁ ଆବେଦନ କରିବେ, ସେମାନେ ଅଗଷ୍ଟ ୭ ତାରିଖ ପୂର୍ବରୁ ଆବେଦନ କରିପାରିବେ । ଗତ ବୋର୍ଡ ପରୀକ୍ଷାରେ ରିଚେକିଂ ପରେ ୮୨୩ଟି ଖାତାରେ ମାର୍କ ବଢ଼ିଛି । ସପ୍ଲିମେଣ୍ଟାରୀ ମାର୍କ ସିଟ ସହ ସଂଶୋଧିତ ମାର୍କସିଟ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.