Below header

ଚର୍ମରେ କୁଞ୍ଚନ ଯୋଗୁ ଅବସାଦରେ ଅଛନ୍ତି କି, ଖାଆନ୍ତୁ ଏହି ସବୁ ଜିନିଷ ଦେଖାଯିବେ ୟଙ୍ଗ

ବିୟସ ବଢିବା ସହିତ ଚର୍ମରେ କୁଞ୍ଚନ ବା ରିଂକିଲ ଆସିଥାଏ | ଏଥିପାଇଁ ଆମ ମନରେ ହୀନମନ୍ୟତା ସୃଷ୍ଟି ହୋଇଥାଏ | ଏହାର ଅନେକ କାରଣ ମଧ୍ୟରେ ଅସନ୍ତୁଳିତ ଖାଦ୍ୟ ପାନୀୟ, ଅବସାଦ, ବାହାରେ ବୁଲିବା, ଧୂଳି ଓ ପ୍ରଦୂଷଣ ମୁଖ୍ୟ କାରଣ ହୋଇଥାଏ | ଚର୍ମକୁ ସୁସ୍ଥ ରଖିବା ପାଇଁ ଆଣ୍ଟିଅକ୍ସିଡେଣ୍ଟ,ଭିଟାମିନ ଓ ଖଣିଜ ପଦାର୍ଥ ଆଦି ନିହାତି ଜରୁରୀ ହୋଇଥାଏ | ତେଣୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଚର୍ମ ସର୍ବଦା ୟଙ୍ଗ ରହିବ | ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ ସବୁ |

ଅମୃତଭଣ୍ଡା :

ଚେହେରାରୁ କୁଞ୍ଚନ ବା ରିଂକିଲ ହଟାଇବା ପାଇଁ ଅମୃତଭଣ୍ଡା ବହୁତ ଭଲ ଫଳ | ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ,ଭିଟାମିନ ଓ ଖଣିଜ ପଦାର୍ଥ ଚର୍ମରେ କୁଞ୍ଚନ ବା ରିଂକିଲ ହେବାକୁ ଦେଇ ନଥାଏ | ଅମୃତଭଣ୍ଡାକୁ ଖାଦ୍ୟରେ ନେଇ ପାରିବେ ଓ ମୁହଁରେ ପେକ ଭାବେ ଲଗାଇପାରିବେ |

papaya

ପାଳଙ୍ଗ :

ପାଳଙ୍ଗରେ ଭିଟାମିନ ସି,ଏ,,ଇ ଓ ମାଗ୍ନେସିଅମ ପ୍ରଚୁର ମାତ୍ରରେ ଥାଏ | ଯାହାକି ଆମ ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ | ପାଳଙ୍ଗ ଆମ ତ୍ୱଚାକୁ ହାଇଡ୍ରାଏଟ ରଖିବାରେ ସାହାଯ୍ୟ କରିଥାଏ | ପାଳଙ୍ଗକୁ ଆପଣ ଖାଦ୍ୟରେ ନେଇ ପାରିବେ ଓ ମୁହଁରେ ପେକ ଭାବେ ଲଗାଇପାରିବେ |

palak

ବ୍ରୋକୋଲି :

ବ୍ରୋକୋଲିରେ ଭଲ ଫାଇବର ଓ କ୍ୟାଲସିଅମ ରହିଥାଏ | ଏହା ଏକ ଆଣ୍ଟି ଏଜିଙ୍ଗ ଭରପୁର ଖାଦ୍ୟ ପଦାର୍ଥ | ଏହା ପେଟକୁ ସଫା ରଖିବା ସହ ତ୍ୱଚାକୁ ମଧ୍ୟ ସଫା ରଖିଥାଏ | ବ୍ରୋକୋଲିକୁ ଆପଣ ତରକାରୀ ଓ ସାଲାଡ଼ ରେ ମଧ୍ୟ ଖାଇପାରିବେ |

ବ୍ଲୁବେରୀ :

ବ୍ଲୁବେରୀ ସେବନ ତ୍ୱଚାର ବୟସ କମାଇବାରେ ସହାୟକ ହୋଇଥାଏ | ଏହାକୁ ଖାଇବା ଦ୍ୱାରା ଅବସାଦ,ସୂର୍ଯ୍ୟଙ୍କ ହାନିକାରକ କିରଣ ଓ ପ୍ରଦୂଷଣ ପ୍ରଭାବ ତ୍ୱଚା ଉପରେ ପଡ଼ିନଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.