ଭିଟାମିନ୍ B6 ଅଭାବରୁ ହୋଇପାରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ! ରକ୍ଷା ପାଇବା ପାଇଁ ପ୍ରଚୁର ମାତ୍ରାରେ ଖାଆନ୍ତୁ ଏହି ୪ଟି ଖାଦ୍ୟ

ଭିଟାମିନ୍ B6 ପାଇରିଡୋକ୍ସିନ୍‌ (Pyridoxine) ରୂପେ ଜଣାଯାଇଥାଏ। ଏହା ଏକ ଓ୍ଵାଟର ସଲ୍ୟୁଏବଲ୍‌ ଭିଟାମିନ୍, ଯାହା ପ୍ରାକୃତିକ ରୂପେ ଅନେକ ଖାଦ୍ୟ ପଦାର୍ଥରେ ମିଳିଥାଏ। ଏଥି ସହିତ ଏହାକୁ ଫୁଡ୍‌ ସପ୍ଲିମେଣ୍ଟରେ ମଧ୍ୟ ଯୋଡ଼ା ଯାଇପାରିବ। ଏହି ଭିଟାମିନ୍ ସାହାଯ୍ୟରେ ଅନେକ ରୋଗକୁ ଦୂର କରାଯାଇ ପାରିବ। ଏଥିରୁ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ବଜାୟ ରଖିବାରେ ସାହାଯ୍ୟ ମିଳିଥାଏ। ଭିଟାମିନ୍ ବି ରିଚ୍‌ ଖାଦ୍ୟ ଖାଇବାର ସବୁଠାରୁ ବଡ ଲାଭ ହେଉଛି, ଏଥିରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା ମଧ୍ୟ ବହୁ ମାତ୍ରାରେ କମିଯିବ। ଆସନ୍ତୁ ଜାଣିବା, ଏଥିପାଇଁ କେଉଁ ଖାଦ୍ୟ ଜିନିଷ ଖିଆଯାଇ ପାରିବ।

ଭିଟାମିନ୍ B6ରେ ଭରପୂର ଖାଦ୍ୟ

କ୍ଷୀର:

ଗାଈ ଓ ଛେଳି କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହା ମାଧ୍ୟମରେ ଭିଟାମିନ୍ B6ର ଆବଶ୍ୟକତାକୁ ପୂରଣ କରାଯାଇ ପାରିବ। ଯଦି ଆପଣଙ୍କ ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ରହିବ, ତା’ ହେଲେ ଆପଣଙ୍କ ସ୍ନାୟୁ ପ୍ରଣାଳୀ ଉପରେ ବହୁତ ଖରାପ ପ୍ରଭାବ ପଡ଼ିପାରେ। ଏହାକୁ ସବୁ ବୟସର ଲୋକମାନେ ପିଇବା ଉଚିତ୍।

ସାଲମନ:

ସାମୁଦ୍ରିକ ଖାଦ୍ୟରେ ସାଲମନ ମାଛକୁ ହେଲ୍‌ଦି ଡାଏଟ୍‌ କାଟାଗୋରୀରେ ରଖାଯାଇଛି। ଏହି ଚର୍ବିଯୁକ୍ତ ମାଛରେ ଭିଟାମିନ୍ B6 ପ୍ରଚୁର ପରିମାଣରେ ରହିଛି, ଯାହା ଆମ ଆଡ୍ରେନାଲ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ଆଡ୍ରେନାଲ୍ ଗ୍ରନ୍ଥିଗୁଡିକ ଅନେକ ଗୁରୁତ୍ୱପୂର୍ଣ୍ଣ ହରମୋନ୍ ଉତ୍ପାଦନ କରନ୍ତି, ଯେଉଁଥିରେ କୋର୍ଟିସୋଲ୍, ଆଡ୍ରେନାଲିନ୍ ଓ ଏଲଡୋଷ୍ଟେରନ୍ ଆଦି ସାମିଲ ରହିଛି। ଏହା ବ୍ୟତୀତ ସାଲମନ ମାଛ କମ୍ ଚର୍ବିଯୁକ୍ତ ଡାଏଟ୍‌, ଯାହାକୁ ଖାଇବା ଦ୍ୱାରା ପ୍ରୋଟିନ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ।

ଗାଜର:

ଗାଜର ଏପରି ଏକ ଖାଦ୍ୟ, ଯେଉଁଥିରେ ପୋଷକ ତତ୍ତ୍ୱର କୌଣସି ଅଭାବ ନାହିଁ। ଏକ ମିଡିୟମ୍‌ ସାଇଜ୍‌ ଗାଜରରେ ଏକ ଗ୍ଲାସ୍ କ୍ଷୀର ଯେତିକି ପରିମାଣର ଭିଟାମିନ୍ B6 ମିଳିଥାଏ। ଆପଣ ଏହି ପରିବାକୁ ସିଧା ଚୋବାଇ ଖାଇ ପାରିବେ। ଯଦିଓ ଏହାକୁ ସାଲାଡ୍‌ ରୂପେ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି।

ପାଳଙ୍ଗ:

ସବୁଜ ପତ୍ରଯୁକ୍ତ ପନିପରିବା ଭିତରେ ପାଳଙ୍ଗ ସବୁ ବେଳେ ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ରୂପେ ବିବେଚିତ ହୋଇଥାଏ। ଏଥିରେ ଭିଟାମିନ୍ B6 ସହ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଇରନ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ସାଲାଡ କିମ୍ବା ଜୁସ୍‌ ରୂପେ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ।

Leave A Reply

Your email address will not be published.